ଓଡିଶା

odisha

ETV Bharat / city

ବିଜେଡିର ଜାତିଭିତ୍ତିକ ଗଣନା ଦାବି: ଭୋଟ ହାତେଇବାକୁ ଏହା କେବଳ ଯୋଜନା କହିଲେ ସୁର - obc caste census

ଜାତିଭିତ୍ତିକ ଜନଗଣନା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ କଂଗ୍ରେସ ନେତା ସୁର ରାଉତରାୟ । ସରକାର କେବଳ ଓବିସି ଭୋଟ ବ୍ୟାଙ୍କ ହାତେଇବାକୁ ଉପର ଠାଉରିଆ ଭାବେ ଏହି ଗଣନା ପାଇଁ ଦାବି କରୁଛନ୍ତି କହିଲେ ସୁର । ଅଧିକ ପଢନ୍ତୁ...

ବିଜେଡିର ଜାତିଭିତ୍ତିକ ଗଣନା ଦାବି: ଭୋଟ ହାତେଇବାକୁ ଏହା କେବଳ ଯୋଜନା କହିଲେ ସୁର
ବିଜେଡିର ଜାତିଭିତ୍ତିକ ଗଣନା ଦାବି: ଭୋଟ ହାତେଇବାକୁ ଏହା କେବଳ ଯୋଜନା କହିଲେ ସୁର

By

Published : Aug 24, 2021, 5:25 PM IST

ଭୁବନେଶ୍ବର: ଓଡିଶାରେ ଜୋର ଧରିଛି ଓବିସି ପଲିଟିକ୍ସ । ଆଜି ବିଜେଡିର ଜାତିଭିତ୍ତିକ ଗଣନା ଦାବି ଉଠିବା ପରେ କଂଗ୍ରେସ ପକ୍ଷରୁ ନବୀନଙ୍କୁ ଆକ୍ଷେପ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ । ଯଦି ଓଡିଶାରେ ଜାତିପ୍ରଥା ଥାଆନ୍ତା, ତେବେ 21 ବର୍ଷ ଧରି ଦେଢ ପ୍ରତିଶତ ଲୋକ ରାଜ୍ୟକୁ ଶାସନ କରିନଥାନ୍ତେ । ମୁଖ୍ୟମନ୍ତ୍ରୀ କେବଳ ଓବିସି ଭୋଟବ୍ୟାଙ୍କ ହାତେଇବାକୁ ଜାତିଭିତ୍ତିକ ଜନଗଣନା କଥା କହୁଛନ୍ତି ବୋଲି ସମାଲୋଚନା କଲେ ସୁର ।

ବିଜେଡିର ଜାତିଭିତ୍ତିକ ଗଣନା ଦାବି: ଭୋଟ ହାତେଇବାକୁ ଏହା କେବଳ ଯୋଜନା କହିଲେ ସୁର

ଓଡିଶା ଜନସଂଖ୍ୟାର ମୋଟ ୭୪ ପ୍ରତିଶତ ହେଉଛନ୍ତି ଓବିସି । କିନ୍ତୁ ଏହି ବର୍ଗ ରାଜ୍ୟରେ ସବୁବେଳେ ଅବହେଳିତ । ଗଣନା ହେଲେ ରାଜ୍ୟରେ କେତେ ସଂଖ୍ୟକ ଓବିସି ଅଛନ୍ତି ଜଣାପଡିବ । ମୁଖ୍ୟମନ୍ତ୍ରୀ କେବଳ ଉପର ଠାଉରିଆ ଭାବେ ଏହି ଜନଗଣନା କଥା କହୁଛନ୍ତି । ହେଲେ ତାଙ୍କର ଆନ୍ତରିକତା ନାହିଁ । ମାତ୍ର ଜାତିଭିତ୍ତିକ ଜନଗଣନା ପାଇଁ କଂଗ୍ରେସ ପୂର୍ବରୁ ଦାବି କରିଆସୁଛି ବୋଲି ସୁର କହିଛନ୍ତି ।

ଏହି ପ୍ରସଙ୍ଗରେ ସୋମବାର ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ନେତୃତ୍ୱରେ ୧୧ ଜଣିଆ ପ୍ରତିନିଧି ଦଳ ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି । ଯାହାପରେ ଓଡ଼ିଶାରେ ଜୋର ଧରିଛି ଓବିସି ପଲିଟିକ୍ସ । ଏନେଇ ସୁର ରାଉତରାୟ କହିଛନ୍ତି ଯଦି ପଛୁଆବର୍ଗଙ୍କ ପାଇଁ ରାଜ୍ୟ ସରକାରଙ୍କ ଆନ୍ତରିକତା ଅଛି, ତେବେ ମୁଖ୍ୟମନ୍ତ୍ରୀ ପ୍ରଥମେ ଏକ ସର୍ବଦଳୀୟ ବୈଠକ ଡାକନ୍ତୁ । ଏଥିରେ କଂଗ୍ରେସକୁ ଡାକିଲେ ଆମେ ଏହି ଦାବିକୁ ବ୍ୟାପକ କରିବୁ ବୋଲି କହିଛନ୍ତି ସୁର ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ABOUT THE AUTHOR

...view details