ଓଡିଶା

odisha

ETV Bharat / city

ଦରଦାମ ବୃଦ୍ଧି ପ୍ରସଙ୍ଗ ନେଇ ଗୃହର ମଧ୍ୟଭାଗରେ ଧାରଣା ଦେଲା କଂଗ୍ରେସ - ବିଧାନସଭା ଖବର

ବିଧାନସଭାର ଶୂ୍ନ୍ୟକାଳରେ ଦରଦାମ ବୃଦ୍ଧି ପ୍ରସଙ୍ଗ ଉଠାଇଛି କଂଗ୍ରେସ ।ଦରଦାମ ବୃଦ୍ଧିକୁ ନେଇ ବିଧାନସଭାରେ ଆଲୋଚନା କରାଯାଉ ବୋଲି କଂଗ୍ରେସ ଦାବି କରିଛି। ଅଧିକ ପଢନ୍ତୁ...

Congress  raised the issue of rising prices for essential goods in assembly
ଦରଦାମ ବୃଦ୍ଧି ପ୍ରସଙ୍ଗ ଉଠାଇ ଗୃହର ମଧ୍ୟ ଭାଗରେ ଧାରଣା ଦେଲା କଂଗ୍ରେସ

By

Published : Mar 24, 2021, 12:44 PM IST

Updated : Mar 24, 2021, 6:53 PM IST

ଭୁବନେଶ୍ବର: ବିଧାନସଭାରେ ଉଠିଲା ଦରଦାମ ବୃଦ୍ଧି ପ୍ରସଙ୍ଗ । ବିଧାନସଭାର ଶୂ୍ନ୍ୟକାଳରେ ଦରଦାମ ବୃଦ୍ଧି ପ୍ରସଙ୍ଗ ଉଠାଇଛି କଂଗ୍ରେସ ।

ଦରଦାମ ବୃଦ୍ଧି ପ୍ରସଙ୍ଗ ନେଇ ଗୃହର ମଧ୍ୟଭାଗରେ ଧାରଣା ଦେଲା କଂଗ୍ରେସଦରଦାମ ବୃଦ୍ଧି ପ୍ରସଙ୍ଗ ନେଇ ଗୃହର ମଧ୍ୟଭାଗରେ ଧାରଣା ଦେଲା କଂଗ୍ରେସ

ବିଧାନସଭା ବିଜେଟ ଅଧିବେଶନର ଏକାଦଶ ଦିନରେ ପ୍ରଶ୍ନକାଳ ସୁରୁଖୁରୁରେ ଆରମ୍ଭ ହୋଇଛି । ଏହା ପରେ ଶୂନ୍ୟକାଳରେ ଗୃହରେ ଦରଦାମ ବୃଦ୍ଧି ପ୍ରସଙ୍ଗ ଉଠାଇଛି କଂଗ୍ରେସ । ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ବୃଦ୍ଧି ପ୍ରସଙ୍ଗକୁ ନେଇ ଜୋରଦାର ଉଦବେଗ ପ୍ରକାଶ କରିଛି । କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଏ ପ୍ରସଙ୍ଗ ଉଠାଇଛନ୍ତି । ଖାଇବା ତେଲ, ଡିଜେଲ, ପେଟ୍ରୋଲ ରନ୍ଧନ ଗ୍ୟାସ ଦର ବୃଦ୍ଧିକୁ ନେଇ ଗୃହରେ ସଂକଳ୍ପ ଅଣାଯାଉ । ଦରଦାମ ବୃଦ୍ଧିକୁ ନେଇ ବିଧାନସଭାରେ ଆଲୋଚନା କରାଯାଉ ବୋଲି କଂଗ୍ରେସ ଦାବି କରିଛି। ଏହି ଦାବି ପୂରଣ ନ ହେବାରୁ ଗୃହର ମଧ୍ୟ ଭାଗରେ ଧାରଣାରେ ବସିଲେ କଂଗ୍ରେସ ବିଧାୟକ।

କଂଗ୍ରେସ ବିଧାୟକ ଦଳ ନେତା ମଧ୍ୟ ଦରଦାମ ବୃଦ୍ଧି ଉଠାଇବା ଟ୍ୟାକ୍ସ କମାଇବାକୁ ଦାବି କରିଛନ୍ତି । ସୂଚନାଥାଉକି କଂଗ୍ରେସ ଆତ୍ୟାବଶ୍ୟକ ସାମଗ୍ରୀ ଓ ଗ୍ୟାସ ଦରବୃଦ୍ଧିକୁ ନେଇ ସାରା ଦେଶରେ ସରକାରକୁ ଘେରୁଛି ।

ଭୁବନେଶ୍ବରରୁ ତପନ କୁମାର ଦାସ,ଇଟିଭି ଭାରତ

Last Updated : Mar 24, 2021, 6:53 PM IST

ABOUT THE AUTHOR

...view details