ଓଡିଶା

odisha

ETV Bharat / city

ବାସଗୃହ ଟଙ୍କା ବଣ୍ଟନକୁ ନେଇ ରାଜ୍ୟ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ - ବାସଗୃହ ଟଙ୍କା ବଣ୍ଟନକୁ ନେଇ ରାଜ୍ୟ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ

ବାସଗୃହ ମରାମତି ନାମରେ ରାଜ୍ୟ ସରକାର ଟଙ୍କା ବଣ୍ଟନକୁ ନେଇ ରାଜ୍ୟ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ । କଂଗ୍ରେସ ମୁଖପାତ୍ର ରଜନୀ ମହାନ୍ତି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କୁ ଜୋରଦାର ଟାର୍ଗେଟ କରିଛନ୍ତି। ସରକାର ଲୋକଙ୍କୁ କେବଳ ଭୂଆଁ ବୁଲାଉଛନ୍ତି ବୋଲି ଅଭିଯୋଗ କରିଛି କଂଗ୍ରେସ । ଅଧିକ ପଢନ୍ତୁ

ବାସଗୃହ ଟଙ୍କା ବଣ୍ଟନକୁ ନେଇ ରାଜ୍ୟ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ
ବାସଗୃହ ଟଙ୍କା ବଣ୍ଟନକୁ ନେଇ ରାଜ୍ୟ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ

By

Published : Jan 11, 2022, 9:00 PM IST

ଭୁବନେଶ୍ବର: ବାସଗୃହ ମରାମତି ନାମରେ ରାଜ୍ୟ ସରକାର ଟଙ୍କା ବଣ୍ଟନକୁ ନେଇ ରାଜ୍ୟ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ । କଂଗ୍ରେସ ମୁଖପାତ୍ର ରଜନୀ ମହାନ୍ତି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କୁ ଜୋରଦାର ଟାର୍ଗେଟ କରିଛନ୍ତି। ସରକାର ଲୋକଙ୍କୁ କେବଳ ଭୂଆଁ ବୁଲାଉଛନ୍ତି ବୋଲି ଅଭିଯୋଗ କରିଛି କଂଗ୍ରେସ। ଆଗାମୀ ପଞ୍ଚାୟତ ନିର୍ବାଚନରେ ରାଜ୍ୟବାସୀ ସରକାରଙ୍କୁ ଉଚିତ ଜବାବ ଦେବେ ବୋଲି କଂଗ୍ରେସ କହିଛନ୍ତି ।

ବାସଗୃହ ଟଙ୍କା ବଣ୍ଟନକୁ ନେଇ ରାଜ୍ୟ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ

ରାଜ୍ୟ କଂଗ୍ରେସ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ମୁଖପାତ୍ର ରଜନୀ ମହାନ୍ତି କହିଛନ୍ତି ଯେ ରାଜ୍ୟ ସରକାର 3 ହଜାର ଟଙ୍କା ଲେଖାଏଁ ବାସଗୃହ ମରାମତି ପାଇଁ 5 ହଜାର ଲେଖାଏଁ ଦେବେ ବୋଲି ଘୋଷଣା କରିଛନ୍ତି । ନିର୍ବାଚନକୁ ଆଖି ଆଗରେ ରଖି ବାଣ୍ଟିଛନ୍ତି ରାଜ୍ୟ ସରକାର। ଗଣମାଧ୍ୟମ ଆଗରେ ବିଭ୍ରାନ୍ତି କର ତଥ୍ୟ ଦେଇଛନ୍ତି ରାଜ୍ୟ ସରକାର । ତଥ୍ୟ ମୁତାବକ ବିପିଏଲ କାଟାଗୋରୀ ଲୋକଙ୍କ ପାଇଁ ମୋ କୁଡ଼ିଆ ଯୋଜନା 2008 - 09 ରେ ଆରମ୍ଭ କରିଥିଲେ 10 ଲକ୍ଷ ପରିବାର ପାଇଁ ଘର ଦିଆଯିବ ବୋଲି ପ୍ରଥମେ ଘୋଷଣା କରିଥିଲେ। 2012 ରେ 15 ଲକ୍ଷ ପରିବାରକୁ ପକ୍କା ଘର ଦିଆଯିବ ବୋଲି କହିଲେ ।

2013ରେ 25 ଲକ୍ଷ ପରିବାର ପାଇଁ ଘର କରିବୁ ବୋଲି କହିଲେ । ଏ ପର୍ଯ୍ୟନ୍ତ ମାତ୍ର 12 ଲକ୍ଷ ଘର ନିର୍ମାଣ ହୋଇଛି । ଆଉ 13 ଲକ୍ଷ ଘର ନିଜସ୍ବ ଯୋଜନାରେ କରିପାରି ନାହାଁନ୍ତି । 32 ଲକ୍ଷ 13 ହଜାର ଘର ନିର୍ମାଣ ସରିଛି ବୋଲି ରାଜ୍ୟ ସରକାର ତଥ୍ୟ ଦେଇଛନ୍ତି । ସେହିପରି କେନ୍ଦ୍ରର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ 16 ଲକ୍ଷ 17 ହଜାର ଘର ନିର୍ମାଣ ହୋଇଛି । କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ 25 ଲକ୍ଷ 82 ହଜାର ପରିବାରକୁ ପକ୍କା ଘର ଦେବେ ବୋଲି ଚିହ୍ନଟ କରିସାରିଛନ୍ତି । ଆଉ 8 ଲକ୍ଷ 83 ହଜାର ପରିବାରଙ୍କୁ କାହିଁକି ଘର ମିଳୁନାହିଁ ବୋଲି ପ୍ରଶ୍ନ କଲା କଂଗ୍ରେସ। ବନ୍ୟା ବେଳେ ଲୋକଙ୍କୁ ସ୍ଥାନାନ୍ତର କରି ବାହା ବାହା ନେବା ପାଇଁ ଲୋକଙ୍କୁ ପକ୍କା ଘର ଦେଉ ନାହାଁନ୍ତି ରାଜ୍ୟ ସରକାର ।

ଏବେ ବି ରାଜ୍ୟରେ 57 ହଜାର 932 ପରିବାର ଙ୍କ ଜମି ନାହିଁ । ରାଜ୍ୟ ମାଟି 9ହଜାର 221 ପରିବାରକୁ ଜମି ଯୋଗାଇ ପାରିଛନ୍ତି। ଜମି ନଥିଲେ କୌଣସି ଯୋଜନାରେ ଘର ମିଳିବ ନାହିଁ । ଏମାନଙ୍କୁ କାହିଁକି ଜମି ଯୋଗାଇ ପାରିନାହାନ୍ତି ସରକାର । ତେଣୁ କେଉଁ ଯୋଜନାରେ କେତେ ଘର ରାଜ୍ୟ ସରକାର ଦେଇଛନ୍ତି ତାହାର ଶ୍ୱେତପତ୍ର ଜାରି କରନ୍ତୁ ବୋଲି କଂଗ୍ରେସ ଦାବି କରିଛି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ABOUT THE AUTHOR

...view details