ଓଡିଶା

odisha

By

Published : Jun 27, 2022, 5:13 PM IST

ETV Bharat / city

କଂଗ୍ରେସ ପାର୍ଟି ଚାଇନା ଏଜେଣ୍ଟରେ ପରିଣତ ହୋଇଛି: ପୃଥ୍ବୀରାଜ ହରିଚନ୍ଦନ

କଂଗ୍ରେସର ସତ୍ୟାଗ୍ରହ ବିରୋଧରେ ବର୍ଷିଲେ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ । ସେ କହିଛନ୍ତି, ଅଗ୍ନିପଥ ଯୋଜନା ଯୁବକଙ୍କ ଇଚ୍ଛାଧୀନ, ସେମାନେ ଯଦି ଏଥିରେ ଯୋଗ ଦେବାକୁ ଚାହିଁବେ ସେମାନଙ୍କୁ କେହି ରୋକିପାରିବେ ନାହିଁ । ଅଧିକ ପଢନ୍ତୁ

କଂଗ୍ରେସ ପାର୍ଟି ଚାଇନା ଏଜେଣ୍ଟରେ ପରିଣତ ହୋଇଛି: ପୃଥ୍ବୀରାଜ ହରିଚନ୍ଦନ
କଂଗ୍ରେସ ପାର୍ଟି ଚାଇନା ଏଜେଣ୍ଟରେ ପରିଣତ ହୋଇଛି: ପୃଥ୍ବୀରାଜ ହରିଚନ୍ଦନ

ଭୁବନେଶ୍ବର: କଂଗ୍ରେସର ଅଗ୍ନିପଥ ଯୋଜନାକୁ ପ୍ରତ୍ୟାହାର ଦାବିରେ ରାଜ୍ୟବ୍ୟାପୀ ସତ୍ୟାଗ୍ରହ ଜାରି ରହିଛି । ଏହା ଉପରେ ରାଜ୍ୟ ବିଜେପି ତା’ର ପ୍ରତିକ୍ରିୟା ରଖିଛନ୍ତି । ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ‘‘କଂଗ୍ରେସ ପାର୍ଟି ଆଜିକା ଦିନରେ ଚାଇନା ଏଜେଣ୍ଟ ଭାବେ କାର୍ଯ୍ୟ କରୁଛି । ଚାଇନାର ଆକ୍ରମଣ ସତ୍ତ୍ବେ ଚାଇନା ସପକ୍ଷରେ କଂଗ୍ରେସ କହିଥିବାବେଳେ ପାକିସ୍ତାନ କଥାରେ ମଧ୍ୟ କଂଗ୍ରେସ ସ୍ବର ମିଳାଇଲା ।’’

କଂଗ୍ରେସ ପାର୍ଟି ଚାଇନା ଏଜେଣ୍ଟରେ ପରିଣତ ହୋଇଛି: ପୃଥ୍ବୀରାଜ ହରିଚନ୍ଦନ

କଂଗ୍ରେସ ଜାତୀୟ ଦଳ ଭାବରେ ନିଜ ଗାରିମାକୁ ନିଜେ କ୍ଷୁର୍ଣ୍ଣ କରୁଛି । ଅଗ୍ନିପଥ ଯୋଜନା ଯୁବକଙ୍କ ଇଚ୍ଛାଧିନ, ସେମାନେ ଯଦି ଏଥିରେ ଯୋଗ ଦେବାକୁ ଚାହିଁବେ ସେମାନଙ୍କୁ କେହି ରୋକି ପାରିବେ ନାହିଁ । କଂଗ୍ରେସ କଦର୍ଯ୍ୟ ପନ୍ଥା ଆପଣାଇଛି, ଲୋକଙ୍କ ପାଖରେ କାମ ନଥିଲେ ଅକର୍ମ କରିଥାନ୍ତି ଓ କଂଗ୍ରେସ ସେହି ଅକର୍ମ କରୁଛି । ଆଶା କରୁଛି କଂଗ୍ରେସ ନେତାଙ୍କ ଚୈତନ୍ୟ ଉଦୟ ହେବେ ସେମାନେ ଏଥିରୁ ବିରତ ହେବେ ବୋଲି ପୃଥ୍ବୀରାଜ ପ୍ରତିକ୍ରିୟା ରଖିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

For All Latest Updates

ABOUT THE AUTHOR

...view details