ଓଡିଶା

odisha

ETV Bharat / city

ବେକାରୀ ବଢିଛି ଆୟ କମିଛି, କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଘେରିଲା କଂଗ୍ରେସ

କୋରୋନା କାଳରେ ଲୋକଙ୍କ ବିଭିନ୍ନ ସମସ୍ୟା ସମେତ ନିଯୁକ୍ତିକୁ ନେଇ ବର୍ଷିଲେ କଂଗ୍ରେସର ବରିଷ୍ଠ ନେତା ପଞ୍ଚାନନ କାନୁନଗୋ । ଅଧିକ ପଢନ୍ତୁ...

By

Published : Jun 7, 2021, 6:48 PM IST

Updated : Jun 7, 2021, 6:59 PM IST

କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଘେରିଲା କଂଗ୍ରେସ ଦଳ
କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଘେରିଲା କଂଗ୍ରେସ ଦଳ

ଭୁବନେଶ୍ବର:ବିଭିନ୍ନ ପ୍ରସଙ୍ଗରେ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ଘେରିଲା କଂଗ୍ରେସ ।21 ବର୍ଷର ଶାସନ କାଳରେ ନବୀନ ସରକାର ରାଜ୍ୟର ଆଶାତୀତ ବିକାଶ କରିପାରିନାହିଁ । କୋରୋନା କାଳରେ ଲୋକଙ୍କ ବିଭିନ୍ନ ସମସ୍ୟା ସମେତ ନିଯୁକ୍ତିକୁ ନେଇ ବର୍ଷିଲେ କଂଗ୍ରେସର ବରିଷ୍ଠ ନେତା ପଞ୍ଚାନନ କାନୁନଗୋ ।

କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଘେରିଲା କଂଗ୍ରେସ ଦଳ

ଏପଟେ ଯେଉଁଠି ବଜେପି ସରକାର ନାହିଁ ସେଠି ଶିକ୍ଷା ବ୍ୟବସ୍ଥା ଆଗରେ ଅଛି । ଯେଉଁଠି ଡବଲ ଇଂଞ୍ଜିନ ସରକାର ଅଛି ସେଠି ଶିକ୍ଷା ବ୍ୟବସ୍ଥା ଭୁଶୁଡି ପଡିଛି ବୋଲି ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ । ଏପଟେ କଂଗ୍ରେସ ଏନେଇ 7 ଟି ପ୍ରଶ୍ନ କରିଛି ।


1. ଏବେ କେଉଁ ଏଜେନ୍ସି ସବୁ ରିପୋର୍ଟ ପ୍ରକାଶ କରୁଛନ୍ତି ତାହା ମଧ୍ୟରୁ କେଉଁ ଏଜେନ୍ସିକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଶ୍ୱାସ କରୁଛନ୍ତି ?
2. ନବୀନ ବାବୁ ଏ ପର୍ଯ୍ୟନ୍ତ 70 ଟି ପୁରସ୍କାର ହାତେଇଛନ୍ତି । କେଉଁ ଅଧାରାରେ ପୁରସ୍କାର ପାଇଛନ୍ତି ଆଉ କେଉଁ ଆଧାରାରେ କେନ୍ଦ୍ର ତାଙ୍କୁ ପୁରସ୍କାର ଦେଇଛି ।

3. କେତେଦିନ ଉଭୟ ସରକାର ଅତୀତର ନିନ୍ଦା କରି ଚାଲିବେ ଆଉ ଲୋକଙ୍କୁ ସମୟ ମାଗି ଚାଲିଥିବେ ?


4. କୋରୋନା ସତ୍ତ୍ୱେ GST ଆଦାୟ ବଢିଛି । ହେଲେ ବେକାରୀ ବଢିଛି, ଆୟ କମିଛି । ବ୍ୟାଙ୍କ ଉପରୁ ଲୋକଙ୍କ ଭରସା କମିଛି । ତେବେ କଣ ପାଇଁ GST କେବଳ କୋରନା ଉପକରଣ କିଣାରେ ବଢିଛି ।


5. ଭାରତର ଜିଡିପି କମି ଚାଲିଥିବା ବେଳେ ଆମ ପଡୋଶୀ ରାଜ୍ୟ ବାଂଲାଦେଶ, ପାକିସ୍ତାନ, ନେପାଳ, ଭୁଟାନର ଜିଡିପି ବଢୁଛି ।


6. 7 ବର୍ଷରେ 2 କୋଟି ନିଯୁକ୍ତି କୁଆଡେ ଗଲା ।


7. ଦରଦାମ ସବୁଠୁ ବୃଦ୍ଧି ପାଇଛି । 7 ବର୍ଷ ମଧ୍ୟରେ ସବୁ ଦର ଦୁଇଗୁଣା ହୋଇଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated : Jun 7, 2021, 6:59 PM IST

ABOUT THE AUTHOR

...view details