ଭୁବନେଶ୍ବର: କଟକ-ପୁରୀ ବାଇପାସ ନେଇ ତେଜିଲା ଅସନ୍ତୋଷ । ବିଭିନ୍ନ ମୌଳିକ ଦାବିନେଇ ପାଣ୍ଡରା ଛକ ଅବରୋଧ କଲେ କଂଗ୍ରେସ କର୍ମୀ । ବାରମ୍ବାର ପ୍ରତିଶୃତି ମିଳୁଥିଲେ ମଧ୍ୟ କୌଣସି ଦିଗରେ ଧ୍ୟାନ ଦିଆଯାଉନାହିଁ ।
କଟକ-ପୁରୀ ବାଇପାସ ନେଇ ତେଜିଲା ଅସନ୍ତୋଷ, ରାସ୍ତା ଅବରୋଧ କଲା କଂଗ୍ରେସ କଟକ-ପୁରୀ ବାଇପାସରେ ଲୁଟେରାଙ୍କ ଅପରାଧ ବଢୁଛି । କେତେବେଳେ ଛିନତାଇ ତ କେତେବେଳେ ରାହାଜାନୀ । ସହର ଭିତରେ ଥାଇ ମଧ୍ୟ ମୌଳିକ ସୁବିଧାରୁ ବଞ୍ଚିତ ଏଠାକର ଲୋକେ । ପ୍ରଶାସନ ମଧ୍ୟ ଏମାନଙ୍କ ପାଇଁ କୈଣସି ବ୍ୟବସ୍ଥା କରୁନାହିଁ । ପୋଲିସ ପାଟ୍ରୋଲିଂ ଠିକ ଭାବେ ହେଉ ନଥିବାରୁ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଉଛି ।
କଟକ-ପୁରୀ ବାଇପାସ ନେଇ ତେଜିଲା ଅସନ୍ତୋଷ, ରାସ୍ତା ଅବରୋଧ କଲା କଂଗ୍ରେସ ଏହି ଅଞ୍ଚଳରେ ପେଟ୍ରୋଲ ଟାଙ୍କି, ଯାତ୍ରୀ ନିବାସ ଏପରିକି ଶୌଚାଳୟର ସୁବିଧା ମଧ୍ୟ ନାହିଁ । ଭୁବନେଶ୍ବର ମହାନଗର ନିଗମ ଅନ୍ତର୍ଗତ ପଳାଶୁଣିରୁ ଲିଙ୍ଗିପୁର ମଧ୍ୟରେ ଆସୁଛି ଏହି ଏରିଆ । ତେବେ ଏନେଇ କଂଗ୍ରେସ କର୍ମୀ ତିନି ଦଫା ଦାବି ନେଇ ପାଣ୍ଡରା ଛକକୁ ଆଜି ଅଧଘଣ୍ଟା ଯାଏଁ ଅବରୋଧ କରି ଭୁବନେଶ୍ବର ମେୟରଙ୍କ ସମେତ ପୋଲିସର ଦୃଷ୍ଟି ଆକର୍ଷଣ କରିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର