ଓଡିଶା

odisha

ETV Bharat / city

ଆରଡ଼ି ଫାଣ୍ଡିରେ ମାସ୍କ ଚେକିଂ ଦାଦାଗିରିକୁ ବିରୋଧ, ରାଜରାସ୍ତାକୁ ଓହ୍ଲାଇବ କଂଗ୍ରେସ - police mask checking aradi

ଆରଡ଼ି ଫାଣ୍ଡିରେ ମାସ୍କ ଚେକିଂ ବେଳେ ପୋଲିସ ଦାଦାଗିରି ବିରୋଧରେ ରାଜରାସ୍ତାକୁ ଓହ୍ଲାଇବ କଂଗ୍ରେସ । ଅଧିକ ପଢନ୍ତୁ...

ଆରଡ଼ି ଫାଣ୍ଡିରେ ମାସ୍କ ଚେକିଂ ଦାଦାଗିରି, ରାଜା ରାସ୍ତାକୁ ଓହ୍ଲାଇବା କଂଗ୍ରେସ
ଆରଡ଼ି ଫାଣ୍ଡିରେ ମାସ୍କ ଚେକିଂ ଦାଦାଗିରି, ରାଜା ରାସ୍ତାକୁ ଓହ୍ଲାଇବା କଂଗ୍ରେସ

By

Published : Apr 13, 2021, 6:15 AM IST

ଭୁବନେଶ୍ବର: ଆରଡ଼ି ଫାଣ୍ଡିରେ ମାସ୍କ ଚେକିଂକୁ ନେଇ ଘଟିଥିବା ଅମାନୁଷିକ କାର୍ଯ୍ୟକୁ ବିରୋଧ କରି ରାଜରାସ୍ତାକୁ ଓହ୍ଲାଇବ କଂଗ୍ରେସ । ଏନେଇ ଏକ ସାମ୍ବାଦିକ ସମ୍ମିଳନୀ କଂଗ୍ରେସ ପକ୍ଷରୁ କରଯାଇଥିବା ବେଳେ ପୋଲିସର ମାସ୍କ ଚେକିଂ ନାଁରେ ହେଉଥିବା ଦାଦାଗିରିକୁ ବିରୋଧ କରାଯାଇଛି । ସମ୍ପୃକ୍ତ ଘଟଣାରେ ସାମିଲ ପୋଲିସ ଉପରେ କାର୍ଯ୍ୟନୁଷ୍ଠାନ ସହ ନିଲମ୍ବନ ଦାବି କରିଛି କଂଗ୍ରେସ ।

ଆରଡ଼ି ଫାଣ୍ଡିରେ ମାସ୍କ ଚେକିଂ ଦାଦାଗିରି, ରାଜା ରାସ୍ତାକୁ ଓହ୍ଲାଇବା କଂଗ୍ରେସ

ଏହା ସହ ରାଜ୍ୟ ସରକାର ଆଇନ ତା ବାଟରେ ଯାଉଛି କହି ୫ଟି ର କଥା କହୁଛନ୍ତି । ସେଥିରେ ଟ୍ରାନ୍ସପରେନ୍ସି ଓ ଟେକ୍ନୋଲୋଜିର କଥା ବି କହୁଛନ୍ତି । ଏଭଳି ସ୍ଥିତିରେ ଭିଡିଓ ରେକର୍ଡିଂ ପାଇଁ କିନ୍ତୁ ଦଣ୍ଡ ମିଳୁଛି । ତେଣୁ କଂଗ୍ରେସସ ପକ୍ଷରୁ ଘଟଣାକୁ ନିନ୍ଦା କରାଯିବ ସହ ତୁରନ୍ତ ଦୁଇ ଯୁବକଙ୍କୁ ମୁକୁଳାଯାଉ ବୋଲି କୁହାଯାଇଛି । ଯଦି ଏଭଳି କରା ନଯାଏ ତେବେ ୪୮ ଘଣ୍ଟାରେ ଡ଼ିଜିଙ୍କୁ ଭେଟିବା ସହ ଘଟଣାରେ ରାଜ ରାସ୍ତାରେ ବିକ୍ଷୋଭ କରିବା ବୋଲି କହିଛନ୍ତି କଂଗ୍ରେସର ପିସିସି ସମ୍ପାଦକ ମନୋଜ ବିଶ୍ୱାଳ । ଅନ୍ୟପଟେ ଯୁବକଙ୍କ ମା ଭଦ୍ରକ ଏସପିଙ୍କୁ ଭେଟି ଏଫଆଇଆର ଦେଇଛନ୍ତି ।

ଏଠାରେ ସୂଚନ ଥାଉକି ଦେଶରେ କୋରୋନାର ଦ୍ବିତୀୟ ଲହର କାୟା ବସ୍ତାର କରୁଥିବା ବେଳେ ଦିନକୁ ଦିନ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ତେଣୁ ସବୁ ସ୍ଥାନରେ କୋଭିଡ ନିୟମକୁ କଡାକଡି କରାଯାଇଛି । ଭଦ୍ରକ ଜିଲ୍ଲା ଆରଡି ଫାଣ୍ଡିରେ ପୋଲିସ ପକ୍ଷରୁ ମାସ୍କ ଯାଞ୍ଚ କରାଯିବା ସମୟରେ ପୋଲିସ ଓ ଯୁବକଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଏହି ସମୟରେ ଜଣେ ଯୁବକ ଫୋନରେ ଭିଡିଓ ରେକର୍ଡିଂ କରିବା ସମୟରେ ପୋଲିସ ଯୁବକଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଛି । ଆଉ ଏହି ଅଭିଯୋଗରେ ଦୁଇଜଣ ଯୁବକଙ୍କୁ ପୋଲିସ ଗିରଫ କରିଛି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ABOUT THE AUTHOR

...view details