ଓଡିଶା

odisha

ETV Bharat / city

Congress SP Office Gherao: SP କାର୍ଯ୍ୟାଳୟ ସମ୍ମୁଖରେ କଂଗ୍ରେସର ବିକ୍ଷୋଭ ଓ ଗଣଧାରଣା - ଛାତ୍ର କଂଗ୍ରେସର ବିକ୍ଷୋଭ ବେଳେ ପୋଲିସର ଲାଠିଚାର୍ଜ

ଯାଜପୁର ଜିଲ୍ଲା କଂଗ୍ରେସ ଏସପି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ଗଣଧାରଣା
ଯାଜପୁର ଜିଲ୍ଲା କଂଗ୍ରେସ ଏସପି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ଗଣଧାରଣା

By

Published : Dec 14, 2021, 4:10 PM IST

Updated : Dec 14, 2021, 8:40 PM IST

19:34 December 14

ମମିତା ମେହେର ହତ୍ୟା ଘଟଣାରେ ଛାତ୍ର କଂଗ୍ରେସର ପ୍ରତିବାଦ

ମମିତା ମେହେର ହତ୍ୟା ଘଟଣାରେ ଛାତ୍ର କଂଗ୍ରେସର ପ୍ରତିବାଦ

କଟକ:ମମିତା ମେହେର ହତ୍ୟା ଘଟଣାରେ ଛାତ୍ର କଂଗ୍ରେସ ର ପ୍ରତିବାଦ ସମୟରେ ପୋଲିସର ଲାଠିମାଡ଼ । ଭୁବନେଶ୍ୱର କଂଗ୍ରେସ ଭବନ ଭିତରେ ପଶି ପୋଲିସ ର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଓ ଆକ୍ରମଣ ପ୍ରତିବାଦ ରେ ସାରା ରାଜ୍ୟରେ କଂଗ୍ରେସ ସମସ୍ତ ଏସ ପି ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛି।

କଟକ ନଗର ଜିଲା କଂଗ୍ରେସ ପକ୍ଷରୁ ଡିସିପି ଅଫିସ ସମ୍ମୁଖରେ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।ନଗର ସଭାନେତ୍ରୀ ଗିରିବାଳା ବେହେରା ଙ୍କ ନେତୃତ୍ୱରେ ଯୁବ ଓ ମହିଳା କଂଗ୍ରେସ ଙ୍କ ପକ୍ଷରୁ ଧାରଣ ଦିଆଯାଇ ରାଜ୍ୟପାଳଙ୍କ ଉଦେଶ୍ୟ ରେ ଡିସିପି ଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।ସେପଟେ ଜିଲ୍ଲା କଂଗ୍ରେସ ପକ୍ଷରୁ ମଧ୍ୟ କଟକ ଗ୍ରାମାଞ୍ଚଳ ଏସପି ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।କେଉଁ ଅଧିକାରରେ ଏକ ଜାତୀୟ ଦଳର ଦଳୀୟ ଅଫିସ ଭିତରୁକୁ ପ୍ରବେଶ କରିବା ଓ ଅସମ୍ବିଧାନିକ ଢଙ୍ଗରେ ପୋଲିସ ର ଏଭଳି କାର୍ଯ୍ୟ ଶୈଳୀ କୁ ନିନ୍ଦା କରିଥଲା କଂଗ୍ରେସ।ତେବେ ମୁଖ୍ୟମନ୍ତ୍ରୀ ଓ ପୋଲିସ କମିଶନର କ୍ଷମା ମାଗନ୍ତୁ ବୋଲି କଂଗ୍ରେସ ଦାବି କରିଛି।

କଟକରୁ ନାରାୟଣ ସାହୁ,ଇଟିଭି ଭାରତ

19:28 December 14

ନୟାଗଡ଼ ଏସପି ଅଫିସ ଆଗରେ 4 ଘଣ୍ଟା ଘେରାଉ

ନୟାଗଡ଼ ଏସପି ଅଫିସ ଆଗରେ 4 ଘଣ୍ଟା ଘେରାଉ

ନୟାଗଡ଼: ଝିଅ ମମିତା ମେହେର ହତ୍ୟାକାଣ୍ଡରେ ସମ୍ପୃକ୍ତ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଗିରଫ ଦାବୀରେ ଆନ୍ଦୋଳନ କରିଥିଲା ଛାତ୍ର କଂଗ୍ରେସ l ଏହି ସମୟରେ କର୍ମୀଙ୍କୁ ଅମାନୁଷିକ ଆକ୍ରମଣ ଏବଂ କଂଗ୍ରେସ ଭବନ ଭିତରେ ପୋଲିସ ଜୋରଜବରଦସ୍ତ ପଶି କଂଗ୍ରେସ କର୍ମୀଙ୍କ ଉପରେ ଆକ୍ରମଣ ପ୍ରତିବାଦରେ ପ୍ରଦେଶ କଂଗ୍ରେସ ଆହ୍ବାନ କ୍ରମେ ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବି ରଣଜିତ ଦାଶଙ୍କ ନେତୃତ୍ବରେ ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ଚାରିଘଣ୍ଟା ଧରି ଘେରାଉ କରାଯାଇଥିଲା l ଅନୁଷ୍ଠିତ ବିକ୍ଷୋଭ ସଭାରେ ଓଡିଶା ପୋଲିସ,ଶାଳୀନତା କର୍ତ୍ତବ୍ୟବୋଧତାର ସବୁ ସୀମା ଲଂଘନ କରି ବୋଲକରା ସାଜି ଗୁଣ୍ଡାରାଜ କାର୍ଯ୍ୟକୁ ତୀବ୍ର ନିନ୍ଦା କରାଯାଇ ପୋଲିସ କମିଶନରଙ୍କ ନିଲମ୍ବନ ଦାବୀ ସହ ଏହାର ଉଚ୍ଚସ୍ତରୀୟ ତଦନ୍ତ ଉପରେ ଗୁରୁତ୍ବ ଆରୋପ କରାଯାଇଥିଲା l

ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରଭାରୀ ତଥା ପୂର୍ବତନ ବିଧାୟକ ରବି ମଲ୍ଲିକ, ସହ ପ୍ରଭାରୀ ପିସିସି ସମ୍ପାଦକ ଚନ୍ଦ୍ରଶେଖର ପରିଡା,ପିସିସି ସମ୍ପାଦକ ହୁସେନ ଖାଁ, ଯୁବ INTUC ସଭାପତି ସତ୍ୟବ୍ରତ ନାୟକ,କଂଗ୍ରେସ ନେତା ଫକୀର ଚରଣ ମଲ୍ଲ ସମେତ ବହୁ କର୍ମୀ ଯୋଗ ଦେଇଥିଲେ l ନୟାଗଡ ଜିଲ୍ଲାରେ ବହୁଳ ମାତ୍ରାରେ ବ୍ୟାପୁଥିବା କଙ୍ଗାରୋ କୋର୍ଟକୁ ବନ୍ଦ କରିବା ପାଇଁ ପୋଲିସ ପ୍ରଶାସନର ଅସହାୟତାକୁ ଜିଲ୍ଲା କଂଗ୍ରେସ ତୀବ୍ର ସମାଲୋଚନା କରିବା ସହ ଯଦି ଆଗାମୀ ଦିନରେ କଙ୍ଗାରୋ କୋର୍ଟ ଦ୍ବାରା ସାଧାରଣ ଜନତାଙ୍କୁ ନିର୍ଯ୍ୟାତନା ଦିଆଯାଏ ତେବେ କଂଗ୍ରେସ ଆଇନଅମାନ୍ୟ ଆନ୍ଦୋଳନ କରିବ ବୋଲି ଜିଲ୍ଲା କଂଗ୍ରେସ ପକ୍ଷରୁ କୁହାଯାଇଛି l

ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

19:11 December 14

ରାଜଧାନୀରେ ଛାତ୍ର କଂଗ୍ରେସ କର୍ମୀଙ୍କୁ ପୋଲିସର ମାଡ ବିରୋଧରେ ବ୍ରହ୍ମପୁରରେ ପ୍ରତିବାଦ

ରାଜଧାନୀରେ ଛାତ୍ର କଂଗ୍ରେସ କର୍ମୀଙ୍କୁ ପୋଲିସର ମାଡ ବିରୋଧରେ ବ୍ରହ୍ମପୁରରେ ପ୍ରତିବାଦ

ବ୍ରହ୍ମପୁର: ରାଜଧାନୀରେ ଛାତ୍ର କଂଗ୍ରେସ କର୍ମୀଙ୍କୁ ପୋଲିସ ର ମାଡ ବିରୋଧରେ ବ୍ରହ୍ମପୁରରେ ପ୍ରତିବାଦ । ମମିତା ମେହର କୁ ନ୍ୟାୟ ଦେବା ପାଇଁ ଆନ୍ଦୋଳନ ସମୟରେ ହୋଇଥିବା ପୋଲିସର ଅମାନୁଷିକ ଆକ୍ରମଣ ଏବଂ କଂଗ୍ରେସ ଭବନରେ ପଶି କଂଗ୍ରେସ କର୍ମୀ ଏବଂ ମହିଳା ମାନଙ୍କ ଉପରେ ହୋଇଥିବା ଅତ୍ୟାଚାର ବିରୁଦ୍ଧରେ ଗଞ୍ଜାମ ଜିଲ୍ଲା ମହିଳା କଂଗ୍ରେସ ପକ୍ଷରୁ ଏହି ଅବସରରେ ବ୍ରହ୍ମପୁର ସହରର ଏସ୍.ପି ଙ୍କ କାର୍ଯ୍ୟାଳୟ ସମୁଖରେ ତାହାକୁ ନେଇ ପ୍ରତିବାଦ କରାଯାଇଥିଲା ।

ଏଥିରେ ମହିଳା କଂଗ୍ରେସ ସମେତ ଯୁବ ଓ ଛାତ୍ର କଂଗ୍ରେସର କର୍ମକର୍ତ୍ତା ମାନେ ଉପସ୍ଥିତ ରହିଥିଲେ । ବିକ୍ଷୋଭ ପୂର୍ବରୁ କଂଗ୍ରେସ ଦଳର ବିଭିନ୍ନ ସଙ୍ଗଠନର କର୍ମକର୍ତ୍ତା ମାନେ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରି ଏସ୍.ପି ଙ୍କ କାର୍ଯ୍ୟାଳୟ ସମୁଖରେ ପହଞ୍ଚିଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

17:52 December 14

ଏସପି ଅଫିସ ଘେରାଉ କଲା ବୌଦ୍ଧ ଜିଲ୍ଲା କଂଗ୍ରେସ

ଏସପି ଅଫିସ ଘେରାଉ କଲା ବୌଦ୍ଧ ଜିଲ୍ଲା କଂଗ୍ରେସ

ବୌଦ୍ଧ:ରାଜ୍ୟ କଂଗ୍ରେସ ଭବନରେ ପୋଲିସ ପ୍ରବେଶ କରି ମମିତା ମେହେର ହତ୍ୟାକାଣ୍ଡର ବିରୋଧ କରୁଥିବା କଂଗ୍ରେସ କର୍ମୀଙ୍କୁ ମାଡ ମାରିବା ପ୍ରତିବାଦରେ ଜିଲ୍ଲା କଂଗ୍ରେସ ପକ୍ଷରୁ ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ।

ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲା ପୋଲିସ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ। ବୌଦ୍ଧ ଜିଲ୍ଲା କଂଗ୍ରେସ ପକ୍ଷରୁ ପୋଲିସ ଏସପିଙ୍କ କାର୍ଯ୍ୟାଳୟ ଆଗରେ ମମିତା ମେହେର ପ୍ରସଙ୍ଗ କୁନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ମମିତା ମେହେର ହତ୍ୟାକାଣ୍ଡ କୁନେଇ ଭୁବନେଶ୍ୱର ଠାରେ କଂଗ୍ରେସ କର୍ମୀ ମାନେ ବିକ୍ଷୋଭ ପ୍ରଦର୍ଶନ ସମୟରେ କଂଗ୍ରେସ ଭବନରେ ପଶି ପୋଲିସ କଂଗ୍ରେସ କର୍ମୀ ଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଥିଲା । ଏହାର ପ୍ରତିବାଦ ରେ ମଙ୍ଗଳବାର ଜିଲ୍ଲା କଂଗ୍ରେସ ସଭାପତି ନବ କୁମାର ମିଶ୍ରଙ୍କ ନେତୃତ୍ୱରେ ପୋଲିସ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ଏହି ହତ୍ୟାକାଣ୍ଡ ରେ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଙ୍କ ସମ୍ପୃକ୍ତି ଅଭିଯୋଗ କରି ତାଙ୍କୁ ମନ୍ତ୍ରୀ ମଣ୍ଡଳ ରୁ ବହିଷ୍କାର ପାଇଁ ଦାବି କରାଯାଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

17:51 December 14

ଭଦ୍ରକ ଜଲ୍ଲା କଂଗ୍ରେସର ଏସପି ଅଫିସ ଘେରାଉ

ଭଦ୍ରକ ଜଲ୍ଲା କଂଗ୍ରେସର ଏସପି ଅଫିସ ଘେରାଉ

ଭଦ୍ରକ: ମମିତା କୁ ନ୍ୟାୟ ପ୍ରଦାନ ଦାବିରେ ଯୁବ କଂଗ୍ରେସ ପକ୍ଷରୁ ଗତ 10 ତାରିଖ ଦିନ ବିଧାନସଭା ସମୁଖରେ ଗଣତାନ୍ତ୍ରିକ ଭାବେ ଆନ୍ଦୋଳନ କରାଯାଉଥିଲା। ଏହି ସମୟରେ ପୋଲିସ ଅତର୍କିତ ଭାବେ ଲାଠିଚାର୍ଜ କରିଥିଲା ବୋଲି ଅଭିଯୋଗ କରିଛି କଂଗ୍ରେସ। ପରେ କଂଗ୍ରେସ ଭବନରେ ପୋଲିସ ଅନୁପ୍ରବେଶ କରି କର୍ମୀଙ୍କୁ ବର୍ବରୋଚିତ ଭାବେ ଗୋଡ଼ାଇ ଗୋଡ଼ାଇ ପିଟିଥିଲା। ଏହି ଲାଠିଚାର୍ଜ ବେଳେ ଅନେକ କର୍ମୀ ଗୁରୁତର ଭାବେ ଆହତ ହୋଇଥିଲେ।

ରାଜ୍ୟ କଂଗ୍ରେସ ଭବନରେ ଅନୁପ୍ରବେଶ କରି କର୍ମୀମାନଙ୍କୁ ପିଟିବା ଘଟଣାକୁ ଅଗଣତାନ୍ତ୍ରିକ ବୋଲି କଂଗ୍ରେସ କହିଛି। ପୋଲିସର ଏଭଳି କାର୍ଯ୍ୟକୁ ରାଜ୍ୟ କଂଗ୍ରେସ ତୀବ୍ର ନିନ୍ଦା କରିବା ସହ ଏହାକୁ ବରଦାସ୍ତ କରାଯିବ ନାହିଁ ବୋଲି କଂଗ୍ରେସ ପକ୍ଷରୁ ଚେତାବନୀ ଦିଆଯାଇଛି। ପ୍ରତିବାଦରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଙ୍କ ଆହ୍ୱାନ କ୍ରମେ ପୋଲିସ ର ବର୍ବରୋଚିତ କାର୍ଯ୍ୟ ପ୍ରତିବାଦରେ ଭଦ୍ରକ ଜିଲ୍ଲା ଆରକ୍ଷୀ ଅଧିକ୍ଷକ କାର୍ଯ୍ୟାଳୟ ସମୁଖରେ କଂଗ୍ରେସ କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେେ। ପୋଲିସର ଏଭଳି ମାତ୍ରIଧିକ ଅଗଣତାନ୍ତ୍ରିକ କାର୍ଯ୍ୟର ନ୍ୟାୟିକ ତଦନ୍ତ କରାଯିବା ସହ ପୋଲିସ କମିଶନର ସୋମେନ୍ଦ୍ର ପ୍ରିୟଦର୍ଶୀ ଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ କରିଛି କଂଗ୍ରେସ। ଯଦି ଏହି ଦାବୀ ପୂରଣ ନହୁଏ କଂଗ୍ରେସ ପକ୍ଷରୁ ଆନ୍ଦୋଳନ କୁ ତୀବ୍ରତର କରିବା ପାଇଁ ଚେତାବନୀ ଦିଆଯାଇଛି।

ଭଦ୍ରକରୁ ଦେବାଶିଷ ମହାପାତ୍ର,ଇଟିଭି ଭାରତ

17:30 December 14

ପୋଲିସର ଆକ୍ରମଣ ନେଇ ପୁରୀ ଜିଲ୍ଲା କଂଗ୍ରେସ ପକ୍ଷରୁ ପୁରୀ ଏସପି କାର୍ଯ୍ୟଳୟ ଘେରାଉ

ପୋଲିସର ଆକ୍ରମଣ ନେଇ ପୁରୀ ଜିଲ୍ଲା କଂଗ୍ରେସ ପକ୍ଷରୁ ପୁରୀ ଏସପି କାର୍ଯ୍ୟଳୟ ଘେରାଉ

ପୁରୀ:ମମିତା ମେହେରକୁ ନ୍ୟାୟ ଏବଂ କଂଗ୍ରେସ କାର୍ଯ୍ୟାଳୟ ମଧ୍ୟରେ ରାଜ୍ୟ ପୋଲିସର ପ୍ରବେଶ ସହ ଦମନଲିଳା ବିରୁଦ୍ଧରେ ଶୋଭାଯାତ୍ରା ଓ ବିକ୍ଷୋଭ ପ୍ରଦର୍ଶନ। ପୁରୀ ଜିଲ୍ଲା କଂଗ୍ରେସ ପକ୍ଷରୁ ଶତାଧିକ କର୍ମୀ ଓ ନେତା ଟାଉନ ହଲ ଛକରୁ ଏକ ଶୋଭାଯାତ୍ରାରେ ବାହାରି ଏସପିଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚିବା ପରେ ସେଠାରେ ବିକ୍ଷୋଭ ପ୍ରଦର୍ଶନ ସହ ଏସପି ଅଫିସ ଘେରାଉ କରିଥିଲେ।

କଂଗ୍ରେସ ଅଭିଯୋଗ ଆଣିଛି ଯେ ମମିତା ମେହେରକୁ ନ୍ୟାୟ ଦେବା ପାଇଁ ରାଜ୍ୟ ଛାତ୍ର କଂଗ୍ରେସ ପକ୍ଷରୁ ଗତ ୧୦ ତାରିଖରେ ବିଧାନସଭା ଘେରାଉ କରାଯିବା କାରଣରୁ ରାଜ୍ୟ ସରକାର ପୋଲିସର ଅପବ୍ୟବହାର କରି କଂଗ୍ରେସ କାର୍ଯ୍ୟାଳୟ ମଧ୍ୟରେ ପ୍ରବେଶ କରି କଂଗ୍ରେସ କର୍ମୀଙ୍କୁ ଅମାନୁଷିକ ଭାବେ ମାଡ ମାରିଥିଲେ। ଯାହାକି ଅତ୍ୟନ୍ତ ନିନ୍ଦନୀୟ। ଗଣତନ୍ତ୍ର ରାଷ୍ଟ୍ରରେ ଏକ ରାଜନୈତିକ ଦଳ କାର୍ଯ୍ୟାଳୟ ଉପରେ ପୋଲିସର ଆକ୍ରମଣ ଇତିହାସରେ କେବେବି ହୋଇନାହିଁ । ହେଲେ ସ୍ବେଚ୍ଛାଚାରୀ ବିଜେଡି ସରକାର ସମସ୍ତ ସୀମା ଲଘଂନ କରିଛି । ତେବେ ଏହି ନିନ୍ଦନୀୟ କାର୍ଯ୍ୟରେ ସମ୍ପୃକ୍ତ ପୋଲିସ କର୍ମଚାରୀ ଓ ଅଧିକାରୀଙ୍କୁ ସସପେଣ୍ଡ କରାନଗଲେ ଆଗାମୀ ଦିନରେ ଆନ୍ଦୋଳନ ଆହୁରି ବ୍ୟାପକ କରାଯିବ ବୋଲି ପୁରୀ ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ଚେତାବନୀ ଦିଆଯାଇଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ

17:29 December 14

ସମ୍ବଲପୁର ଜିଲ୍ଲା କଂଗ୍ରେସର ଏସପି ଅଫିସ ସମ୍ମୁଖରେ ଆନ୍ଦୋଳନ

ସମ୍ବଲପୁର ଜିଲ୍ଲା କଂଗ୍ରେସର ଏସପି ଅଫିସ ସମ୍ମୁଖରେ ଆନ୍ଦୋଳନ

ସମ୍ବଲପୁର: ଜିଲ୍ଲା କଂଗ୍ରେସ ପକ୍ଷରୁ ଆନ୍ଦୋଳନ। ଭୁବନେଶ୍ବରରେ ଯୁବ କଂଗ୍ରେସର ଆନ୍ଦୋଳନ ସମୟରେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ବିରୁଦ୍ଧରେ ଆଜି ସମ୍ବଲପୁର ଏସପି ଅଫିସ ସମ୍ମୁଖରେ ଜିଲ୍ଲା କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

ଭୁବନେଶ୍ବର ରେ ଯୁବ କଂଗ୍ରେସ ପକ୍ଷରୁ ମମିତା ମେହେର ପ୍ରସଙ୍ଗରେ ଆନ୍ଦୋଳନ ହେଉଥିବା ସମୟରେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ତଥା କଂଗ୍ରେସ କାର୍ଯ୍ୟାଳୟକୁ ପୋଲିସର ଲାଠି ଚାର୍ଜ ବିରୁଦ୍ଧରେ ଆଜି ସମ୍ବଲପୁର ଏସପି ଅଫିସ କାର୍ଯ୍ୟାଳୟ ସମ୍ମୁଖରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି। ରାଜ୍ୟ ସରକାର ପୋଲିସକୁ ବ୍ୟବହାର କରି ବିରୋଧୀ ଦଳର ସାମ୍ବିଧାନିକ ଅଧିକାର କ୍ଷୁର୍ଣ୍ଣ କରୁଛନ୍ତି ବୋଲି କହିଛି କଂଗ୍ରେସ। ଆଗାମୀ ଦିନରେ ରାଜ୍ୟ ସରକାରଙ୍କ ଏହିଭଳି ଆଭିମୁଖ୍ୟ ଜାରି ରହିଲେ ଆନ୍ଦୋଳନକୁ ତୀବ୍ର କରାଯିବ ବୋଲି କଂଗ୍ରେସ କହିଛି।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରାଣା,ଇଟିଭି ଭାରତ

17:05 December 14

ଜିଲ୍ଲାକୁ ମନ୍ତ୍ରୀ ଆସିଲେ କଂଗ୍ରେସ କରିବ ଅଣ୍ଡାମାଡ଼

ଜିଲ୍ଲାକୁ ମନ୍ତ୍ରୀ ଆସିଲେ କଂଗ୍ରେସ କରିବ ଅଣ୍ଡାମାଡ଼

କେନ୍ଦ୍ରାପଡା: ପୂଜା ହେଲା 'ଅଣ୍ଡା', ଜିଲ୍ଲାକୁ ମନ୍ତ୍ରୀ ଆସିଲେ କଂଗ୍ରେସ କରିବ ଅଣ୍ଡାମାଡ଼। ଆଜି କଂଗ୍ରେସ ଦ୍ବାରା କେନ୍ଦ୍ରାପଡ଼ା ଏସପିଙ୍କ କାର୍ଯ୍ୟାଳୟ ଘେରାଉ ସମୟରେ ଦେଖିବାକୁ ମିଳିଥିଲା ଏଭଳି ଦୃଶ୍ୟ। ଅଣ୍ଡା ଗୁଡିକୁ ଧୂପ ଦିଆଯାଇ ପୂଜା କରାଯିବା ପରେ ସେଗୁଡିକୁ ସଂରକ୍ଷିତ ରଖାଯାଇଛି। ଆବଶ୍ୟକ ହେଲେ ଦୁର୍ନୀତିଗ୍ରସ୍ତ ନେତା,ମନ୍ତ୍ରୀ ଓ ସରକାରୀ ଅଧିକାରୀଙ୍କ ପାଇଁ ଏହି ଅଣ୍ଡା ଗୁଡିକୁ ବ୍ୟବହାର କରାଯିବ ବୋଲି ପୂର୍ବତନ ଆଳି ବିଧାୟକ ଚେତାବନୀ ଦେଇଛନ୍ତି ।

ମମିତା ମେହେର ହତ୍ୟା ଘଟଣାରେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ସମ୍ପୃକ୍ତି ଦର୍ଶାଇ କଂଗ୍ରେସ ଆନ୍ଦୋଳନ କରି ଆସୁଥିବା ବେଳେ ଗତ ୧୦ ତାରିଖରେ ଛାତ୍ର କଂଗ୍ରେସ ପକ୍ଷରୁ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଚାଲିଥିବା ବେଳେ କମିଶନରେଟ ପୋଲିସ କଂଗ୍ରେସ ଭବନରେ ପଶି ନିସ୍ତୁକ ମାଡ଼ ମାରିଥିବା ଗଣତାନ୍ତ୍ରିକ ରାଷ୍ଟ୍ରରେ ଶୋଭନୀୟ ନୁହେଁ ବୋଲି କହିବା ସହ ପୋଲିସ ବିରୋଧରେ ଅଭିଯୋଗ କରି ଏହାର SIT ତଦନ୍ତ ସହ ମନ୍ତ୍ରୀ ଦିବ୍ୟଶଙ୍କର, ମାହାଙ୍ଗା ଡବଲ ମର୍ଡର ଘଟଣାରେ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ମନ୍ତ୍ରୀପଦରୁ ବହିଷ୍କାର ପାଇଁ ଦାବି କରିଛି କଂଗ୍ରେସ ।

ଅନ୍ୟପଟେ ବିଜେଡି ଶାସନ ସମୟରେ ମହିଳା ସୁରକ୍ଷିତ ନୁହେଁ ବୋଲି କହିବା ସହ ଆନ୍ଦୋଳନ ଜୋରଦାର କରାଯିବ ବୋଲି ଚରମ ବାଣୀ ଶୁଣାଇଛନ୍ତି ପୂର୍ବତନ ମନ୍ତ୍ରୀ ଗଣେଶ୍ବର। ବିଜେଡି ଦଳର ମନ୍ତ୍ରୀଙ୍କୁ ଅଣ୍ଡାମାଡ଼ କରାଯିବା ପାଇଁ ଆଜିର ଏହି ଅଣ୍ଡାପୂଜା ବୋଲି କହିଛନ୍ତି ପୂର୍ବତନ ଆଳି ବିଧାୟକ ତଥା କଂଗ୍ରେସ ନେତା ଦେବେନ୍ଦ୍ର ଶର୍ମା ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି,ଇଟିଭି ଭାରତ

16:47 December 14

ମନ୍ତ୍ରୀଙ୍କ ଟୁର ଡାଏରୀ ପବ୍ଲିସ କରିବାକୁ କଂଗ୍ରେସର ଦାବି

ମନ୍ତ୍ରୀଙ୍କ ଟୁର ଡାଏରୀ ପବ୍ଲିସ କରିବାକୁ କଂଗ୍ରେସର ଦାବି

ଭବାନୀପାଟଣା:କଳାହାଣ୍ଡି ମହାଲିଙ୍ଗ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ଘଟଣାର ରାଜନୀତି ଥମିବାର ନାଁ ନେଉନାହିଁ । ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ସହ ରାଜ୍ୟ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଲିଙ୍କ ରହିଥିବାରୁ ତଦନ୍ତ ବାଟବଣା ହେଉଥିବା ଅଭିଯୋଗରେ ବିରୋଧୀ ମନ୍ତ୍ରୀଙ୍କ ବହିଷ୍କାର ଦାବି କରିଛି। ବିରୋଧୀଙ୍କ ଆନ୍ଦୋଳନ ଏବେ ପଲ୍ଲୀ ଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ଜାରି ରହିଥିବା ବେଳେ ବିଧାନସଭାରେ ବିରୋଧୀଙ୍କ ହୋହାଲା ମଧ୍ୟ ଦେଖିବାକୁ ମିଳୁଛି।

ମଙ୍ଗଳବାର କଳାହାଣ୍ଡି ଜିଲ୍ଲା କଂଗ୍ରେସ ପକ୍ଷରୁ ଭବାନୀପାଟଣା ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣା ଦେଇଛି। ହାଇକୋର୍ଟର ଜର୍ଜଙ୍କ ଜରିଆରେ ସମ୍ପୂର୍ଣ୍ଣ ଘଟଣାର ତଦନ୍ତ ଓ ସେପ୍ଟେମ୍ବର ୧୮ ତାରିଖ ଠାରୁ ଅକ୍ଟୋବର ୨୨ ତାରିଖ ପର୍ଯ୍ୟନ୍ତ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଟୁର ଡାଏରୀକୁ ଜନ ସାଧାରଣଙ୍କ ନିକଟରେ ଉପସ୍ଥାପନ କରିବା ପାଇଁ କଂଗ୍ରେସ ଦାବି କରିଛି।

କଳାହାଣ୍ଡିରୁ ଅଜିତ ସିଂ,ଇଟିଭି ଭାରତ

14:42 December 14

ଯାଜପୁର ଜିଲ୍ଲା କଂଗ୍ରେସ ଏସପି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ଗଣଧାରଣା

ଯାଜପୁର ଜିଲ୍ଲା କଂଗ୍ରେସ ଏସପି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ଗଣଧାରଣା

ଯାଜପୁର: ଛାତ୍ର କଂଗ୍ରେସର ବିକ୍ଷୋଭ ବେଳେ ପୋଲିସର ଲାଠିଚାର୍ଜ ଏବଂ ପିସିସି କାର୍ଯ୍ୟାଳୟରେ ପଶି କମିଶନରେଟ୍ ପୋଲିସର ଗୁଣ୍ଡାରାଜ ବିରୁଦ୍ଧରେ ଆଜି ପାଣିକୋଇଲି ସ୍ଥିତ ଏସପି କାର୍ଯ୍ୟଳୟ ସମ୍ମୁଖରେ ଜିଲ୍ଲା କଂଗ୍ରେସର ବିକ୍ଷୋଭ ଓ ଧାରଣା। ଜିଲ୍ଲା କଂଗ୍ରେସ କମିଟିର ସଭାପତି ମନୋଜ ରାଉତଙ୍କ ନେତୃତ୍ବରେ ଶତାଧିକ କଂଗ୍ରେସ କର୍ମୀ ଓ ବିଭିନ୍ନ ନିର୍ବାଚନମଣ୍ଡଳୀର ଦଳୀୟ କର୍ମକର୍ତ୍ତାମାନେ ଏହି ବିକ୍ଷୋଭରେ ସାମିଲ ହୋଇଛନ୍ତି। ଏଥିସହ ଶିକ୍ଷୟତ୍ରୀ ମମିତା ମେହେରଙ୍କୁ ନ୍ୟାୟ ଦେବା ସହ ଦୋଷୀ ରାଜନେତା ଓ ମନ୍ତ୍ରୀଙ୍କ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ପାଇଁ ଦାବି କରିଛି ଜିଲ୍ଲା କଂଗ୍ରେସ। ଗତ କିଛି ଦିନ ତଳେ ଭୁବନେଶ୍ବରରେ ରାଜ୍ୟ ଛାତ୍ର କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ବେଳେ ପୋଲିସ୍ କଂଗ୍ରେସ ଭବନ ଭିତରେ ପଶି ଯେଭଳି ଭାବରେ ଛାତ୍ର, ଯୁବକ ଓ କଂଗ୍ରେସ କର୍ମୀଙ୍କୁ ଲାଠିମାଡ଼ ଓ ଆକ୍ରମଣ କରାଯାଇଥିଲା ତାହାର ଦୃଢ ପ୍ରତିବାଦ କରାଯାଇଛି।

ଏଥିସହ ଡିଜିପି ଓ ଅନ୍ୟ ବରିଷ୍ଠ ପୋଲିସ ପଦାଧିକାରୀ କ୍ଷମା ମାଗନ୍ତୁ ବୋଲି ଦଳୀୟ କର୍ମକର୍ତ୍ତା ଦାବି କରିଛନ୍ତି। ଏହା ବିରୁଦ୍ଧରେ ସାରା ରାଜ୍ୟରେ ପ୍ରତ୍ୟେକ ଜିଲ୍ଲାରେ ପୋଲିସ ମୁଖ୍ୟାଳୟ ଘେରାଉ କରିବାକୁ ରାଜ୍ୟ କଂଗ୍ରେସ ସଭାପତି ଘୋଷଣା କରିଥିଲେ। ଏହି କ୍ରମରେ ଆଜି ପାଣିକୋଇଲି ସ୍ଥିତ ପୋଲିସ ମୁଖ୍ୟାଳୟ ଆଗରେ ବିକ୍ଷୋଭ କରାଯାଇଥିବା ଜଣାପଡିଛି। ଏଥିରେ ଜିଲ୍ଲାର ସମସ୍ତ ବ୍ଳକ କଂଗ୍ରେସ ସଭାପତି, ଯୁବ କଂଗ୍ରେସ କର୍ମକର୍ତ୍ତା, ମହିଳା କଂଗ୍ରେସ ସଭାପତି ,କୃଷକ କଂଗ୍ରେସ ଓ ମହିଳା କଂଗ୍ରେସ କର୍ମକର୍ତ୍ତା ମାନେ ଯୋଗଦେଇଛନ୍ତି।

ଯାଜପରରୁ ଜ୍ଞାନରଞ୍ଜନ ଓଝା,ଇଟିଭି ଭାରତ

Last Updated : Dec 14, 2021, 8:40 PM IST

ABOUT THE AUTHOR

...view details