ନରସିଂହଙ୍କ ସ୍ଵାସ୍ଥ୍ୟ ନେଇ ଅପଡେଟ୍ ଦେଇଛି ଆପୋଲୋ ହସ୍ପିଟାଲ । ଏନେଇ ଆପୋଲ ହସ୍ପିଟାଲର ଡ଼ଃ ପିକେ ସାହୁ କହିଛନ୍ତି ଯେ, ନରସିଂହ ମିଶ୍ରଙ୍କ ସ୍ଵାସ୍ଥ୍ୟବସ୍ଥା ଠିକ୍ ଅଛି । ସନ୍ଧ୍ୟା ସୁଦ୍ଧା ରିପୋର୍ଟ ଆସିବ ବୋଲି କହିଛନ୍ତି ଡାକ୍ତର ପିକେ ସାହୁ । ଆଜି ହସ୍ପିଟାଲରେ ରହିବେ ନରସିଂହ ମିଶ୍ର ।
କଂଗ୍ରେସର CBI ଅଫିସ୍ ଘେରାଉ, ପ୍ରତିବାଦ ସମୟରେ ନରସିଂହ ମିଶ୍ର ଅସୁସ୍ଥ
15:10 December 28
ସୁସ୍ଥ ଅଛନ୍ତି ନରସିଂହ ମିଶ୍ର
15:08 December 28
ନରସିଂହ ମିଶ୍ରଙ୍କ ସ୍ବାସ୍ଥ୍ୟବସ୍ଥା ପଚାରିବୁଝିଲେ ମୁଖ୍ୟମନ୍ତ୍ରୀ
ନରସିଂହ ମିଶ୍ରଙ୍କ ଅସୁସ୍ଥ ହେବାପରେ ତାଙ୍କ ପରିବାରଙ୍କ ସହ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ନବୀନ ଟ୍ବିଟର କରିଛନ୍ତି । ସେ ଲେଖିଛନ୍ତି, ‘କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ଅସୁସ୍ଥତା ବିଷୟରେ ଜାଣିବା ପରେ ତାଙ୍କ ପରିବାର ସହ କଥା ହୋଇ ସ୍ବାସ୍ଥ୍ୟବସ୍ଥା ବିଷୟରେ ପଚାରି ବୁଝିଲି । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ତାଙ୍କ ଆଶୁ ଆରୋଗ୍ୟ ଓ ଉତ୍ତମ ସ୍ବାସ୍ଥ୍ୟ କାମନା କରୁଛି ’ ।
11:47 December 28
କଂଗ୍ରେସର CBI ଅଫିସ୍ ଘେରାଉ, ପ୍ରତିବାଦ ସମୟରେ ଅସୁସ୍ଥ ହେଲେ ନରସିଂହ ମିଶ୍ର
ଭୁବନେଶ୍ବର: ରାଜ୍ୟ ସିବିଆଇ ମୁଖ୍ୟାଳୟ ଘେରାଉ କଲା କଂଗ୍ରେସ । ତ୍ରିରଙ୍ଗା ଶୋଭାଯାତ୍ରାରେ ଆସି ଘେରାଉ କଲା କଂଗ୍ରେସ । ତେବେ ଏହି ସମୟରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଅସୁସ୍ଥ ହୋଇ ପଡିଛନ୍ତି । ଭାଷଣ ଦେଇସାରିବା ପରେ ଛାତି ଧରି ତଳେ ବସି ପଡିଥିଲେ ନରସିଂହ ମିଶ୍ର । ଏହାପରେ ତୁରନ୍ତ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ପ୍ରକାଶଥାଉକି, ଚିଟଫଣ୍ଡ ମାମଲାରେ ତଦନ୍ତରେ ଢିଲା କରୁଥିବାରୁ କଂଗ୍ରେସ ଘେରାଉ କରିଛି । କଂଗ୍ରେସ ପ୍ରତିଷ୍ଠା ଦିବସରେ ସିବିଆଇ କାର୍ଯ୍ୟାଳୟ ଘେରାଉ କରିଛି ଦଳ ।
ଭୁବନେଶ୍ବରରୁ ତପନ ଦାଶ, ଇଟିଭି ଭାରତ