ଓଡିଶା

odisha

ETV Bharat / city

ତେଲ ଦରରେ ଲାଗିଛି ନିଆଁ, ରାଜ୍ୟରେ ବିରୋଧ କରୁଛି କଂଗ୍ରେସ

ତେଲ ଦରରେ ଲାଗିଛି ନିଆଁ
ତେଲ ଦରରେ ଲାଗିଛି ନିଆଁ

By

Published : Jun 11, 2021, 11:51 AM IST

Updated : Jun 11, 2021, 2:09 PM IST

13:59 June 11

କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ

କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ

ବଲାଙ୍ଗୀର: କଂଗ୍ରେସ ଦଳ ପକ୍ଷରୁ ଆଜି ତେଲ ଦର ବୃଦ୍ଧି ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। କଂଗ୍ରେସ କର୍ମୀ  ପ୍ରଧାନମନ୍ତ୍ରୀ ମୋଦିଙ୍କ ପୋଷ୍ଟର ଫାଡ଼ିବା ସହ ମୋଦିଙ୍କ ଫଟୋରେ କଳା ବୋଳି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। କଂଗ୍ରେସ ବିଭିନ୍ନ ପେଟ୍ରୋଲ ପମ୍ପରେ ଧାରଣା ଦେଇଥିଲେ।  ଆଗକୁ ତେଲ ଦର ନା କମିଲେ ଏମାନେ ତୀବ୍ର ଆନ୍ଦୋଳନ କରିବେ ବୋଲି କହିଛନ୍ତି।

ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ, ଇଟିଭି ଭାରତ 

13:42 June 11

ଯାଜପୁରରେ କଂଗ୍ରେସର ପ୍ରତିବାଦ

ଯାଜପୁରରେ କଂଗ୍ରେସର ପ୍ରତିବାଦ

ଯାଜପୁର: ଦେଶରେ  ବଢ଼ିଚାଲିଛି ପେଟ୍ରୋଲ ଓ ଡିଜେଲ୍ ସହ ରନ୍ଧନ ଗ୍ୟାସ ଦର । ସ୍ଥିତି ଏଭଳି ହୋଇଛି ରାଜ୍ୟରେ ଅନେକ ସ୍ଥାନରେ ପେଟ୍ରୋଲ ଲିଟର ପିଛା ୧୦୦ ଟଙ୍କାରେ ପହଞ୍ଚିଛି। ତେବେ ବୃଦ୍ଧି ପାଉଥିବା ତୈଳ ଦରକୁ ନେଇ ଆଜି ରାଜ୍ୟର ସମସ୍ତ ପେଟ୍ରୋଲ ପମ୍ପ ସମ୍ମୁଖରେ ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଛି କଂଗ୍ରେସ।  

ଏହାର ପ୍ରଭାବ ଯାଜପୁର ଜିଲ୍ଲାରେ ମଧ୍ୟ ଦେଖିବାକୁ ମିଳିଛି। ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ପେଟ୍ରୋଲ ପମ୍ପ ସମ୍ମୁଖରେ କଂଗ୍ରେସ ପକ୍ଷରୁ ଆନ୍ଦୋଳନ କରାଯାଇଛି। କୋରୋନା ମହାମାରୀ ସାରା ଦେଶକୁ କବଳିତ କରିଥିବା ବେଳେ କେନ୍ଦ୍ର ସରକାର ଲଗାତାର ଭାବେ ପେଟ୍ରୋଲ ଓ ଡିଜେଲ ଦର ବଢାଇବା ଦୁର୍ଭାଗ୍ୟଜନକ ବୋଲି କଂଗ୍ରେସ ନେତା କହିଛନ୍ତି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ 

12:39 June 11

ତୈଳ ଦରବୃଦ୍ଧି ପ୍ରତିବାଦରେ କଂଗ୍ରେସର ପ୍ରତିବାଦ

ତୈଳ ଦରବୃଦ୍ଧି ପ୍ରତିବାଦରେ କଂଗ୍ରେସର ପ୍ରତିବାଦ

ବାଲେଶ୍ବର: ଅହେତୁକ ତୈଳ ଦରବୃଦ୍ଧି ପ୍ରତିବାଦରେ କଂଗ୍ରେସର ପ୍ରତିବାଦ । ଅଖିଳ ଭାରତୀୟ କଂଗ୍ରେସ କମିଟିର ନିଷ୍ପତ୍ତିକ୍ରମେ ଏବଂ ପ୍ରଦେଶ କଂଗ୍ରେସ କମିଟିର ନିର୍ଦ୍ଦେଶକ୍ରମେ ବାଲେଶ୍ବର ଜିଲ୍ଲା କଂଗ୍ରେସ ପକ୍ଷରୁ ସକାଳ 7ରୁ 11 ଯାଏ ପେଟ୍ରୋଲ ପମ୍ପ ସମ୍ମୁଖରେ ଧାରଣା ଦିଆଯାଇଥିଲା।

କୋରୋନା ମହାମାରୀ ବେଳେ ତୈଳଦର ବୃଦ୍ଧି ଲୋକଙ୍କ ମେରୁଦଣ୍ଡ ଭାଙ୍ଗି ପକାଇଛି। କିଛିଦିନ ମଧ୍ୟରେ 23 ଥର ତୈଳଦର ବୃଦ୍ଧି କେନ୍ଦ୍ର ସରକାରଙ୍କ ଅପାରଗତାକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି। କଂଗ୍ରେସ ସମୟରେ ସାମାନ୍ୟ ତୈଳଦର ବୃଦ୍ଧି ବେଳେ ଯେଉଁମାନେ ବିକ୍ଷୋଭ ପ୍ରଦର୍ଶନ କରୁଥିଲେ ଆଜି ଏତେ ଦାମ ବଢିବା ପରେ ଚୁପ୍ କାହିଁକି ବୋଲି କଂଗ୍ରେସ ପ୍ରଶ୍ନ କରିଛି। ସାଧାରଣ ଲୋକଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ତୈଳଦର ହ୍ରାସ ପାଇଁ ଦାବି ହୋଇଛି।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ 

12:08 June 11

ବ୍ରହ୍ମଗିରିରେ ତେଲ ଦର ବୃଦ୍ଧିରେ ପ୍ରତିବାଦ

ବ୍ରହ୍ମଗିରିରେ ତେଲ ଦର ବୃଦ୍ଧିରେ ପ୍ରତିବାଦ

ବ୍ରହ୍ମଗିରି: ପେଟ୍ରୋଲ ଗ୍ୟାସର ଅହେତୁକ ଦର ବୃଦ୍ଧି ପ୍ରତିବାଦ କରି ବ୍ରହ୍ମଗିରି କଂଗ୍ରେସ ପକ୍ଷରୁ ପେଟ୍ରୋଲ ପମ୍ପ ଆଗରେ ଧାରଣା ଦିଆଯାଇଛି । 2 ମାସ ମଧ୍ୟରେ କେନ୍ଦ୍ର ସରକାରଙ୍କ ପେଟ୍ରୋଲ-ଡିଜେଲ ଏବଂ ଗ୍ୟାସ ଉପରେ ବାରମ୍ବାର ଦର ବୃଦ୍ଧିର ପ୍ରତିବାଦ କରାଯାଇଛି।  

ମହାମାରୀ କୋରୋନା ସମୟରେ ସଧାରଣ ଲୋକ ବଞ୍ଚିବା ପାଇ ସଂଘର୍ଷ କରୁଥିବା ବେଳେ ତୈଳ ଦର ବୃଦ୍ଧି ବୋଝ ଉପରେ ନଳିତା ବିଡା ସଦୃଶ ହୋଇଛି। ଏହା ଦ୍ଵାରା ସାଧାରଣ ଖାଉଟି ସାମଗ୍ରୀର ଦର ବୃଦ୍ଧିର କାରଣ ପାଲଟିଛି । ଏହାର ଦର ହ୍ରାସ ପାଇଁ ସରକାରଙ୍କ ଉପରେ ଚାପ ପ୍ରୟୋଗ କରିବା ପାଇଁ କଂଗ୍ରେସ ପକ୍ଷରୁ ସମସ୍ତ ବ୍ଲକ ସ୍ତରୀୟ ପ୍ରତିବାଦ ଓ ବିକ୍ଷୋଭ କରାଯାଇଛି ।

ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ 

11:47 June 11

ଅନୁଗୋଳରେ କଂଗ୍ରେସର ପ୍ରତିବାଦ

ଅନୁଗୋଳରେ କଂଗ୍ରେସର ପ୍ରତିବାଦ

ଅନୁଗୋଳ: ବଢି ବଢି ଚାଲିଛି ଦେଶର ତେଲ ଦର। ଓଡ଼ିଶାରେ ତୈଳ ଦର 100 ଅତିକ୍ରମ କଲାଣି । ଏହାର ବିରୋଧ କରିଛି ଅନୁଗୋଳ ଜିଲ୍ଲା କଂଗ୍ରେସ। ଜିଲ୍ଲା କଂଗ୍ରେସ ସଭାପତି ବିପ୍ଳବ ଜେନାଙ୍କ ନେତୃତ୍ବରେ କଂଗ୍ରେସକର୍ମୀ ମାନେ ଧାରଣାରେ ବସିଛନ୍ତି।  

କୋରୋନା ସମୟରେ ଅତ୍ୟାବଶ୍ୟକୀୟ ସାମଗ୍ରୀର ଦର ବୃଦ୍ଧି ସାଧାରଣ ଲୋକଙ୍କ ପାଇଁ ବୋଝ ଉପରେ ନଳିତା ବିଡା ସଦୃଶ । ତା ଉପରେ ପୁଣି ତେଲ ଓ ରନ୍ଧନ ଗ୍ୟାସର ଦର ଵୃଦ୍ଧି ଗରିବଙ୍କ ତଣ୍ଟି ଚିପି ଦେଲାଣି। ତୁରନ୍ତ କେନ୍ଦ୍ର ସରକାର ଦର ବୃଦ୍ଧି ନିୟନ୍ତ୍ରଣ କରିବା ସହ ତୈଳ ଦର ବୃଦ୍ଧିକୁ ବନ୍ଦ କରିବାକୁ କଂଗ୍ରେସ ପକ୍ଷରୁ ଦାବି କରାଯାଇଛି।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ 

11:46 June 11

କଳାହାଣ୍ଡିରେ ବିକ୍ଷୋଭ ପ୍ରଦର୍ଶନ

କଳାହାଣ୍ଡିରେ ବିକ୍ଷୋଭ ପ୍ରଦର୍ଶନ

କଳାହାଣ୍ଡି:  କୋରୋନା ବିପତ୍ତି ମଧ୍ୟରେ ଜନସାଧାରଣ ଜୀବନ ଜୀବିକା ପାଇଁ ସଂଘର୍ଷ କରୁଛନ୍ତି ।  ଏଭଳି ସଙ୍କଟ ସମୟରେ ପେଟ୍ରୋଲ-ଡିଜେଲ ଏବଂ ରନ୍ଧନ ଗ୍ୟାସର ଅହେତୁକ ଦର ବୃଦ୍ଧି ବେଡି ଉପରେ କୋରୋନା ମାଡ ସଦୃଶ ହୋଇଛି । ଏହାକୁ ଘୋର ପ୍ରତିବାଦ କରିଛି କଂଗ୍ରେସ ।  

ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲା ସଭାପତି ଭାରତ ବେମାଲଙ୍କ ନେତୃତ୍ବରେ ଜିଲ୍ଲାର ସମସ୍ତ ପେଟ୍ରୋଲ ପମ୍ପରେ ସକାଳ 7ଟା ରୁ ଦିନ 11 ଟା ପର୍ଯ୍ୟନ୍ତ ଧାରଣା ଦିଆଯିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।  

କଳାହାଣ୍ଡିରୁ ଅଜିତ୍ ସିଂ, ଇଟିଭି ଭାରତ 

11:01 June 11

ଖୋର୍ଦ୍ଧାରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ

ଖୋର୍ଦ୍ଧାରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ

ଖୋର୍ଦ୍ଧା : ଦେଶରେ ବେ ଲଗାମ୍ ହୋଇପଡିଛି ପେଟ୍ରୋଲ ଓ ଡିଜେଲ ଦର । ଏହାର ସିଧାସଳଖ ପ୍ରଭାବ ହାଣ୍ଡିଶାଳରେ ପଡିଛି । ପେଟ୍ରୋଲ-ଡିଜେଲ ଓ ରନ୍ଧନ ଗ୍ୟାସର ଦରବୃଦ୍ଧି କାରଣରୁ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀର ମଧ୍ୟ ଦରବୃଦ୍ଧି ଘଟୁଛି ।  

ଆଜି ଏହି ଦରବୃଦ୍ଧି ପ୍ରତିବାଦରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ପେଟ୍ରୋଲ ପମ୍ପ ସାମ୍ନାରେ କଂଗ୍ରେସ ପକ୍ଷରୁ ପ୍ରତିବାଦ ଓ ବିକ୍ଷୋଭ ପଦର୍ଶନ କରାଯାଇଛି । କେନ୍ଦ୍ର ସରକାର ତୈଳଦର ଏବଂ ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧିକୁ କଂଗ୍ରେସ ପକ୍ଷରୁ ଦୃଢ଼ ନିନ୍ଦା କରାଯିବା ସହ ତୁରନ୍ତ କମାଇବା ପାଇଁ ଦାବି ହୋଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ 

Last Updated : Jun 11, 2021, 2:09 PM IST

ABOUT THE AUTHOR

...view details