ଓଡିଶା

odisha

By

Published : Mar 9, 2021, 8:15 PM IST

ETV Bharat / city

ହୋଲଡିଂ ଟିକସ ବୃଦ୍ଧି ପ୍ରତିବାଦରେ କଂଗ୍ରେସର ପ୍ରତିବାଦ

ଭୁବନେଶ୍ବରରେ ହୋଲଡିଂ ଟ୍ୟାକ୍ସ ଓ ପ୍ରୋପର୍ଟି ଟ୍ୟାକ୍ସ ବୃଦ୍ଧି ପ୍ରତିବାଦରେ ରାଜରାସ୍ତାରେ ଗର୍ଜିଲା କଂଗ୍ରେସ। ମଙ୍ଗଳବାର ମଧ୍ୟ ଭୁବନେଶ୍ବର ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ ପ୍ରାର୍ଥୀ ରାଜୀବ ପଟ୍ଟନାୟକଙ୍କ ନେତୃତ୍ବରେ କଂଗ୍ରେସ ବିକ୍ଷୋଭ ପ୍ରଦର୍ଶନ କରିଛି। ଅଧିକ ପଢ଼ନ୍ତୁ...

ହୋଲଡିଂ ଟିକସ ବୃଦ୍ଧି ପ୍ରତିବାଦରେ କଂଗ୍ରେସର ପ୍ରତିବାଦ
ହୋଲଡିଂ ଟିକସ ବୃଦ୍ଧି ପ୍ରତିବାଦରେ କଂଗ୍ରେସର ପ୍ରତିବାଦ

ଭୁବନେଶ୍ବର: ଭୁବନେଶ୍ବରରେ ହୋଲଡିଂ ଟ୍ୟାକ୍ସ ଓ ପ୍ରୋପର୍ଟି ଟ୍ୟାକ୍ସ ବୃଦ୍ଧି ପ୍ରତିବାଦରେ ରାଜରାସ୍ତାରେ ଗର୍ଜିଲା କଂଗ୍ରେସ। ମଙ୍ଗଳବାର ମଧ୍ୟ ଭୁବନେଶ୍ବର ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ ପ୍ରାର୍ଥୀ ରାଜୀବ ପଟ୍ଟନାୟକଙ୍କ ନେତୃତ୍ବରେ କଂଗ୍ରେସ ବିକ୍ଷୋଭ ପ୍ରଦର୍ଶନ କରିଛି। ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ରାଜଧାନୀରେ ବେଆଇନ ଭାବେ ହୋଲଡିଂ ଟ୍ୟାକ୍ସ ଏବଂ ପ୍ରୋପର୍ଟି ଟ୍ୟାକ୍ସ ଅହେତୁକ ବୃଦ୍ଧି କରାଯାଇଥିବା ଅଭିଯୋଗ କରିଛି କଂଗ୍ରେସ।

ହୋଲଡିଂ ଟିକସ ବୃଦ୍ଧି ପ୍ରତିବାଦରେ କଂଗ୍ରେସର ପ୍ରତିବାଦ

ଏହାର ପ୍ରତିବାଦରେ ମାଷ୍ଟର କ୍ୟାଣ୍ଟିନ ଛକରେ ଏକ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି କଂଗ୍ରେସ କର୍ମୀ। ଖାଲି ସେତିକି ନୁହେଁ କଂଗ୍ରେସ କର୍ମୀମାନେ କଂଗ୍ରେସ ଭବନରୁ ଏକ ବିଶାଳ ରାଲି ବାହାରି ମାଷ୍ଟର କ୍ୟାଣ୍ଟିନ ଗୋଲେଇ ଛକରେ ପହଞ୍ଚିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଏମସି କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀଙ୍କ ବିରୋଧରେ ନାରା ବାଜି କରି ବିକ୍ଷୋଭ ପଦର୍ଶନ କରିଥିଲେ।

ଦୀର୍ଘ ୨୨ ବର୍ଷ ଧରି ନବୀନ ସରକାରଙ୍କୁ ସମର୍ଥନ ଦେଇଆସୁଛନ୍ତି ଭୁବନେଶ୍ବରବାସୀ । କିନ୍ତୁ ତାର ପ୍ରତିବଦଳରେ ନବୀନ ବାବୁ ରାଜଧାନୀବାସୀଙ୍କ ତଣ୍ଟି ଚିପି ହୋଲଡିଂ ଟ୍ୟାକ୍ସ ଓ ପ୍ରୋପର୍ଟି ଟ୍ୟାକ୍ସ ଆଦାୟ କରୁଛନ୍ତି । ଏହାପୂର୍ବ ଦେୟର ଦଶ ଗୁଣ ଅଧିକ ବୋଲି ଅଭିଯୋଗ କରିଛି କଂଗ୍ରେସ।

ଧାରା ୨୧୮ ଅନୁସାରେ ଗୋଟିଏ ମୂଲ୍ୟାୟନ ଟ୍ରିବୁନାଲ ଗଠନ ହେବା କଥା ,ତାହା ହୋଇନାହିଁ। ପ୍ରତ୍ୟେକ ମୂଲ୍ୟାୟନର ଗୋଟିଏ ନିର୍ଦ୍ଦିଷ୍ଟ ସମୟସୀମା ଅଛି। ଧାରା ୨୨୩ ଅନୁସାରେ କୌଣସି ବ୍ୟକ୍ତି ଏଥିରେ ସନ୍ତୁଷ୍ଟ ନଥିଲେ ଅଭିଯୋଗ କରିବାର ସୁଯୋଗ ଅଛି, ତାହା ହୋଇନାହିଁ। ଯଦି ବିଏମସି କର୍ତ୍ତୃପକ୍ଷ ଟ୍ୟାକ୍ସ ହ୍ରାସ ନକଲେ ମାର୍ଚ୍ଚ୧୫ ତାରିଖରେ ବିଏମସି ଘେରାଉ କରିବ ବୋଲି ଚେତାବନୀ ଦେଇଛନ୍ତି ମଧ୍ୟ ଭୁବନେଶ୍ବର ବିଧାୟକ ପ୍ରାର୍ଥୀ ରାଜୀବ ପଟ୍ଟନାୟକ।

ଭୁବନେଶ୍ବରରୁ ସଞ୍ଜିବ କୁମାର ରାୟ, ଇଟିଭି ଭାରତ

ABOUT THE AUTHOR

...view details