ଓଡିଶା

odisha

ETV Bharat / city

ଦେଶରେ କୋରୋନା ବୃଦ୍ଧି ପାଇଁ ମୋଦି ଓ ଶାହା ଦାୟୀ: ପଞ୍ଚାନନ କାନୁନଗୋ - odisha political news

କୋରୋନାକୁ ନେଇ କଂଗ୍ରେସର ପ୍ରେସମିଟ । ଭାରତରେ କୋରୋନାରେ ବୃଦ୍ଧି କାରଣ ପଛରେ ଭାରତୀୟ ଜନତାପାର୍ଟି ଦାୟୀ । ଅଧିକ ପଢନ୍ତୁ...

congress pressmeet in bhubaneswar
ଦେଶରେ କୋରୋନା ବୃଦ୍ଧି ପାଇଁ ମୋଦି ଓ ଶାହା ଦାୟୀ : ପଞ୍ଚାନନ

By

Published : Apr 22, 2021, 4:15 PM IST

ଭୁବନେଶ୍ବର: ଭାରତର ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ କୋରୋନାକୁ ନେଇ ସମାଲୋଚନା କଲେ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ । କୋରୋନା ଟିକାକୁ ଉଚିତ ଦରରେ ବିକ୍ରିକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପଞ୍ଚାନନ । ଦେଶର ଅକ୍ସିଜେନ ଅଭାବ ଯୋଗୁଁ ଦେଶରେ ମୃତ୍ୟୁ ବଢୁଛି । ସରକାର ଅକ୍ସିଜେନ ଯୋଗାଇବାରେ ବିଫଳ । ଏହି ଅବସରରେ ୧୦ଟି ପ୍ରଶ୍ନ ବିଜେପିଙ୍କୁ ପଚାରିଛି କଂଗ୍ରେସ । ମହାରାଷ୍ଟ୍ରରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ସମୟରେ କୁମ୍ଭମେଳା କରିବା ପାଇଁ କାହିଁକି ଅନୁମତି ଦିଆଗଲା ବୋଲି ପ୍ରଶ୍ନ କରିଛି କଂଗ୍ରେସ । କୁମ୍ଭମେଳା ହେଉଛି କୋରୋନା ବଢିବାର କାରଣ । ବେଙ୍ଗଲରେ ୮ଟି ଫେଜରେ ନିର୍ବାଚନ କରି ଲକ୍ଷ ଲକ୍ଷ ଲୋକଙ୍କ ମଧ୍ୟରେ ରାଲି କରିବାକୁ ଭତ୍ସନା କରିଛନ୍ତି ।

ଦେଶରେ କୋରୋନା ବୃଦ୍ଧି ପାଇଁ ମୋଦି ଓ ଶାହା ଦାୟୀ : ପଞ୍ଚାନନ

କୁମ୍ଭମେଳାକୁ ଅନୁମତି ଦେଇଥିବା କେନ୍ଦ୍ର ଗୃହବିଭାଗର ମୁଖ୍ୟ ଅମିତ ଶାହା ଦାୟୀ ବୋଲି ସେ କହିଛନ୍ତି । ଟିକା ଉତ୍ସବକୁ ନେଇ ମଧ୍ୟ କଟାକ୍ଷ କରିଛନ୍ତି ପଞ୍ଚାନନ । ସବୁ ରାଜ୍ୟରେ ଟିକା ଯୋଗାଇବାରେ କେନ୍ଦ୍ର ସରକାର ବିଫଳ ହୋଇଛନ୍ତି । ପ୍ରବାସୀମାନଙ୍କ ଘର ବାହୁଡା ବଢୁଛି । ଦିଲ୍ଲୀ ଓ ମହାରାଷ୍ଟ୍ର ଆସୁଥିବା ପ୍ରବାସୀଙ୍କ ପାଇଁ କେନ୍ଦ୍ର ସରକାର କଣ ବ୍ୟବସ୍ଥା କରିଛନ୍ତି ବୋଲି ପ୍ରଶ୍ନ କରିଛି କଂଗ୍ରେସ । କୋରୋନା ପାଇଁ ବେକାରୀ ଓ ବିକାଶ ଧାରା ବାଧକ ହେବ । ସେଥିପାଇଁ କେନ୍ଦ୍ର ସରକାର ପ୍ରସ୍ତୁତ ବୋଲି ସେ ପ୍ରଶ୍ନ କରିଛନ୍ତି । ଏଥିପାଇଁ କଣ ବ୍ୟବସ୍ଥା କରିଛନ୍ତି । ମୋଦି ଏବଂ ଶାହାଙ୍କ ରାଲି ଏବଂ ରୋଡ ସୋ ଯୋଗୁଁ ନିର୍ବାଚନ ମଣ୍ଡଳୀରେ କୋରୋନା ବ୍ୟାପୁଛି । ଏହାର କ୍ଷୟକ୍ଷତି କେନ୍ଦ୍ର ସରକାର ବହନ କରିବେ କି ବୋଲି କହିଛନ୍ତି ପଞ୍ଚାନନ । ମୋଦି ଓ ଶାହା ଦେଶର କୋରୋନା ବଢିବା ପାଇଁ ଦାୟୀ ବୋଲି କହିଛନ୍ତି ପଞ୍ଚାନନ କାନୁନଗୋ ।

ଭୁବନେଶ୍ୱରରୁ ତପନ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details