ଭୁବନେଶ୍ବର: ରାଜଭବନ ଆଗରେ ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ କମିଟିର ପ୍ରତିବାଦ । ଜଟଣୀ ବିଧାୟକ ସୁରେଶ ରାଉତରାୟଙ୍କ ନେତୃତ୍ବରେ ପ୍ରତିବାଦ କରିଛି ଦଳ । ଏକାମ୍ର କାନନ ଜମିକୁ ଜିଏ ବିଭାଗକୁ ଦେବା ଓ ତତ ସଂଲଗ୍ନ ଜମିକୁ କର୍ପୋରେଟ ସେକ୍ଟର ହାତରେ ଟେକିଦେବା ପ୍ରତିବାଦରେ କଂଗ୍ରେସ ପ୍ରତିବାଦ କରିଛି ।
ଭୁବନେଶ୍ବର ଓ ଖୋର୍ଦ୍ଧାର ବିଭିନ୍ନ ଅଞ୍ଚଳର ଜମିକୁ ସରକାର ମନମୁଖୀ ହଡପ କରୁଥିବା ନେଇ ଅଭିଯୋଗ କରିଛି ଦଳ । ଏନେଇ କଂଗ୍ରେସ ପକ୍ଷରୁ ପ୍ରତିବାଦ କରାଯାଇଛି ।