ଭୁବନେଶ୍ବର:ମାହାଙ୍ଗା ଡବଲ ମର୍ଡର ଘଟଣା ପ୍ରତିବାଦରେ ରାଜଧାନୀର ଶିଶୁ ଭବନ ଛକ ନିକଟରେ କଂଗ୍ରେସ କର୍ମୀମାନେ ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏହି ସମୟରେ ପୋଲିସ କିଛି ନେତାଙ୍କୁ ଗିରଫ କରିବା ପରେ ଅନ୍ୟ କିଛି ନେତା ଛତ୍ରଭଙ୍ଗ ଦେଇଥିବା ଦେଖିବାକୁ ମିଳିଛି ।
ଶହ ଶହ ସଂଖ୍ୟାରେ କଂଗ୍ରେସ କର୍ମୀମାନେ ଏକଜୁଟ ହୋଇ ଏହି ହତ୍ୟାକାଣ୍ଡକୁ ବିରୋଧ କରିବା ସହିତ ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କ ବହିଷ୍କାର ଦାବି କରିଥିଲେ । ଏ ନେଇ ଶିଶୁ ଭବନ ଛକ ନିକଟରେ ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି । ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ବ୍ୟାପକ ପରିମାଣରେ ପୋଲିସ ମଧ୍ୟ ଆନ୍ଦୋଳନ କରାଯାଉଥିବା ସ୍ଥାନରେ ମୁତୟନ ହୋଇଛନ୍ତି ।