ଓଡିଶା

odisha

ETV Bharat / city

କୋଟିଆ କଳି, ତାରା କହିଲେ ଅବହେଳା ପାଇଁ ଆନ୍ଧ୍ର ମୁହାଁ - Andhra kotia isssue

କୋଟିଆ ଉପରେ ଆନ୍ଧ୍ର ସରକାରଙ୍କ କବ୍ଜା ନେଇ ମୁହଁ ଖୋଲିଲେ ତାରାବାହିନୀ ପତି । ଅଧିକ ପଢନ୍ତୁ:

କୋଟିଆ ଉପରେ ରହିଛି ଆନ୍ଧ୍ରର ଲୋଲୁପ ନଜର
କୋଟିଆ ଉପରେ ରହିଛି ଆନ୍ଧ୍ରର ଲୋଲୁପ ନଜର

By

Published : Feb 5, 2021, 2:10 PM IST

ଭୁବନେଶ୍ବର: କୋଟିଆ ଉପରେ ଆନ୍ଧ୍ରର ଅଧିକାର ନେଇ ମୁହଁ ଖୋଲିଛନ୍ତି କଂଗ୍ରେସ ନେତା । କୋଟିଆରେ ଆନ୍ଧ୍ରପ୍ରଦେଶର ନିର୍ବାଚନକୁ ନେଇ କଂଗ୍ରେସ ନେତା ତାରାପ୍ରସାଦ ବାହିନୀପତିଙ୍କ ପ୍ରତିକ୍ରିୟା। କୋଟିଆରେ ସମସ୍ୟା ଆଜିର ନୁହେଁ, ୪୦ ବର୍ଷର ବିବାଦ । କୋଟିଆରେ ଥିବା ଖଣି ଖାଦାନ ଉପରେ ଆନ୍ଧ୍ରର ଲୋଲୁପ ନଜର ରହିଛି, ସେଥିପାଇଁ ଆନ୍ଧ୍ର ସରକାର କୋଟିଆକୁ କବ୍ଜା କରିବାକୁ ଯୋଜନା କରୁଛି ।

କୋଟିଆ ଉପରେ ରହିଛି ଆନ୍ଧ୍ରର ଲୋଲୁପ ନଜର

ହେଲେ ରାଜ୍ୟ ସରକାର ଏଥିରେ ମୁଣ୍ଡ ପୁରାଉ ନାହାନ୍ତି । ଏବେସୁଦ୍ଧା ମଧ୍ୟ ସୁପ୍ରିମକୋର୍ଟରେ ରାଜ୍ୟ ସରକାର ନଥିପତ୍ର ଦେଇପାରିଲେ ନାହିଁ । ଆନ୍ଧ୍ର କୋଟିଆବାସୀଙ୍କୁ ସବୁ ସୁବିଧା ସୁଯୋଗ ଦେଉଥିବାରୁ ସେଠାର ଲୋକେ ଆନ୍ଧ୍ରମୁହାଁ ହେଉଛନ୍ତି। ହେଲେ ରାଜ୍ୟ ସରକାରଙ୍କ ବିଭିନ୍ନ ସ୍କିମ ସେଠାରେ ପହଞ୍ଚି ପାରୁନି । ଏନେଇ ପ୍ରସଙ୍ଗ ନେଇ ମୁଁ ଅନେକଥର ବିଧାନସଭାରେ କହିଛି ବୋଲି କହିଛନ୍ତି ତାରା ।

ସେଠାରେ ଅନେକ କାର୍ଯ୍ୟ ଅଧପନ୍ତରିଆ ହୋଇ ପଡିଛି । ରାଜ୍ୟ ସରକାର ଅବହେଳା କରିଛନ୍ତି । ଏଯାଁଏ କୋଟିଆରେ କୌଣସି ବିକାଶ ହୋଇନି। ମୁଖ୍ୟମନ୍ତ୍ରୀ ସେ ଅଞ୍ଚଳ ଗସ୍ତ କରନ୍ତୁ । ଭୁବନେଶ୍ବରରେ ବସି ଶିଳାନ୍ୟାସ କଲେ ହେବନି ।

ରାଜନୀତି ନକରି ସେ ଅଞ୍ଚଳର ବିକାଶ କରନ୍ତୁ । ବିଭିନ୍ନ ମାଇନ୍ସ ରହିଛି ତାହାକୁ ହାତେଇବା ପାଇଁ ଆନ୍ଧ୍ର ସରକାର ଲକ୍ଷ୍ୟ ରଖିଛି । ଲୋକଙ୍କ ମାନସିକତାକୁ ଭିଡିଓ କନଫରେନ୍ସରେ ଆପଣେଇ ପାରିବେ ନାହିଁ । ଓଡିଶା ସରକାରଙ୍କ ଜ୍ଞାନ ଗାରିମା ଥିଲେ, ଆଜି ସେମିତି ପରିସ୍ଥିତି ହୋଇ ନଥାନ୍ତା ।

ଭୁବନେଶ୍ବରରୁ ତପନ କୁମାର ଦାସ , ଇଟିଭି ଭାରତ

ABOUT THE AUTHOR

...view details