ଓଡିଶା

odisha

ବଜେଟ ପ୍ରଶଂସାରେ ବିଜେପି, କଂଗ୍ରେସ କହିଲା ଐତିହାସିକ ବିପତ୍ତି

By

Published : Feb 1, 2021, 6:29 PM IST

Updated : Feb 1, 2021, 7:46 PM IST

ଚଳିତବର୍ଷର ବଜେଟକୁ ଅବାସ୍ତବ ବଜେଟ ବୋଲି ଦଳ ପକ୍ଷରୁ ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ କହିଛନ୍ତି । ସେପଟେ ବଜେଟକୁ ନେଇ ଖୁସି ବ୍ୟକ୍ତ କରିଛି ବିଜେପି । ଅଧିକ ପଢନ୍ତୁ...

Congress reaction on Budget 2021
ଚଳିତବର୍ଷର ବଜେଟ ହେଉଛି ବିଶ୍ବସ୍ତରୀୟ ଭାଣ୍ଡାମୀ ବଜେଟ: କଂଗ୍ରେସ

ଭୁବନେଶ୍ବର: ସୋମବାର କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୧-୨୨ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନା କରିଛନ୍ତି । କେନ୍ଦ୍ର ଦ୍ୱାରା ଆଗତ ବଜେଟ ଏକ ଅବାସ୍ତବ ବଜେଟ ବୋଲି ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ କହିଛନ୍ତି ।

ବଜେଟ ହେଉଛି ବାର୍ଷିକ ଆୟବ୍ୟୟର ବିବରଣୀ । କିନ୍ତୁ ଚଳିତ ବର୍ଷର ବଜେଟରେ 3ବର୍ଷ, 5 ବର୍ଷ ଓ 7 ବର୍ଷର ବ୍ୟୟ ବରାଦ ହୋଇଛି ଯାହା ସମ୍ପୂର୍ଣ୍ଣ ଅବାସ୍ତବ । ଚଳିତ ବର୍ଷ ବଜେଟରେ ବିଭିନ୍ନ ରାଜ୍ୟର ନିର୍ବାଚନକୁ ଲକ୍ଷ୍ୟରେ ରଖାଯାଇ ଆର୍ଥିକ ପ୍ରାବଧାନ କରାଯାଇଛି ବୋଲି ପୂର୍ବତନ ଅର୍ଥମନ୍ତ୍ରୀ ତଥା କଂଗ୍ରେସ ନେତା ପଞ୍ଚାନନ କାନୁନଗୋ କହିଛନ୍ତି । ଚଳିତ ବର୍ଷର ବଜେଟ ଦ୍ବାରା ଚାଷୀମାନେ ସାଂଘାତିକ ଦୁଃଖ ଭୋଗିବେ, ବିଭିନ୍ନ ରାଜ୍ୟ ସରକାର ଦେଉଥିବା ସବସିଡି ଖାଦ୍ୟ ମଧ୍ୟ ପ୍ରଭାବିତ ହେବ । ତେବେ ଚଳିତ ବର୍ଷର ବଜେଟ ଦେଶବାସୀଙ୍କୁ ଭୂତାଇବା ପାଇଁ କରାଯାଇଛି ।

ବଜେଟକୁ ଏକ ଅବାସ୍ତବ ବଜେଟ କହିଲା କଂଗ୍ରେସ

କୋରୋନା ମହାମାରୀ ସମୟରେ ବଜେଟ ଯେଉଁ ଭଳି ହେବା କଥା ସେହିପରି ହୋଇନଥିବା କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ଏହା ଏକ ଐତିହାସିକ ବିପତ୍ତି ବୋଲି କହିଛନ୍ତି ନିରଞ୍ଜନ । ବଜେଟରେ ଗରିବ ଲୋକଙ୍କ ପ୍ରତି ଅଣଦେଖା କରାଯାଇଛି । ଗ୍ରାମୀଣ ଲୋକଙ୍କ ଉପାର୍ଜନ ବଢିବାରେ ସମ୍ଭାବନା ନାହିଁ ଓ ଏହା ଏକ ନୈରାଶ ଜନକ ବଜେଟ ବୋଲି ସେ କହିଛନ୍ତି । ଏହା କେବଳ କର୍ପୋରେଟ ସେକ୍ଟରକୁ ଲକ୍ଷ୍ୟ ରଖି କରାଯାଇଛି । କେବଳ ପୁଞ୍ଜିପତିମାନଙ୍କୁ ସହାୟତା ଯୋଗାଇବା ପାଇଁ ଏହି ବଜେଟ ପ୍ରସ୍ତୁତି ହୋଇଛି ବୋଲି ସେ ବଜେଟ ଉପରେ ପ୍ରତିକ୍ରିୟା ରଖିଛନ୍ତି ।

ସେପଟେ ଚଳିତ ବର୍ଷ ବଜେଟକୁ ନେଇ ଖୁସି ବ୍ୟକ୍ତ କରିଛି ବିଜେପି । ଏହି ବଜେଟ ଏକ ଆତ୍ମନିର୍ଭର ବଜେଟ ଏବଂ ଆଗକୁ ପ୍ରତିଟି କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକଙ୍କୁ ଏହା ସହାୟକ ହେବ ବୋଲି ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର କହିଛନ୍ତି । ଚଳିତ ବର୍ଷର ବଜେଟ ଚାଷୀଙ୍କ ଆୟକୁ ଦ୍ବିଗୁଣିତ କରିବାରେ ବିଶେଷ ଭାବରେ ସହାୟକ ହେବା ସହିତ ସ୍ବାସ୍ଥ୍ୟ କ୍ଷେତ୍ର ଉପରେ ଅଧିକ ଗୁରୁତ୍ବ ଦିଆଯାଇଛି । ଏହି ବଜେଟ ଦ୍ବାରା ଅଧିକ ନିଯୁକ୍ତି ସୃଷ୍ଟି ହେବ ବୋଲି ସେ କହିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

Last Updated : Feb 1, 2021, 7:46 PM IST

ABOUT THE AUTHOR

...view details