ଓଡିଶା

odisha

By

Published : Sep 30, 2019, 3:21 PM IST

ETV Bharat / city

ତାଲିମ ନେବେ କଂଗ୍ରେସ ପ୍ରେରକ

ଆସନ୍ତାକାଲି(ମଙ୍ଗଳବାର) ଠାରୁ କଂଗ୍ରେସ ପ୍ରେରକଙ୍କୁ ତାଲିମ ଦିଆଯିବ । ଏଠାରୁ ତାଲିମ ପାଇବା ପରେ ଏମାନେ ଜିଲ୍ଲା ସ୍ତରରେ ତାଲିମ ଦେବେ । ଏହି ତାଲିମ ଶିବିରର ଶୁଭାରମ୍ଭ ରାଜ୍ୟ କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂହ କରିବେ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ଆସନ୍ତାକାଲି(ମଙ୍ଗଳବାର) ଠାରୁ କଂଗ୍ରେସ ପ୍ରେରକଙ୍କୁ ତାଲିମ ଦିଆଯିବ । ଏନେଇ ପ୍ରତି ଜିଲ୍ଲାରେ 5 ଜଣ ପ୍ରେରକ ଚିହ୍ନଟ ହୋଇ ସାରିଛନ୍ତି । ସେମାନଙ୍କୁ କାଲି ତାଲିମ ଦିଆଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ।

ବର୍ତ୍ତମାନ ସମୟରେ ଦଳ କିପରି ଆଗକୁ ଯିବ ସେନେଇ ଗାଁ ଗାଁରେ ପହଞ୍ଚି ଦଳ ପାଇଁ କାମ କରିବେ ଏମାନେ । ଏଠାରୁ ତାଲିମ ପାଇବା ପରେ ଏମାନେ ଜିଲ୍ଲା ସ୍ତରରେ ତାଲିମ ଦେବେ । ଏହି ତାଲିମ ଶିବିରର ଶୁଭାରମ୍ଭ କରିବେ ରାଜ୍ୟ କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂହ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ତେବେ ଚାରି ଦିନିଆ ଓଡିଶା ଗସ୍ତରେ ଆସୁଥିବା ରାଜ୍ୟ କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂହ ଆସନ୍ତାକାଲି ସନ୍ଧ୍ୟାରେ କଂଗ୍ରେସ ନେତାଙ୍କ ସହ ଆଲୋଚନା କରିବେ । ଅକ୍ଟୋବର 2ରେ ଜନତା ମଇଦାନରେ ଗାନ୍ଧୀ ମୂର୍ତ୍ତିରେ ମାଲ୍ୟାର୍ପଣ କରି କଂଗ୍ରେସ ଭବନକୁ ପଦଯାତ୍ରା କରାଯିବ । ଏହାପରେ ଜିତେନ୍ଦ୍ର ସିଂହ ସାଲେପୁରରେ ଜଣେ ବ୍ୟକ୍ତିଙ୍କ ଘରେ ମଧ୍ୟାହ୍ନ ଭୋଜନ କରିବେ । ପରେ ନିଶ୍ଚିନ୍ତକୋଇଲିରେ ପଦଯାତ୍ରା ଓ ସଭା ହେବ । ତିନି ତାରିଖରେ ଜିତେନ୍ଦ୍ର ସିଂହ ବିଜେପୁର ଗସ୍ତ କରି ସାଧାରଣ ସଭା କରିବେ । ଚାରି ତାରିଖ ଦିନ ଭୁବନେଶ୍ଵର କଂଗ୍ରେସ ଭବନରେ ବୁଦ୍ଧିଜୀବୀ ସମ୍ମିଳନୀରେ ଯୋଗ ଦେବେ ବୋଲି ଦଳ ପକ୍ଷରୁ କୁହାଯାଇଛି।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details