ଭୁବନେଶ୍ବର:ରାଜ୍ୟ ସ୍ତରୀୟ ପ୍ୟାରେଡରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ପ୍ରବେଶ ନ ମିଳିବା ପ୍ରସଙ୍ଗ । ଏନେଇ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ସଭାପତି ଶରତ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ନାଁ ନ ନେଇ ସେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି ।
ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ କହିଛନ୍ତି ଯେ, ‘‘ଗଣତନ୍ତ୍ର ନାଁରେ ଏକଛତ୍ରବାଦୀ ଶାସନ କରି ଲୋକଙ୍କୁ ହଇରାଣ କରୁଛନ୍ତି । ସମସ୍ତଙ୍କୁ ଭୟ ଦେଖାଉଛନ୍ତି ତାହା କେବେବି ସଫଳ ହେବେ ନାହିଁ । ସାମ୍ବାଦିକମାନେ ସମ୍ବିଧାନର ଚତୁର୍ଥ ସ୍ତମ୍ଭ । ଏଣୁ ସେମାନଙ୍କୁ ଛାଡିବା କଥା । ଏହା ଠିକ ଗଣତନ୍ତ୍ର ନୁହେଁ । ସମସ୍ତଙ୍କର ଅଧିକାର ରହିଛି । କୋଭିଡ ନାଁରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ରାଜ୍ୟସ୍ତରୀୟ ପରେଡରେ ପ୍ରବେଶ ନ ମିଳିବା ଘଟଣା ନିନ୍ଦନୀୟ ।"