ଓଡିଶା

odisha

ETV Bharat / city

ବିଜେବି କଲେଜ ଛାତ୍ରୀ ଆତ୍ମହତ୍ୟାକୁ ନେଇ କଂଗ୍ରେସର ପ୍ରତିକ୍ରିୟା, ବିଧାନସଭାରେ ପ୍ରସଙ୍ଗ ଉଠିବ - ବିଜେବି କଲେଜ ଛାତ୍ରୀ ଆତ୍ମହତ୍ୟା

ରାଗିଂ ଯୋଗୁଁ ବିଜେବି କଲେଜ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା, ରାଜନିତୀ ସରଗରମ । ବିଧାନସଭାରେ ସରକାରଙ୍କୁ ଘେରିବାକୁ କଂଗ୍ରେସର ଚେତାବନୀ । ଅଧିକ ପଢ଼ନ୍ତୁ

ବିଜେବି କଲେଜ ଛାତ୍ରୀ ଆତ୍ମହତ୍ୟା ପ୍ରସଙ୍ଗ ବିଧାନସଭାରେ ଉଠାଇବ କଂଗ୍ରେସ
ବିଜେବି କଲେଜ ଛାତ୍ରୀ ଆତ୍ମହତ୍ୟା ପ୍ରସଙ୍ଗ ବିଧାନସଭାରେ ଉଠାଇବ କଂଗ୍ରେସ

By

Published : Jul 3, 2022, 6:36 PM IST

ଭୁବନେଶ୍ବର : ବିଜେବି କଲେଜ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଛି । ବିଭିନ୍ନ ମହଲରେ ଏହି ଘଟଣାକୁ ନିନ୍ଦା କରାଯାଉଥିବା ବେଳେ ଏହାକୁ ନେଇ ଅନେକ ସ୍ଥାନରେ ଉତ୍ତେଜନା ମଧ୍ୟ ପ୍ରକାଶ ପାଇଛି । ଏହି ଘଟଣା ଏବେ ରାଜ୍ୟ ରାଜନିତୀକୁ ସରଗରମ କରିଛି । ବିଜେପି ପରି କଂଗ୍ରେସ ମଧ୍ୟ ରାଜ୍ୟର ଆଇନ ଶୃଙ୍ଖଳା ଉପରେ ପ୍ରଶ୍ନ ଉଠାଇଛି । ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ବିଧାନସଭାରେ ସରକାରଙ୍କୁ ଘେରିବ ବୋଲି କଂଗ୍ରେସ କହିଛି । ରାଗିଂ ଯୋଗୁଁ ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା ପ୍ରସଙ୍ଗ ବିଧାନସଭାରେ କଂଗ୍ରେସ ଉଠାଇବ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ।

ବିଧାୟକ ସୁର କହିଛନ୍ତି ରାଜ୍ୟର ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନରେ ମଧ୍ୟ ରାଗିଂ ହେଉଛି । ହେଲେ ସରକାର ଏଥିପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହାଁନ୍ତି । ତେଣୁ ଏପରି ଘଟଣାର ପୁନରାବୃତି ହେଉଛି । ଏ ଦିଗରେ ସରକାର ଠୋସ୍ ପଦକ୍ଷେପ ଗ୍ରହଣ କରିବାକୁ ଦାବୀ କରିଛନ୍ତି ସୁର ରାଉତରାୟ ।

ବିଜେବି କଲେଜ ଛାତ୍ରୀ ଆତ୍ମହତ୍ୟା ପ୍ରସଙ୍ଗ ବିଧାନସଭାରେ ଉଠାଇବ କଂଗ୍ରେସ

କଂଗ୍ରେସ ବିଧାୟକ ସୁରେଶ ରାଉତରାୟ କହିଛନ୍ତି, ରୁଚିକା ଆଇଏଏସ ହେବାକୁ ଚାହୁଁଥିଲେ । ହେଲେ ଏମିତି କ'ଣ ନିର୍ଯ୍ୟାତନା ଦିଆଗଲା ଯେଉଁଥିପାଇଁ ସେ ଆତ୍ମହତ୍ୟା କଲେ । ଏହାର ଅନୁସନ୍ଧାନ କରାଯାଇ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ।

ସୂଚନାନୁସାରେ ଗତକାଲି ବିଜେବି କଲେଜ ହଷ୍ଟେଲରୁ ରୁଚିକାର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା । ତେବେ ତାଙ୍କର ସୁଇସାଇଡ୍ ନୋଟ୍ ସାମ୍ନାକୁ ଆସିବା ପରେ ପରିବାର ଲୋକଙ୍କ ମଧ୍ୟରେ ମୃତ୍ୟୁର କାରଣକୁ ନେଇ ସନ୍ଦେହ ବଢ଼ିଛି । ୩ଜଣ ସିନିୟରଙ୍କ ମାନସିକ ନିର୍ଯ୍ୟାତନା ସହିନପାରି ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଉଥିବା ନେଇ ସୁଇସାଇଡ୍ ନୋଟରେ ଲେଖିଛନ୍ତି ଛାତ୍ରୀ ଜଣକ । ଏହାକୁ ନେଇ ଘଟଣାର ଛାନଭିନ କରୁଛି ପୋଲିସ ।

ଇଟିଭି ଭାରତ, ଭୁବନେଶ୍ବର


ABOUT THE AUTHOR

...view details