ଓଡିଶା

odisha

ETV Bharat / city

‘ଦିଲ୍ଲୀରେ ଚାଲିଛି 2ୟ ଇଷ୍ଟ ଇଣ୍ଡିଆ କମ୍ପାନୀର ଶାସନ’ - ‘ଦିଲ୍ଲୀରେ ଚାଲିଛି ଦ୍ବିତୀୟ ଇଷ୍ଟ ଇଣ୍ଡିଆ କମ୍ପାନୀ ଶାସନ’

ଦିଲ୍ଲୀରେ ଚାଲିଛି ଦ୍ବିତୀୟ ଇଷ୍ଟ ଇଣ୍ଡିଆ କମ୍ପାନୀର ଶାସନ । ଏହା ଦ୍ବାରା ସମ୍ବିଧାନ ଉପରେ ବିପଦ ରହିଛି । ତେଣୁ ସମ୍ବିଧାନକୁ ବଞ୍ଚେଇବାର ସମୟ ଆସିଛି ବୋଲି କଂଗ୍ରେସ ଏଆଇସିସି ମୁଖପାତ୍ର ଅଖିଳେଶ ପ୍ରତାପ ସିଂ ପ୍ରକାଶ କରିଛନ୍ତି ।

bhubaneswar
‘ଦିଲ୍ଲୀରେ ଚାଲିଛି ଦ୍ବିତୀୟ ଇଷ୍ଟ ଇଣ୍ଡିଆ କମ୍ପାନୀ ଶାସନ’

By

Published : Dec 28, 2019, 11:27 PM IST

ଭୁବନେଶ୍ବର: ଦିଲ୍ଲୀରେ ଚାଲିଛି ଦ୍ବିତୀୟ ଇଷ୍ଟ ଇଣ୍ଡିଆ କମ୍ପାନୀର ଶାସନ । ଏହା ଦ୍ବାରା ସମ୍ବିଧାନ ଉପରେ ବିପଦ ରହିଛି । ତେଣୁ ସମ୍ବିଧାନକୁ ବଞ୍ଚେଇବାର ସମୟ ଆସିଛି ବୋଲି କଂଗ୍ରେସ ଏଆଇସିସି ମୁଖପାତ୍ର ଅଖିଳେଶ ପ୍ରତାପ ସିଂ ପ୍ରକାଶ କରିଛନ୍ତି । କଂଗ୍ରେସ ଭବନରେ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ ବିଜେପିକୁ ସମାଲୋଚନା କରି ସେ ଏହା କହିଛନ୍ତି । କଂଗ୍ରେସର ସମ୍ବିଧାନ ବଚାଓ ଭାରତ ବଚାଓ ଅଭିଯାନ ଅବସରରେ ସେ ଏହା ପ୍ରକାଶ କରିଛନ୍ତି ।

‘ଦିଲ୍ଲୀରେ ଚାଲିଛି ଦ୍ବିତୀୟ ଇଷ୍ଟ ଇଣ୍ଡିଆ କମ୍ପାନୀ ଶାସନ’

ଅଖିଳେଶ କହିଛନ୍ତି, ବିଜେପି ଏନଆରସି ଆଣିଲା ପରେ ସିଏଏ ଏବେ ଏନପିଆର ଆଣିଛି । ଏହା ଆଭିମୁଖ୍ୟ ସଂପର୍କରେ ଜନସାଧାରଣଙ୍କୁ ସ୍ପଷ୍ଟ କରୁନାହାଁନ୍ତି । ଜୋର ଜବରଦସ୍ତ ଲୋକଙ୍କ ଉପରେ ଚାପ ପକାଯାଉଛି। ଏହା ସହିତ ଭାରତୀୟଙ୍କୁ ନିଜ ଜାତୀୟତା ପ୍ରମାଣ ମାଗୁଛି ବିଜେପି ।

ବିଜେପି ଶାସିତ ରାଜ୍ୟ ମାନଙ୍କରେ ମଧ୍ୟ ଏମାନେ ଦଙ୍ଗା କରୁଛନ୍ତି । ଅନାବଶ୍ୟକ ପ୍ରସଙ୍ଗ ଉଠାଇ ବେକାରୀ ସମସ୍ୟା, ଦରଦାମ ବୃଦ୍ଧି, ଶିଥିଳ ଅର୍ଥନୀତି ଆଦି ସମସ୍ୟାକୁ ଲୁଚାଇବାକୁ କେନ୍ଦ୍ର ସରକାର ପ୍ରୟାସ କରୁଛନ୍ତି ବୋଲି ଅଖିଳେଶ ପ୍ରକାଶ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଅଖିଳେଶଙ୍କ ସମେତ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ସତ୍ୟପ୍ରକାଶ ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ ।


ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details