ଭୁବନେଶ୍ବର : ଖରସ୍ରୋତା ନଦୀ ପ୍ରସଙ୍ଗରେ ପ୍ରଦେଶ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ । କେନ୍ଦ୍ରାପଡା ଖରସ୍ରୋତା ନଦୀର ଜଳ ପ୍ରକଳ୍ପକୁ ନେଇ ସ୍ଥାନୀୟ ଲୋକେ ଘୋର ବିରୋଧ କରିଛନ୍ତି । ଆଜି ପ୍ରଦେଶ କଂଗ୍ରେସ ଏହାକୁ ନେଇ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କୁ କଂଗ୍ରେସ ଜୋରଦାର ବିରୋଧ କରିଛି ।
କେନ୍ଦ୍ରାପଡା ଜିଲ୍ଲା ଖରସ୍ରୋତା ନଦୀରୁ ଭଦ୍ରକ ଜିଲ୍ଲାର 4ଟି ବ୍ଲକର 1300 ଗାଁକୁ ପାଣି ଦିଆଯିବ । ସରକାର କହୁଛନ୍ତି ପାଣିର ଅଭାବ ହେବ ନାହିଁ । ରିପୋର୍ଟ ଅନୁସାରେ ଭିତରକନିକାରେ 3ଟି ସେଞ୍ଚୁରୀ ଅଛି । 2015ରେ କେନ୍ଦ୍ର ସରକାର ଗେଜେଟ ନୋଟିଫିକେସନ କଲେ ଇକୋ ସେନସିଟିଭଜୋନ । ଏଥିପାଇଁ ଗଠିତ କମିଟିର ବିନା ଅନୁମତିରେ ଗୋଟିଏ ବୁନ୍ଦା ବି ପାଣି ନେଇ ପାରିବେ ନାହିଁ । IIT ହାଇଦ୍ରାବାଦର ରିପୋର୍ଟ ଅନୁସାରେ ଭିତରକନିକା ପାଇଁ ପାଣିର ଅଭାବ ହେବ ନାହିଁ । ଏହି ରିପୋର୍ଟଟି ଫେକ । ଏହି ରିପୋର୍ଟରେ ଭିତରକନିକା ଉପରେ କୌଣସି କାମ ହୋଇନାହିଁ। ଏହାକୁ ତିଆରି କରିଛି IIT ହାଇଦ୍ରାବାଦର ସିଭିଲ ଇଂଜିନିୟରିଂ ଡିପାର୍ଟମେଣ୍ଟ । ଭାରତରେ ବହୁତ ପରିବେଶ ବିଜ୍ଞାନ ସଂସ୍ଥା ଅଛି । ସେମାନଙ୍କୁ କାହିଁକି ନ ଦେଇ ସିଭିଲ ଇଂଜିନିୟରିଂ ସଂସ୍ଥାକୁ ଦେଲେ ବୋଲି କଂଗ୍ରେସ ପ୍ରଶ୍ନ କରିଛି ।