ଭୁବନେଶ୍ବର: ରାଜ୍ୟ ସରକାରଙ୍କ ଦଶମ ଓ ଦ୍ୱାଦଶ ଶ୍ରେଣୀର ବିଦ୍ୟାଳୟ ଖୋଲିବା ପ୍ରସଙ୍ଗକୁ ନେଇ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ।
ବିଦ୍ୟାଳୟ ଖୋଲିବା ପାଇଁ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ସ୍ୱାଗତ କରିବା ସହିତ ପ୍ରଶ୍ନ ମଧ୍ୟ କରିଛି କଂଗ୍ରେସ । ଓଡିଶାରେ କୋଭିଡ ସମୟରେ ଆଜି ପର୍ଯ୍ୟନ୍ତ 3 ହଜାର ଶିକ୍ଷକଙ୍କ ଜୀବନ ଯାଇଛି ।
ଖୋଲିବ ସ୍କୁଲ: ନିଷ୍ପତ୍ତିକୁ ସ୍ବାଗତ କଲା କଂଗ୍ରେସ, ଛାଡିଲା ପ୍ରଶ୍ନବାଣ - ସ୍କୁଲ ଖୋଲା ପ୍ରସଙ୍ଗକୁ କଂଗ୍ରେସର ସ୍ବାଗତ
ବିଦ୍ୟାଳୟ ଖୋଲିବା ପାଇଁ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ସ୍ୱାଗତ କରିବା ସହିତ ପ୍ରଶ୍ନ ମଧ୍ୟ କରିଛି କଂଗ୍ରେସ । ଓଡିଶାରେ କୋଭିଡ ସମୟରେ ଆଜି ପର୍ଯ୍ୟନ୍ତ 3 ହଜାର ଶିକ୍ଷକଙ୍କ ଜୀବନ ଯାଇଛି । ଅଧିକ ପଢନ୍ତୁ...
ରାଜ୍ୟ ସରକାରଙ୍କ ସ୍କୁଲ ଖୋଲା ପ୍ରସଙ୍ଗକୁ କଂଗ୍ରେସର ସ୍ବାଗତ
ରାଜ୍ୟ ସରକାରଙ୍କ ସ୍କୁଲ ଖୋଲା ପ୍ରସଙ୍ଗକୁ କଂଗ୍ରେସର ସ୍ବାଗତ
ତେବେ ଏଭଳି ସ୍ଥିତିରେ ରାଜ୍ୟ ସରକାର ଶିକ୍ଷକଙ୍କ ପାଇଁ କ’ଣ ପ୍ରତିଷେଧକ ବ୍ୟବସ୍ଥା କରିଛନ୍ତି ବୋଲି ପ୍ରଶ୍ନ କରିଛି କଂଗ୍ରେସ । ଏହା ସହ ପିଲାଙ୍କ ପାଇଁ ଟିକା ବାହାରି ନଥିବା ବେଳେ ପିଲାମାନଙ୍କ ସ୍ୱାସ୍ଥ୍ୟର ସୁରକ୍ଷା ପାଇଁ କ’ଣ ପ୍ରତିଷେଧକ ବ୍ୟବସ୍ଥା କରାଯାଇଛି ସେ ନେଇ ସରକାର ରାଜ୍ୟବାସୀଙ୍କୁ ଜଣାନ୍ତୁ ବୋଲି କଂଗ୍ରେସ କହିଛି । ଏହା ସହ ପ୍ରଥମରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ଖୋଲିବା ପାଇଁ କ’ଣ ରୋଡ଼ ମ୍ୟାପ ରହିଛି ସେନେଇ ସ୍ପଷ୍ଟିକରଣ ରଖନ୍ତୁ ସରକାର ବୋଲି କଂଗ୍ରେସ ପ୍ରଶ୍ନ କରିଛି ।
ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ