ଭୁବନେଶ୍ବର: ସୀମା ବିବାଦ ପ୍ରସଙ୍ଗକୁ ନେଇ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ। ଏହି ବୈଠକରେ ସୁବର୍ଣ୍ଣରେଖା ଭିତରେ ଓଡିଶା ଓ ପଶ୍ଚିମବଙ୍ଗ ସୀମା ନିର୍ଦ୍ଧାରଣ ପ୍ରସଙ୍ଗ ଏକ ଭେଳିକି ବୋଲି କଂଗ୍ରେସ ଅଭିଯୋଗ କରିଛି।
ସୀମା ବିବାଦର ସମାଧାନ ପାଇଁ ରାଜ୍ୟ ସରକାରଙ୍କ ଆନ୍ତରିକତା ନାହିଁ। 2017 ମସିହାରେ ସୁବର୍ଣ୍ଣରେଖାରେ ବାଲି ଉତ୍ତୋଳନକୁ ନେଇ ବିବାଦ ଏନଜିଟିକୁ ଯାଇଥିଲା । ବେଆଇନ ବାଲି ଉତ୍ତୋଳନ ନକରିବାକୁ କେନ୍ଦ୍ର ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେବାପରେ ମଧ୍ୟ ଏଯାଏଁ କିଛି କାର୍ଯ୍ୟାନୁଷ୍ଠାନ ନିଆଯାଇ ନଥିବା ଅଭିଯୋଗ କଂଗ୍ରେସ ଅଭିଯୋଗ କରିଛି ।