ଭୁବନେଶ୍ବର: ଯାଜପୁରର ଧର୍ମଶାଳା ନାବାଳିକା ଅପହରଣ ଘଟଣାରେ ପୋଲିସକୁ ଟାର୍ଗେଟ କରିଛି କଂଗ୍ରେସ। ଓଡ଼ିଶାରେ ନାରୀ ନିର୍ଯ୍ୟାତନା ଓ ନାରୀ ସୁରକ୍ଷା ଦେଇପାରୁ ନାହିଁ ରାଜ୍ୟ ସରକାର। ବାରମ୍ବାର ନାବାଳିକାଙ୍କୁ ନିର୍ଯ୍ୟାତନା ଓ ଦୁଷ୍କର୍ମ କରାଯାଉଛି। ଏହି ଘଟଣାରେ ପୋଲିସର ଭୂମିକା ଉପରେ ପ୍ରଶ୍ନ ଉଠାଇଛନ୍ତି ପ୍ରଦୀପ ମାଝୀ। ଯାଜପୁରର ନାବାଳିକାକୁ ଅପହରଣ କରି କଟକରେ ଜଣେ ପୋଲିସ ଅଧିକାରୀଙ୍କ ଘରେ ଦୀର୍ଘ 4 ଦିନ ରଖିବା ନେଇ ପୋଲିସ ଉପରେ ଟାର୍ଗେଟ କରିଛି କଂଗ୍ରେସ।
ଜାନୁଆରୀ 14 ତାରିଖ । ଯାଜପୁରର ଏକ ନାବାଳିକାକୁ ସେହି ଗ୍ରାମର ଦୁଇ ଭାଇ ରାତି 3 ଟାରେ ଡାକି ଅପହରଣ କରିଥିଲେ। ଅପହରଣ କରି କଟକରେ ଥିବା ନିଜ ଭଉଣୀ ଘରେ ରଖିଥିଲେ। କିନ୍ତୁ 14 ତାରିଖରୁ 18 ତାରିଖ ପର୍ଯ୍ୟନ୍ତ ଦୀର୍ଘ ସମୟ ଧରି ରସଗୋଲାରେ ନିଶା ଦେଇ ବାରମ୍ବାର ଦୁଷ୍କର୍ମ କରିଆସୁଥିଲେ। ହେଲେ ଅଭିଯୁକ୍ତର ଭଉଣୀ ଓ ଭିଣୋଇ ଦୁଇ ଜଣ ପୋଲିସ ବିଭାଗରେ କାର୍ଯ୍ୟରତ। ପୋଲିସରେ ରହିଥିଲେ ମଧ୍ୟ ଏହିପରି କାର୍ଯ୍ୟକଳାପକୁ କିଭଳି ଆଶ୍ରୟ ଦେଉଥିଲେ ଦୁଇ ପୋଲିସ। ଏନେଇ କଂଗ୍ରେସ ପ୍ରଶ୍ନ ଉଠାଇଛି।
18 ତାରିଖରେ ଘରୁ ଏକ ଡାଏରି ବାହାରିଥିଲା। ଯେଉଁ ଥିରେ 3ଟି ନମ୍ବର ଲେଖାଥିଲା। ସମସ୍ତ ନମ୍ବରରେ କଲ କରି ଜାଣିବାକୁ ପାଇଲେ ଯେ ନାବାଳିକା କଟକରେ ରହିଛି। ସଂଗେସଂଗେ ସ୍ଥାନ ଠିକ କରି ଝିଅକୁ ନେଇଯିବାକୁ ଝିଅର ବାପାକୁ ଫୋନ ମଧ୍ୟରେ ଧମକ ଦେଇଛନ୍ତି ଅପହରଣକାରୀ। ଏନେଇ ଝିଅର ପିତା ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ବିଳମ୍ବରେ ଅଭିଯୁକ୍ତକୁ ଗିରଫ କରିଥିଲା। କିନ୍ତୁ ପୋଲିସ ଅଭିଯୁକ୍ତର ଭାଇ, ଭଉଣୀ ଓ ଭିଣେଇଙ୍କୁ କେଉଁ କାରଣରୁ ଗିରଫ କରୁନି ସେନେଇ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛି କଂଗ୍ରେସ। ପୋଲିସ କର୍ମଚାରୀଙ୍କ ଘରେ ଧର୍ଷଣ ହେବାର ଏତଲା ଦେବାସ୍ବତେଃ ଜଣଙ୍କୁ ଗିରଫ କରି ନିରବ ବସିଛି ପୋଲିସ।