ଓଡିଶା

odisha

By

Published : Nov 25, 2020, 7:24 PM IST

ETV Bharat / city

ଓଡିଶା କୃଷିଜାତ ଦ୍ରବ୍ୟ ଓ ପଶୁସମ୍ପଦ ବିପଣନ ବିଲ ଗୃହରେ ଆଗତ, ବିରୋଧ କଲା କଂଗ୍ରେସ

ବିଧାନସଭାରେ ଉପସ୍ଥାପନ ହେଲା ଓଡ଼ିଶା କୃଷିଜାତ ଦ୍ରବ୍ୟ ବିପଣନ ବିଲ । ବିଲ ଆଣ୍ଟି ଫାର୍ମର ଓ ପ୍ରୋ କର୍ପୋରେଟ କହି କଂଗ୍ରେସ ବିରୋଧ କରିଛି । ସେପଟେ ବିରୋଧ ପରେ ସ୍ପଷ୍ଟୋକ୍ତି ରଖିଛନ୍ତି ସମବାୟ ମନ୍ତ୍ରୀ ।

ଓଡିଶା କୃଷିଜାତ ଦ୍ରବ୍ୟ ଓ ପଶୁସମ୍ପଦ ବିପଣନ ବିଲ ଗୃହରେ ଆଗତ, ବିରୋଧ କଲା କଂଗ୍ରେସ
ଓଡିଶା କୃଷିଜାତ ଦ୍ରବ୍ୟ ଓ ପଶୁସମ୍ପଦ ବିପଣନ ବିଲ ଗୃହରେ ଆଗତ, ବିରୋଧ କଲା କଂଗ୍ରେସ

ଭୁବନେଶ୍ବର: ଗୃହରେ ଉପସ୍ଥାପିତ ହେଲା ଓଡିଶା କୃଷିଜାତ ଦ୍ରବ୍ୟ ଓ ପଶୁସମ୍ପଦ ବିପଣନ ବିଲ- 2020। ଏହି ବିଲକୁ ଆଣ୍ଟି ଫାର୍ମର ଓ ପ୍ରୋ କରପୋରେଟ ବିଲ କହି ବିରୋଧ କରିଛି କଂଗ୍ରେସ । ଏହି ବିଲ ଲାଗୁ ହେଲେ କୃଷି ବଜାରରେ ବିପର୍ଯ୍ୟୟ ଆସିବ ।

ଆଗରୁ କେନ୍ଦ୍ର ସରକାରଙ୍କ ଆଣିଥିବା ସମାନ କୃଷି ବିଲକୁ ଉଭୟ ଲୋକସଭା ରାଜ୍ୟ ସଭାରେ ବିରୋଧ କରାଯାଇଥିଲା । ତେଣୁ ଏହି ବିଲକୁ ବିରୋଧ କରୁଛି କଂଗ୍ରେସ । ସେପଟେ କଂଗ୍ରେସର ବିରୋଧ ପରେ ସ୍ପଷ୍ଟୋକ୍ତି ରଖିଛନ୍ତି ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ । କେନ୍ଦ୍ର ସରକାରଙ୍କ ବିଲ ସହ ଏହାର କୌଣସି ସାମଞ୍ଜସ୍ୟ ନାହିଁ । ପୁରୁଣା ବିଲକୁ ପରିବର୍ତ୍ତନ କରିଆଣିଛୁ । ଏହି ବିଲ ବିଷୟରେ କେଉଁଦିନ ଆଲୋଚନା ହେବ କାର୍ଯ୍ୟ ପରାମର୍ଶଦାତା କମିଟିରେ ନିଷ୍ପତ୍ତି ହେବ ବୋଲି ମନ୍ତ୍ରୀ କହିଛନ୍ତି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ABOUT THE AUTHOR

...view details