ଓଡିଶା

odisha

ETV Bharat / city

ଦୁର୍ବଳ ପିସିସି, ପଞ୍ଚାୟତ ୱାରରେ ବହୁ ପଛରେ କଂଗ୍ରେସ ! - ପ୍ରଦେଶ କଂଗ୍ରେସ କମିଟି ଖବର

ଆଗକୁ ଆସୁଛି ପଞ୍ଚାୟତ ନିର୍ବାଚନ। ପିସିସି ଦୁର୍ବଳ ନେତୃତ୍ୱ ନିର୍ବାଚନି ବୈତରଣୀ ପାର ହେବାକୁ ସାଜିଛି କି କଣ୍ଟା ! ଅଧିକ ପଢନ୍ତୁ...

Congress preparation for panchayat election 2022
ଦୁର୍ବଳ ପିସିସି, ପଞ୍ଚାୟତ ୱାରରେ ବହୁ ପଛରେ କଂଗ୍ରେସ

By

Published : Aug 8, 2021, 7:47 PM IST

ଭୁବନେଶ୍ବର:୨୦୨୨ ଆରମ୍ଭରେ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପାଇଁ ସବୁ ଦଳର ପ୍ରସ୍ତୁତି ପର୍ବ ଆରମ୍ଭ ହୋଇସାରିଥିବା ବେଳେ ପଞ୍ଚାୟତ ନିର୍ବାଚନ ବୈତରଣୀ ପାର ହେବା ପାଇଁ ତୃଣମୂଳ ସ୍ତରରୁ ସଂଗଠନକୁ ସୁଦୃଢ କରିବାରେ ଲାଗିପଡିଛି ବିରୋଧୀ ବିଜେପି । ପଞ୍ଚାୟତ ,ଜିଲ୍ଲା ପରିଷଦ,ସମିତିରେ ନିଜର ସ୍ଥିତି ଜାହିର କରିବା ପାଇଁ ଭୁବନେଶ୍ବର ରାଜ୍ୟ କାର୍ଯ୍ୟାଳୟରେ ବୈଠକ ଆରମ୍ଭ କରିଛି ବିଜେପି । ସେପଟେ ପ୍ରଦେଶ କଂଗ୍ରେସର ପଞ୍ଚାୟତ କମିଟି ଗଠନ ହୋଇସାରିଛି ହେଲେ ପଞ୍ଚାୟତ କମିଟିର ବୈଠକ ବସି ପାରୁନି । କୌଣସି ପଞ୍ଚାୟତ କାର୍ଯ୍ୟ ହୋଇପାରିନି ନା ନେତା କ୍ଷେତ୍ର ଉପରେ ଗୁରୁତ୍ବ ଦେଉଛନ୍ତି। ଖାଲି ସାମ୍ବାଦିକ ସମ୍ମିଳନୀରେ ସୀମିତ ରହିଛି କଂଗ୍ରେସର ସ୍ବର । ଯେହେତୁ ପିସିସି ମୁଖ୍ୟ କମିଟିର ପୁନର୍ଗଠନ ହୋଇନାହିଁ ତେଣୁ କୌଣସି କାର୍ଯ୍ୟ ହୋଇପାରୁନାହିଁ। ପଞ୍ଚାୟତ ନିର୍ବାଚନ ଆଗକୁ ଆସୁଥିବାରୁ ରାଜନୀତି ଚଳଚଞ୍ଚଳ ହେଲାଣି। ଏକଦା ବିଜେଡି ସରକାର ଆସିଲା ପରେ କଂଗ୍ରେସ ରାଜ୍ୟରେ ବିରୋଧୀ ଦଳର ମାନ୍ୟତା ପାଇଥିଲା ,୨୦୧୨ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ କଂଗ୍ରେସ ରାଜ୍ୟରେ ଶୋଚନୀୟ ପରାଜୟବରଣ କରିଥିଲା ।

ଦୁର୍ବଳ ପିସିସି, ପଞ୍ଚାୟତ ୱାରରେ ବହୁ ପଛରେ କଂଗ୍ରେସ

୨୦୧୨ ପଞ୍ଚାୟତ ନିର୍ବାଚନ କଂଗ୍ରେସ ୧୨୨ ଜିଲ୍ଲା ପରିଷଦ ଆସନ ହାସଲ କରଥିବାବେଳେ ୨୦୧୭ ପଞ୍ଚାୟତ ନିର୍ବାଚନରେ କଂଗ୍ରେସ ୬୦ ଟି ଜିଲ୍ଲାପରିଷଦ ଆସନ ହାସଲ କରଛି । ୨୦୧୭ ପଞ୍ଚାୟତ ନିର୍ବାଚନରେ କଂଗ୍ରେସ ଖରାପ ପ୍ରଦର୍ଶନ କରିଥିଲା, ନିର୍ବାଚନ ଫଳାଫଳରୁ ଓଡ଼ିଶାର ଜନସାଧାରଣ କଂଗ୍ରେସ ଉପରେ ବିଶ୍ବାସ ହରେଇଥିବା ସ୍ପଷ୍ଟ ହୋଇଥିଲା। କଂଗ୍ରେସ କମ ସଂଖ୍ୟକ ଭୋଟ ପାଇ ତୃତୀୟ ସ୍ଥାନକୁ ଚାଲି ଯାଇଥିଲା।

ଆସନ୍ତା ବର୍ଷ ହେବାକୁ ଥିବା ପଞ୍ଚାୟତ ନିର୍ବାଚନରେ କଂଗ୍ରେସ ଭୋଟ ପ୍ରତିଶତ ବଢିବା ନେଇ ଖୁବ ଆଶାବାଦୀ ଅଛନ୍ତି କଂଗ୍ରେସ ନେତା। ସେପଟେ କଂଗ୍ରେସ ଯଦି ପଞ୍ଚାୟତ ନିର୍ବାଚନରେ ଲୋକଙ୍କ ଆସ୍ଥାଭାଜନ ହେବ ତାର ପ୍ରଭାବ ଆଗକୁ ୨୦୨୪ ସାଧାରଣ ନିର୍ବାଚନରେ ପଡିବ ବୋଲି ରାଜନୀତି ସମୀକ୍ଷକ ମତ ଦେଇଛନ୍ତି। ତେବେ ୨୦୨୨ ପଞ୍ଚାୟତ ନିର୍ବାଚନ ରେ ଶାସକ ଦଳକୁ କଡା ଟକ୍ଜର ଦେଇ ଦ୍ୱିତୀୟ ସ୍ଥାନକୁ ଫେରିବ କି କଂଗ୍ରେସ ନା ପୁଣି ଲୋକଙ୍କ ଠାରୁ ଦୂରେଇଯିବ ତାହା ନିର୍ବାଚନ ଫଳାଫଳରୁ ହିଁ ସ୍ପଷ୍ଟ ହେବ।

ଭୁବନେଶ୍ବରରୁ ସଞ୍ଜୀବ ରାୟ,ଇଟିଭି ଭାରତ

ABOUT THE AUTHOR

...view details