ଭୁବନେଶ୍ବର: ଦେଶରେ ଅତ୍ୟାବଶ୍ୟକୀୟ ସାମଗ୍ରୀର ଦରଦାମ ବୃଦ୍ଧି ଓ ବେକାରୀ ପ୍ରସଙ୍ଗକୁ ନେଇ ଆଜି ସାରା ବିଭିନ୍ନ ରାଜ୍ୟରେ ପ୍ରେସମିଟ (Congress Press Conference) କରି କେନ୍ଦ୍ର ସରକାରଙ୍କୁ ଘେରିଛି ।
ଏନେଇ ଭୁବନେଶ୍ବର ସ୍ଥିତି ଓଡିଶା କଂଗ୍ରେସ ମୁଖ୍ୟାଳୟରେ ମଧ୍ୟ ଏକ ସାମ୍ବାଦିକ ସମ୍ମିଳନୀ ଦଳ କରି କେନ୍ଦ୍ର ସରକାର ବିଶେଷ କରି ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ବର୍ଷିଛି । ସାମ୍ବାଦିକ ସମ୍ମିଳନୀରେ ବିହାରର ପୂ୍ର୍ବତନ ପ୍ରଦେଶ କଂଗ୍ରେସ ସଭାପତି ଅନିଲ ଶର୍ମା ଯୋଗ ଦେଇ କହିଛନ୍ତି, 2014 ସାଧାରଣ ନିର୍ବାଚନ ପୂର୍ବରୁ ବିଜେପିର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଥିବା ବର୍ତ୍ତମାନର ପ୍ରଧାନମନ୍ତ୍ରୀ ମୋଦି ଦରଦାମ ବୃଦ୍ଧିକୁ ନେଇ ନିର୍ବାଚନୀ ସଭାରେ ଅନେକ ପ୍ରତିଶୃତି ଦେଉଥିଲେ । ଏପରିକି ସେତେବେଳର ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କୁ ଟାର୍ଗେଟ କରୁଥିଲେ ।