ଓଡିଶା

odisha

ETV Bharat / city

ପିସିସି ସଭାପତିଙ୍କୁ ଆକ୍ରମଣ ଘଟଣାରେ ତାତିଲା କଂଗ୍ରେସ, ରାଜ୍ୟବ୍ୟାପୀ ବିକ୍ଷୋଭ - protest on pcc president niranjan pattnayak attack issue

ପିସିସି ସଭାପତିଙ୍କ ଆକ୍ରମଣ ଘଟଣାରେ ତାତିଲା କଂଗ୍ରେସ
ପିସିସି ସଭାପତିଙ୍କ ଆକ୍ରମଣ ଘଟଣାରେ ତାତିଲା କଂଗ୍ରେସ

By

Published : Jan 18, 2021, 4:48 PM IST

Updated : Jan 18, 2021, 10:34 PM IST

22:26 January 18

ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ କମିଟି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି

ପିସିସି ସଭାପତିଙ୍କ ଆକ୍ରମଣ ଘଟଣାରେ ତାତିଲା କଂଗ୍ରେସ

ସୁବର୍ଣ୍ଣପୁର: ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଗାଡିକୁ ଅଟକାଇ କିଛି ନିଶାଶକ୍ତ ଯୁବକ ତାଙ୍କ ସୁରକ୍ଷା କର୍ମୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏହାର ପ୍ରତିବାଦରେ ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଜିଲ୍ଲା ଆରକ୍ଷୀ ଅଧିକଙ୍କ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି ।

ଜିଲ୍ଲା ସଭାପତି ଗୌରୀଶ୍ୟାମ ପଣ୍ଡାଙ୍କ ନେତୃତ୍ବରେ କଂଗ୍ରେସ କର୍ମୀମାନେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ଆଗରେ ନୀରବ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଦିନକୁ ଦିନ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇ ପଡୁଥିବା ବେଳେ ରାଜନେତାଠୁ ଆରମ୍ଭ କରି ଜନସାଧାରଣ ସମସ୍ତେ ଅସୁରକ୍ଷିତ ମନେ କରୁଥିବା ଅଭିଯୋଗ କରିଛି ଜିଲ୍ଲା କଂଗ୍ରେସ କମିଟି ।

ଏଥିପ୍ରତି ସରକାର ତଥା ପୋଲିସ ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହୋଇଛି । ପିସିସି ସଭାପତିଙ୍କ ଆକ୍ରମଣ ଘଟଣାକୁ ନିନ୍ଦା କରିବା ସହ ଏଥିରେ ସାମିଲ ଥିବା ବ୍ୟକ୍ତିଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

20:19 January 18

ଏସପିଙ୍କୁ ଭେଟିଲା ମୟୂରଭଞ୍ଜ ଜିଲ୍ଲା କଂଗ୍ରେସ

ପିସିସି ସଭାପତିଙ୍କ ଆକ୍ରମଣ ଘଟଣାରେ ତାତିଲା କଂଗ୍ରେସ

ବାରିପଦା: ପ୍ରଦେଶ କଂଗ୍ରେସର ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଗାଡି ଭାଙ୍ଗିବା ସହ ଆକ୍ରମଣ ପ୍ରତିବାଦରେ ମୟୂରଭଞ୍ଜ ଜିଲ୍ଲା କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସୋମବାର କଂଗ୍ରେସ ପକ୍ଷରୁ ଏକ ରାଲିରେ ସହର ପରିକ୍ରମା କରି କର୍ମୀମାନେ ମୟୂରଭଞ୍ଜ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିବା ସହ କଂଗ୍ରେସ କର୍ମୀମାନେ ନାରାବାଜି ଦେଇଥିଲେ।  

ପିସିସି ସଭାପତିଙ୍କ ଆକ୍ରମଣକାରୀଙ୍କୁ ତୁରନ୍ତ ଗିରଫ ଦାବି କରିଛି କଂଗ୍ରେସ। ତେବେ ଘଟଣାକୁ ଅତ୍ୟନ୍ତ ନିନ୍ଦନୀୟ ଏବଂ ଯେଉଁମାନେ ଏଥିରେ ସମ୍ପୃକ୍ତ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ଆବଶ୍ୟକ ବୋଲି ଦାବି କରିଛି କଂଗ୍ରେସ।  

ସୂଚନା ଅନୁଯାୟୀ, ପିସିସି ସଭାପତି କେନ୍ଦୁଝର ଗସ୍ତ କରି କାର୍ଯ୍ୟକ୍ରମ ସାରି ଫେରୁଥିବା ସମୟରେ ଟାଉନ ଥାନା ନିକଟରେ କିଛି ଦୃବୁର୍ତ୍ତ ମାନେ ତାଙ୍କ ଗାଡି ଅଟକାଇବା ସହ ଗାଡିଟିକୁ ଭଙ୍ଗାରୁଜା କରିଥିଲେ ଏବଂ ତାଙ୍କ ଉପରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା।  ଏହାର ପ୍ରତିବାଦରେ ମୟୂରଭଞ୍ଜ କଂଗ୍ରେସ ପକ୍ଷରୁ ଜିଲ୍ଲା ସଭାପତି ହେମନ୍ତ ଦାସଙ୍କ ନେତୃତ୍ବରେ ଏସପି ଅଫିସ ସମ୍ମୁଖରେ ବିକ୍ଷୋଭ କରାଯାଇଥିଲା।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି,  ଇଟିଭି ଭାରତ

19:56 January 18

ରାୟଗଡା ଜିଲ୍ଲା କଂଗ୍ରେସ ଏସପି ଅଫିସ ଘେରାଉ କରିଛନ୍ତି

ପିସିସି ସଭାପତିଙ୍କ ଆକ୍ରମଣ ଘଟଣାରେ ତାତିଲା କଂଗ୍ରେସ

ରାୟଗଡା: ପିସିସି ସଭାପତିଙ୍କ  ଉପରକୁ ଆକ୍ରମଣ  ଘଟଣାର ପ୍ରତିବାଦରେ ଜିଲ୍ଲା କଂଗ୍ରେସ ଏସପି ଅଫିସ ଘେରାଉ କରିଛନ୍ତି  ।  

ରବିବାର କେନ୍ଦୁଝରରେ  ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଗାଡି ଉପରକୁ ଆକ୍ରମଣ  ଘଟଣାରେ ରାୟଗଡା ଜିଲ୍ଲା କଂଗ୍ରେସ ସୋମବାର ରାଜରାସ୍ତାକୁ ଓଲ୍ଲାଇଛି । ଏହି ଆକ୍ରମଣ ପ୍ରତିବାଦରେ ଜିଲ୍ଲା କଂଗ୍ରେସ ସଭାପତି ଦୂର୍ଗା ପ୍ରସାଦ ପଣ୍ଡାଙ୍କ ନେତୃତ୍ଵରେ ଶତାଧିକ କର୍ମୀ ଏକ ଶୋଭା ଯାତ୍ରାରେ ଆସି ଏସପିଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ବସି ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ 

17:36 January 18

ଏସପିଙ୍କୁ ଭେଟିଲା ବୌଦ୍ଧ ଜିଲ୍ଲା କଂଗ୍ରେସ

ପିସିସି ସଭାପତିଙ୍କ ଆକ୍ରମଣ ଘଟଣାରେ ତାତିଲା କଂଗ୍ରେସ

ବୌଦ୍ଧ: ରାଜ୍ୟ ପିସିସି ସଭାପତିଙ୍କୁ ଆକ୍ରମଣ ପ୍ରତିବାଦରେ ଜିଲ୍ଲା କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ । ଅଭିଯୁକ୍ତ ମାନଙ୍କୁ ଗିରଫ ଦାବି କରି ଏକ ଦାବିପତ୍ର ଏସପିଙ୍କୁ ପ୍ରଦାନ କରାଯାଇଛି ।

ରବିବାର ରାଜ୍ୟ ପିସିସି ସଭାପତିଙ୍କୁ କେନ୍ଦୁଝର ଜିଲ୍ଲାରେ ହୋଇଥିବା ଆକ୍ରମଣ ଘଟଣାକୁ ବୌଦ୍ଧ ଜିଲ୍ଲା କଂଗ୍ରେସ ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି ।  ରବିବାର ପିସିସି ମୁଖ୍ୟଙ୍କ ଗାଡି ଓ ସୁରକ୍ଷା କର୍ମୀଙ୍କ ଉପରେ ହୋଇଥିବା ଆକ୍ରମଣ ପ୍ରତିବାଦରେ ସୋମବାର ବୌଦ୍ଧ ଜିଲ୍ଲା କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।

ଏହି ଘଟଣା ସହ ସମ୍ପୃକ୍ତ ଅଭିଯୁକ୍ତ ମାନଙ୍କୁ ଗିରଫ ଦାବି କରାଯାଇ ଏକ ଦାବିପତ୍ର ବୌଦ୍ଧ ଏସପି ଭି ରଘୁନାଥ ରାଓଙ୍କୁ ପ୍ରଦାନ କରାଯାଇଛି । ତୁରନ୍ତ ଏ ଦିଗରେ ପଦକ୍ଷେପ ଗ୍ରହଣ କରାନଗଲେ ଆଗାମୀ ଦିନରେ ଆନ୍ଦୋଳନ କୁ ଆହୁରି ଯୋରଦାର କରାଯିବ ବୋଲି କଂଗ୍ରେସ ଜିଲ୍ଲା ସଭାପତି ଚେତାବନୀ ଦେଇଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

17:24 January 18

ଏସପିଙ୍କୁ ଭେଟିଲା ଜଗତସିଂହପୁର ଜିଲ୍ଲା କଂଗ୍ରେସ

ଜଗତସିଂହପୁର: ପିସିସି ସଭାପତିଙ୍କ ଉପରକୁ ଆକ୍ରମଣ ଘଟଣାରେ ଜଗସିଂହପୁର ଜିଲ୍ଲା ପ୍ରଦେଶ କଂଗ୍ରେସ ପକ୍ଷରୁ ସୋମବାର ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି।  

ରବିବାର ରାଜ୍ୟ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ କେନ୍ଦୁଝରରୁ ଭୁବନେଶ୍ବର ଆସୁଥିଲେ । ସେହି ସମୟରେ ହଠାତ୍ ବାଟରେ ତାଙ୍କ ଗାଡିକୁ ଦୁର୍ବୃତ୍ତ ଅଟକାଇବା ତାଙ୍କ ଉପରକୁ ଆକ୍ରମଣ କରିଥିଲେ ।  

ଏହି ଘଟଣାକୁ ନେଇ ଜଗତସିଂହପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ସୋମବାର ଏସପିଙ୍କୁ ଭେଟି ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଡିଜିଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ଏଥିରେ ଜିଲ୍ଲା କଂଗ୍ରେସ ସଭାପତି ନଟବର ବାରିକ, ପୂର୍ବତନ ପୌରାଧକ୍ଷ ବିପ୍ଳବ ଚୌଧୁରୀ, ଯୁବ କଂଗ୍ରେସ ସଭାପତି ପ୍ରଶାନ୍ତ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

16:04 January 18

ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଭଦ୍ରକ ଜିଲ୍ଲା କଂଗ୍ରେସର ବିକ୍ଷୋଭ

ପିସିସି ସଭାପତିଙ୍କ ଆକ୍ରମଣ ଘଟଣାରେ ତାତିଲା କଂଗ୍ରେସ

ଭଦ୍ରକ: ପ୍ରଦେଶ କଂଗ୍ରେସର ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଗାଡି ଭାଙ୍ଗିବା ସହ ଆକ୍ରମଣ ପ୍ରତିବାଦରେ ଜିଲ୍ଲା କଂଗ୍ରେସ ପକ୍ଷରୁ ବିକ୍ଷୋଭ କରାଯାଇଛି। ସୋମବାର ଭଦ୍ରକ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିବା ସହ ନାରାବାଜି ଦେଇଥିଲେ।  

ପିସିସି ସଭାପତିଙ୍କୁ ଯେଉଁମାନେ ଆକ୍ରମଣ କରିଛନ୍ତି, ତାହା ଅତ୍ୟନ୍ତ ନିନ୍ଦନୀୟ ଏବଂ ଯେଉଁମାନେ ଏଥିରେ ସମ୍ପୃକ୍ତ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ଆବଶ୍ୟକ ବୋଲି ଦାବି କରିଛି କଂଗ୍ରେସ।  

ସୂଚନା ଅନୁଯାୟୀ, ପିସିସି ସଭାପତି କେନ୍ଦୁଝର ଗସ୍ତ କରି କାର୍ଯ୍ୟକ୍ରମ ସାରି ଫେରୁଥିବା ସମୟରେ ଟାଉନ ଥାନା ନିକଟରେ କିଛି ଦୃବୁର୍ତ୍ତ ମାନେ ତାଙ୍କ ଗାଡି ଅଟକାଇବା ସହ ଗାଡିଟିକୁ ଭଙ୍ଗାରୁଜା କରିଥିଲେ ଏବଂ ତାଙ୍କ ଉପରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା।  

ଏହାର ପ୍ରତିବାଦରେ ଭଦ୍ରକ କଂଗ୍ରେସ ପକ୍ଷରୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ କରାଯାଇଥିଲା। ଏଥିସହ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତିଳିକା ଦାହ କରାଯାଇଥିଲା।

ଭଦ୍ରକରୁ ଦେବାଶିଷ୍ ମହାପାତ୍ର, ଇଟିଭି ଭାରତ 

15:51 January 18

ଯାଜପୁରରେ ଏସପିଙ୍କୁ ଦାବିପତ୍ର ଦେଲା ଜିଲ୍ଲା କଂଗ୍ରେସ

ଯାଜପୁର: ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ କିଛି ଦୁର୍ବୃତ୍ତ ମରଣାନ୍ତକ ଆକ୍ରମଣ ଉଦ୍ୟମ କରିଥିଲେ । ଏହି ଘଟଣାରେ ଦୋଷୀ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବିରେ ଜିଲ୍ଲା କଂଗ୍ରେସ ପକ୍ଷରୁ ପାଣିକୋଇଲି ସ୍ଥିତ ଏସପିଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି।  

ସୂଚନା ମୁତାବକ, ରବିବାର ରାତିରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ନିଜର କୌଣସି କାମରେ କେନ୍ଦୁଝର ଜିଲ୍ଲା ଯାଉଥିଲେ ।  ସେହି ସମୟରେ ହଠାତ୍ କିଛି ଦୁର୍ବୃତ୍ତ  ତାଙ୍କ ଗାଡି ଉପରକୁ ଆକ୍ରମଣ କରିଥଲେ ।

ନିରଞ୍ଜନ ପଟ୍ଟନାୟକ ପ୍ରତିବାଦ କରିବାରୁ ତାଙ୍କ ଅଙ୍ଗରକ୍ଷୀଙ୍କ ଉପରକୁ ଆକ୍ରମଣ କରିଥିଲେ ଦୁର୍ବୃତ୍ତ । ସୋମବାର ଏହାର ପ୍ରତିବାଦରେ ସାରା ରାଜ୍ୟର ଆରକ୍ଷୀ ଅଧିକ୍ଷକ କାର୍ଯ୍ୟଳୟ ଆଗରେ କଂଗ୍ରେସ ପକ୍ଷରୁ ଦୁର୍ବୁତ୍ତ ମାନଙ୍କୁ ଧରିବା ପାଇଁ ଧାରଣା ଦିଆଯାଇଛି।

ଏହି ପରିପ୍ରେକ୍ଷୀରେ ଯାଜପୁର ଜିଲ୍ଲା କଂଗ୍ରେସ ସଭାପତି ମନୋଜ ରାଉତଙ୍କ ନେତୃତ୍ବରେ ରାଜ୍ୟ ମହିଳା ସଭନେତ୍ରୀ ବନ୍ଦିତା ପରିଡା, ଯାଜପୁର ଟାଉନ କଂଗ୍ରସ ନେତା ସନ୍ତୋଷ ନନ୍ଦ ପ୍ରମୁଖ ପାଣିକୋଇଲି ଛକରୁ ଏକ ରାଲି କରି ଡିଜିଙ୍କ ଉଦ୍ଦେଶ୍ୟରେ ଯାଜପୁର ଏସପି ରାହୁଲ ପିଆରଙ୍କୁ ଏକ ଦାବିପତ୍ର ପ୍ରଦାନ  କରିଛନ୍ତି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ 

Last Updated : Jan 18, 2021, 10:34 PM IST

ABOUT THE AUTHOR

...view details