ଭୁବନେଶ୍ବର: କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମୁଦ୍ରାସଂଗ୍ରହ ନୀତିକୁ ନେଇ ବିରୋଧ କରିଛି କଂଗ୍ରେସ । ଜାତୀୟ ସମ୍ପତ୍ତିର ଘରୋଇକରଣକୁ ଜୋରଦାର ବିରୋଧ କରିଛି କଂଗ୍ରେସ । ଆଜି ଏ ନେଇ ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ ସାମ୍ବାଦିକ ସମ୍ମିଳନୀରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ।
ଜାତୀୟ ସମ୍ପତ୍ତିର ଘରୋଇକରଣକୁ କଂଗ୍ରେସର ବିରୋଧ କରିଛି । ଦେଶବ୍ୟାପୀ କେନ୍ଦ୍ର ସରକାର ବିଭିନ୍ନ ସରକାରୀ ଉଦ୍ୟମକୁ ବିକ୍ରି ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଏହାକୁ ନେଇ ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ ପ୍ରଶ୍ନ ଉଠାଇଛନ୍ତି। ତା ସହ ଜାତୀୟ ସମ୍ପତ୍ତି ଘରୋଇକରଣ ନିଷ୍ପତ୍ତିକୁ ନେଇ କେନ୍ଦ୍ର ସରକାର ଉପରେ ବର୍ଷିଛନ୍ତି । ଗତ ୭୦ ବର୍ଷ ଭିତରେ କଂଗ୍ରେସ ସରକାର ଦେଶରେ ବିକାଶ ପାଇଁ ବିଭିନ୍ନ ପଦକ୍ଷେପ ନେଇଛନ୍ତି । ଯାହାକୁ ବିକ୍ରି କରି ରାଜନୈତିକ ପାଣ୍ଠି ଯୋଗାଡରେ ମୋଦି ବୋଲି ପଞ୍ଚାନନ ଅଭିଯୋଗ କରିଛନ୍ତି। ଏ ଦିଗରେ କେନ୍ଦ୍ର ସରକାର ଶ୍ୱେତପତ୍ର ଜାରି କରନ୍ତୁ । ତା ସହ ଘରୋଇକରଣ ନିଷ୍ପତ୍ତିରୁ ଓହରନ୍ତୁ ବୋଲି ସୋମବାର ଭୁବନେଶ୍ବର କଂଗ୍ରେସ ଭବନରେ ଏକ ସାମ୍ବାଦିକ ସମ୍ମିଳନୀରେ ଦାବି କରିଛନ୍ତି ପଞ୍ଚାନନ କାନୁନଗୋ।