ଭୁବନେଶ୍ବର:ବିଧାନସଭାରେ ଚାଷୀ ସମସ୍ୟାକୁ ନେଇ ହଙ୍ଗାମା । ଗୋଟିଏ ପଟେ ବିରୋଧୀ ଚାଷୀ ସମସ୍ୟାକୁ ନେଇ ହୋହଲ୍ଲା କରୁଥିବାବେଳେ ଅନ୍ୟପଟେ ଶାସକ ବିଜେପି ବିଧାୟକ କ୍ଷମା ମାଗିବାକୁ ନେଇ ନାରାବାଜି କରିଥିବା ଦେଖିବାକୁ ମିଳିଛି ।
ବିଧାନସଭାରେ ଚାଷୀଙ୍କ ଧାନ ଉଠା ପ୍ରସଙ୍ଗରେ ସରକାର ବେଇମାନି କରିଛନ୍ତି । ତାହାକୁ କଂଗ୍ରେସ କେବେ ବରଦାସ୍ତ କରିବ ନାହିଁ ବୋଲି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହୀନିପତି କହିଛନ୍ତି । ସେହିପରି ବିଜେଡି ବିଧାନସଭାର ଇତିହାସକୁ ଧ୍ଵଂସ କରିଛି । ମନ୍ତ୍ରୀ ମାନେ ବିଧାନସଭାର ମଧ୍ୟ ଭାଗକୁ ଯାଇଛନ୍ତି । ଯେ ପର୍ଯ୍ୟନ୍ତ ମନ୍ତ୍ରୀ ମାନେ ଭୁଲ ମାଗିନାହାନ୍ତି ସେ ପର୍ଯ୍ୟନ୍ତ ଗୃହ ଚାଲିବ ନାହିଁ ବୋଲି ମଧ୍ୟ ସେ କହିଛନ୍ତି ।