ଭୁବନେଶ୍ବର: ମମିତା ମେହେର ଘଟଣାରେ ତଦନ୍ତ ପ୍ରକ୍ରିୟାକୁ ପ୍ରଶ୍ନ ସହ ଦିବ୍ୟଶଙ୍କର ମିଶ୍ରଙ୍କୁ ଟାର୍ଗେଟ କଲା କଂଗ୍ରେସ । ସାମ୍ବାଦିକ ସମ୍ମିଳନୀରେ ପୁଣି ବିଜେଡିକୁ ଟାର୍ଗେଟ କଲେ ସତ୍ୟ ପ୍ରକାଶ ନାୟକ । ସେ କହିଛନ୍ତି ଯେ, ପ୍ରମାଣ ଦେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଜେଡି କହିଛି । ଅଦାଲତର ଦ୍ବାରସ୍ଥ ହୁଅନ୍ତୁ । ଯଦି ଅଦାଲତ ତଦନ୍ତ କରିବ ତେବେ ପୋଲିସ କଣ କରିବ ବୋଲି ପ୍ରଶ୍ନ କରିଛନ୍ତି ସତ୍ୟ ।
ସତ୍ୟ ପ୍ରକାଶ କହିଛନ୍ତି ଯେ, 'ମନ୍ତ୍ରୀ ଗଣମାଧ୍ୟମରେ ହାଲକା ବିବୃତ୍ତି ଦେଇ ଖସିପାରିବେ ନାହିଁ । ସମ୍ପୃକ୍ତି ଅଛି କି ନାହିଁ ମନ୍ତ୍ରୀ ହଁ ନାଁରେ ଉତ୍ତର ଦିଅନ୍ତୁ । ପୋଲିସ ଦିବ୍ୟଶଙ୍କର ମିଶ୍ରଙ୍କୁ କାହିଁକି ଜେରା କରୁନି କି ତଦନ୍ତ ପରିସରକୁ ନେଉ ନାହିଁ । ମନ୍ତ୍ରୀ ହତ୍ୟା କରିଛନ୍ତି ବୋଲି ଆମେ ଅଭିଯୋଗ କରୁନୁ, ଆମେ ଅଭିଯୋଗ କରୁଛୁ ତାଙ୍କର ସମ୍ପୃକ୍ତି ଅଛି । ହେଲେ ସେ କହୁଛନ୍ତି ମୁଁ ହତ୍ୟା କରିନି ଅର୍ଥାତ ଠାକୁର ଘରେ କିଏ ନା ମୁଁ କଦଳୀ ଖାଇନି ।'