ଓଡିଶା

odisha

ETV Bharat / city

ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା ନେଇ ସରକାରଙ୍କ ଉପରେ ବର୍ଷିଲା କଂଗ୍ରେସ - କଂଗ୍ରେସ ପ୍ରେସମିଟ

ରାଜ୍ୟରେ ବ୍ୟାପୁଥିବା ଡେଙ୍ଗୁକୁ ନେଇ ସରକାରଙ୍କ ଉପରେ ବର୍ଷିଲା କଂଗ୍ରେସ । ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ନଗର ଉନ୍ନୟନ ବିଭାଗର ଅପାରଗତାକୁ ନେଇ ପ୍ରଶ୍ନ କରିଛି ଦଳ । ଅଧିକ ପଢନ୍ତୁ....

congress press meet in bhubaneswar
ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା ନେଇ ସରକାରଙ୍କ ଉପରେ ବର୍ଷିଲା କଂଗ୍ରେସ

By

Published : Jul 29, 2021, 2:51 PM IST

ଭୁବନେଶ୍ବର: ରାଜ୍ୟରେ ବ୍ୟାପୁଥିବା ଡେଙ୍ଗୁକୁ ନେଇ ସରକାରଙ୍କ ଉପରେ ବର୍ଷିଲା କଂଗ୍ରେସ । ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ନଗର ଉନ୍ନୟନ ବିଭାଗର ଅପାରଗତାକୁ ନେଇ ପ୍ରଶ୍ନ କରିଛି ଦଳ । ଓଡ଼ିଶାର ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡିଛି । କୋରୋନାର କରାଳ ଲହରୀ ଏ ପର୍ଯ୍ୟନ୍ତ ଯାଇନି । ଏଭଳି ସମୟରେ ଡେଙ୍ଗୁ ଏକ ମହାବିପତ୍ତି ଭଳି ଆସିଲାଣି । ହଜାର ହଜାର ଡେଙ୍ଗୁ ରୋଗୀ ଚିହ୍ନଟ ହେଲେଣି । ଆଗରୁ ଓଡ଼ିଶାରେ ଡେଙ୍ଗୁ କେବେ ଦେଖା ଯାଇନଥିଲା । ନଗର ଉନ୍ନୟନ ମନ୍ତ୍ରୀ ଏକ ହତ୍ୟା ମାମଲାରୁ ନିଜ ନାମକୁ କାଟିବା ପାଇଁ ସବୁ ପ୍ରକାର ଉଦ୍ୟମ କରୁଛନ୍ତି ।

ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା ନେଇ ସରକାରଙ୍କ ଉପରେ ବର୍ଷିଲା କଂଗ୍ରେସ

ହେଲେ ଡେଙ୍ଗୁ ମୁକାବିଲା କିଭଳି ହେବ, ତାହାକୁ ନେଇ ଚିନ୍ତା କରୁନାହାନ୍ତି । ରାଜ୍ୟ ନଗର ଉନ୍ନୟନ ବିଭାଗ ହିସାବ ଦିଅନ୍ତୁ । କେତେଥର କେଉଁ ଅଞ୍ଚଳରେ ମଶା ଧୂଆଁ ଗାଡି ବୁଲାଇଛନ୍ତି । ପୌରାଞ୍ଚଳରେ ଜନ ପ୍ରତିନିଧିମାନେ ଦୀର୍ଘ ଦିନ ଧରି ନଥିବାରୁ ଆଜି ଏଭଳି ଅବସ୍ଥା । ପୌରଞ୍ଚଳରେ ହୋଲଡିଂ ଟ୍ୟାକ୍ସ ନେଉଛନ୍ତି । କିନ୍ତୁ ସେବା ଯୋଗାଇ ଦେଉ ନାହାନ୍ତି । ରାଜ୍ୟ ସରକାର ହିସାବ ଦିଅନ୍ତୁ । ଡେଙ୍ଗୁ ପ୍ରତିରୋଧ ପାଇଁ କଣ କଣ ପଦକ୍ଷେପ ନେଇଛନ୍ତି । ଏନେଇ କଂଗ୍ରେସ ଦାବି କରିଛି । ଜରୁରୀକାଳୀନ ଭାବେ ଯୁଦ୍ଧ କାଳୀନ ଭିତ୍ତିରେ ସରକାର ପଦକ୍ଷେପ ନିଅନ୍ତୁ । ଡାକ୍ତରଖାନା ଗୁଡ଼ିକରେ ଡେଙ୍ଗୁ ୱାର୍ଡ ବୃଦ୍ଧି କରନ୍ତୁ । ତେବେ ଆସନ୍ତାକାଲି ପରଠାରୁ ବିଭିନ୍ନ ୱାର୍ଡକୁ କଂଗ୍ରେସର ବରିଷ୍ଠ ନେତା, ସେବାଦଳ, ଯୁବ ଓ ଛାତ୍ରମାନେ ଯିବେ । ପରିମଳ ବ୍ୟବସ୍ଥାର ଅନୁଧ୍ୟାନ କରିବେ ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details