ଓଡିଶା

odisha

By

Published : Sep 30, 2022, 9:45 PM IST

ETV Bharat / city

ଜିଲ୍ଲା ପରିଷଦ ଧର୍ମେନ୍ଦ୍ରଙ୍କ ଆତ୍ମହତ୍ୟା ଘଟଣା ନେଇ କଂଗ୍ରେସର ପ୍ରେସମିଟ

ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣାରେ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ। ତଦନ୍ତ ପ୍ରକ୍ରିୟାକୁ ନେଇ ସନ୍ଦେହ ପ୍ରକଟ ସହ ପ୍ରଶ୍ନ ଏକାଧିକ ଉଠାଇଲା କଂଗ୍ରେସ।

ଜିଲ୍ଲା ପରିଷଦ ଧର୍ମେନ୍ଦ୍ରଙ୍କ ଆତ୍ମହତ୍ୟା ଘଟଣାକୁ ନେଇ କଂଗ୍ରେସର ପ୍ରେସମିଟ
ଜିଲ୍ଲା ପରିଷଦ ଧର୍ମେନ୍ଦ୍ରଙ୍କ ଆତ୍ମହତ୍ୟା ଘଟଣାକୁ ନେଇ କଂଗ୍ରେସର ପ୍ରେସମିଟ

ଭୁବନେଶ୍ବର: ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣାରେ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ । ତଦନ୍ତ ପ୍ରକ୍ରିୟାକୁ ନେଇ ସନ୍ଦେହ ପ୍ରକଟ ସହ ପ୍ରଶ୍ନ ଏକାଧିକ ଉଠାଇଲା କଂଗ୍ରେସ । ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ମିଡିଆ ସଂଯୋଜକ ଗଣେଶ୍ବର ବେହେରା କହିଛନ୍ତି ରାଜ୍ୟବାସୀଙ୍କୁ ଏକ ପ୍ରଶ୍ନ ଅନ୍ଦୋଳିତ କରୁଛି । ସରକାରଙ୍କ ସତ୍ୟ ପ୍ରକାଶ ପାଇଁ ଭୟ କାହିଁକି। ମୋ ସରକାର ଆଉ 5ଟି ର ଅର୍ଥ କଣ । ଧର୍ମେନ୍ଦ୍ରଙ୍କ ଆତ୍ମହତ୍ୟା ଘଟଣାରେ ତଦନ୍ତରେ ସ୍ଵଛତା ଅଛି ନା ସରକାରଙ୍କ ଉତ୍ତରଦାୟିତ୍ଵ ଅଛି । କଂଗ୍ରେସ ଦାବି କରିଥିଲା ନିରପେକ୍ଷ ତଦନ୍ତ ହେଉ । ହେଲେ ଏବେ ତଦନ୍ତକୁ ନେଇ ସନ୍ଦେହ ସୃଷ୍ଟି ହେଉଛି ବୋଲି ଗଣେଶ୍ବର କହିଛନ୍ତି ।

ଜିଲ୍ଲା ପରିଷଦ ଧର୍ମେନ୍ଦ୍ରଙ୍କ ଆତ୍ମହତ୍ୟା ଘଟଣାକୁ ନେଇ କଂଗ୍ରେସର ପ୍ରେସମିଟ

ଯେଉଁ ଅଡିଓ କ୍ଲିପ ସାମ୍ନାକୁ ଆସିଛି ସେଥିରୁ ସଙ୍କେତ ମିଳୁଛି ସେଠାର ବିଧାୟକ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ସଂପୃକ୍ତି ସାମ୍ନାକୁ ଆସିଛି । ମନ୍ତ୍ରୀ କାହିଁକି ତଦନ୍ତ ପରିସର ବାହାରେ ରହିବେ। ଧର୍ମେନ୍ଦ୍ର କହିଥିଲେ ମୋ ମୋବାଇଲରେ ଭିଡିଓ ଅଛି। ପୋଲିସ ମୋବାଇଲ ସିଜ କଲା ପରେ ସେଥିରେ କଣ ଅଛି ପୋଲିସ ନୀରବ କାହିଁକି। ଧର୍ମେନ୍ଦ୍ର କହୁଛନ୍ତି ମୋ ସ୍ତ୍ରୀ ଦାୟୀ ପୋଲିସ ତାଙ୍କୁ ପଚାରିଲେ କଣ ସତ୍ୟ ବାହାରିବ। ଏଣୁ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବୀ କରିଛି କଂଗ୍ରେସ। ଏହାସହ କୋର୍ଟଙ୍କ ତତ୍ତ୍ବାବଧନାରେ ଏସଆଇଟି ତଦନ୍ତ ପାଇଁ ଦାବି କଲା କଂଗ୍ରେସ । ମନ୍ତ୍ରୀଙ୍କୁ ତଦନ୍ତ ପରିସର ଭୁକ୍ତକରାଯାଉ ବୋଲି ଗଣେଶ୍ବର ଦାବି କରିଛନ୍ତି । ଉଚ୍ଚ ପଦବୀରେ ଥିବାରୁ ପୋଲିସ ତାଙ୍କ ପାଖେ ପହଞ୍ଚିବନି । ତେଣୁ ମନ୍ତ୍ରୀ ପଦବୀରୁ ଇସ୍ତଫା ଦିଅନ୍ତୁ ନହେଲେ ମୁଖ୍ୟମନ୍ତ୍ରୀ ତାଙ୍କୁ ବହିଷ୍କାର କରନ୍ତୁ ବୋଲି ଗଣେଶ୍ବର ଦାବି କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details