ଭୁବନେଶ୍ବର:ଫନି ସହାୟତାକୁ ନେଇ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ । ଫନି ବାତ୍ୟା ସହାୟତା ଲୋକଙ୍କୁ ସଠିକ ଭାବରେ ପହଞ୍ଚିନାହିଁ । ଏ ପର୍ଯ୍ୟନ୍ତ ଲୋକଙ୍କ ପାଖକୁ ପକ୍କାଘର ପହଞ୍ଚି ନାହିଁ ।
ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ବିଭାଗର ଦୁଇଟି ଚିଠିକୁ ନେଇ ସରକାରଙ୍କୁ ଟାର୍ଗେଟ କଲା କଂଗ୍ରେସ । 12 ଲକ୍ଷ 55 ହଜାର ଲୋକଙ୍କୁ ପକ୍କା ଘର ଯୋଗାଇ ଦେବୁ ବୋଲି କହିଥିଲେ ରାଜ୍ୟ ସରକାର । 9.7.2021 ରେ ଏନେଇ ବିଭିନ୍ନ ଜିଲ୍ଲାପାଳ ମାନଙ୍କୁ ଚିଠି କଲେ ରାଜ୍ୟ ସରକାର ଓ ଅଯୋଗ୍ୟ ହିତାଧିକାରୀଙ୍କୁ ତାଲିକାରୁ ବାଦ ଦେଇ ଯୋଗ୍ୟ ହିତାଧିକାରୀଙ୍କ ନାମ ଯୋଡିବା ପାଇଁ କୁହାଗଲା । ଏହାର 7 ଦିନ ପରେ 15. 7.2021 ରେ ପଞ୍ଚାୟତୟତିରାଜ ବିଭାଗ ଆଉ ଏକ ଚିଠି କଲା ଯେଉଁଥିରେ କେବଳ ଅଯୋଗ୍ୟ ହିତାଧିକାରୀଙ୍କ ନାମ ବାଦ ପାଇଁ କୁହାଗଲା ।