ଓଡିଶା

odisha

By

Published : Nov 21, 2019, 6:10 PM IST

ETV Bharat / city

ଆର୍ଥିକ ମାନ୍ଦାବସ୍ଥା ବିରୋଧରେ ଗର୍ଜିଲା କଂଗ୍ରେସ

ଦେଶରେ ଖାଉଟି ସାମଗ୍ରୀର ଅହେତୁକ ଦରବୃଦ୍ଧି ଓ ମାନ୍ଦାବସ୍ଥା ବିରୋଧରେ ଉଭୟ କେନ୍ଦ୍ରାପଡା ଓ କଳାହାଣ୍ଡି ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ । ରାଷ୍ଟ୍ରପତିଙ୍କ ଉଦ୍ଧେଶ୍ୟରେ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି କଂଗ୍ରେସ କର୍ମୀ ।

ମାନ୍ଦାବସ୍ଥା ପାଇଁ କଳାହାଣ୍ଡି-କେନ୍ଦ୍ରାପଡାରେ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ

ଭୁବନେଶ୍ବର: ଦିନକୁ ଦିନ ବଢୁଥିବା ଖାଉଟି ସାମଗ୍ରୀର ଅହେତୁକ ମୂଲ୍ୟବୃଦ୍ଧି ଓ ଦେଶରେ ଦେଖାଦେଇଥିବା ଆର୍ଥିକ ମାନ୍ଦାବସ୍ଥା ବିରୋଧରେ ଗୁରୁବାର କଳାହାଣ୍ଡି ଓ କେନ୍ଦ୍ରାପଡା କଂଗ୍ରେସ ପକ୍ଷରୁ ପ୍ରତିବାଦ ଓ ବିକ୍ଷୋଭ ପ୍ରଦର୍ଶନ ହୋଇଛି ।

ମାନ୍ଦାବସ୍ଥା ପାଇଁ କଳାହାଣ୍ଡି-କେନ୍ଦ୍ରାପଡାରେ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ

କଳାହାଣ୍ଡି ଜିଲ୍ଲାରେ ଦିନକୁ ଦିନ ବେକାରୀ ସମସ୍ୟା ଯୋଗୁଁ ଦାଦନ ଖଟିବାକୁ ଯୁବବର୍ଗ ଅନ୍ୟ ରାଜ୍ୟକୁ ଚାଲାଣ ହେଉଛନ୍ତି । ଏସବୁ ପାଇଁ କେନ୍ଦ୍ର ସରକାର ଦାୟୀ ବୋଲି ଅଭିଯୋଗ କରିଛି କଂଗ୍ରେସ । କଳାହାଣ୍ଡି ଜିଲ୍ଲା କଂଗ୍ରେସ କମିଟିର ଆବାହକ ତଥା ସଭାପତି ଭାରତ ଭୂଷଣ ବେମାଲଙ୍କ ନେତୃତ୍ବରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଚରଣ ଦାସଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀ ଏକ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ ଅଫିସ ଆଗରେ ପ୍ରତିବାଦ ଓ ଧାରଣା ଦେଇଛନ୍ତି । ଏହାସହ ଏକ ଦାବିପତ୍ର ରାଷ୍ଟ୍ରପତିଙ୍କ ଉଦ୍ଧେଶ୍ୟରେ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି ।

ଅନ୍ୟପକ୍ଷେ ବର୍ଦ୍ଧିତ ଦରଦାମ୍ ପ୍ରତିବାଦରେ କେନ୍ଦ୍ରାପଡ଼ା ଜିଲା କଂଗ୍ରେସ ପକ୍ଷରୁ ମଧ୍ୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି l ଶତାଧିକ ଦଳୀୟ କର୍ମୀ ଶୋଭାଯାତ୍ରାରେ ଆସି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ଚିଥିଲେ l କଂଗ୍ରେସ କର୍ମୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଭିତରକୁ ଧସେଇ ପଶିବା ପାଇଁ ଉଦ୍ୟମ କରିଥିଲେ l ଏହି ବିକ୍ଷୋଭରେ ଜିଲା ସଭାପତି ଚିନ୍ମୟ ବେଉରା, କଂଗ୍ରେସ ନେତା ଗଣେଶ୍ବର ବେହେରା, ଜ୍ଞାନଦେବ ବେଉରା ପ୍ରମୁଖ ଯୋଗ ଦେଇଥିଲେ l


ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details