ବାଲେଶ୍ବର/କେନ୍ଦୁଝର: ପ୍ରଦେଶ କଂଗ୍ରେସ କମିଟିର ଆହ୍ବାନ କ୍ରମେ ଛଅ ଦଫା ଦାବି ନେଇ ଶୁକ୍ରବାର ବିଭିନ୍ନ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ଵାରା ଅହେତୁକ ଦର ବୃଦ୍ଧି, ନିଯୁକ୍ତି କାଟ, ବେକାରୀ ସମସ୍ୟା, ନାରୀ ନିର୍ଯାତନା, ଆଇନ ଶୃଙ୍ଖଳାରେ ଅବନତି ଓ ପିସି କାରବାର ଆଦି ବିରୁଦ୍ଧରେ ପ୍ରତିବାଦ କରି ଏହି ଧାରଣା ଦିଆଯାଇଛି ।
ବାଲେଶ୍ବର ଜିଲ୍ଲା କଂଗ୍ରେସ ପକ୍ଷରୁ ଏକ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳ ଅଫିସ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଜଣେ ଗରିବ ପରିବାରକୁ ବର୍ତ୍ତମାନ ସମୟରେ ପେଟ ପୋଷିବା ଓ ପରିବାର ଚଲାଇବା ପାଇଁ କଷ୍ଟ ହେଉଥିବା ବେଳେ କେନ୍ଦ୍ର ଓ ରାଜ୍ୟ ସରକାର ମାନମାନି ଚଳାଇଥିବା କଂଗ୍ରେସ କହିଛି।