ଭୁବନେଶ୍ବର: ରାଜ୍ୟ କଂଗ୍ରେସର ଦମ୍ଭୋକ୍ତି ୨୦୨୪ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ । ରାଜ୍ୟରେ ପ୍ରମୁଖ ଦଳ ଗୁଡିକ ୨୦୨୪ ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ଶାସକ ବିଜେଡି ସାଙ୍ଗଠନିକ ଅଦଳବଦଳ ନେଇ ପ୍ରସ୍ତୁତି ଆରମ୍ଭ କରିଥିବା ବେଳେ ବିରୋଧୀ ବିଜେପି ମଧ୍ୟ ବିଧାନସଭାରେ ବିରୋଧୀ ଦଳ ନୂଆ ନେତା ଘୋଷଣା କରିବା ପାଇଁ ସଜବାଜ ହେଉଛି ।
ଏପଟେ କଂଗ୍ରେସରେ ପିସିସିର ନୂଆ ସଭାପତି ସହ ଆମୂଳଚୂଳ ପରିବର୍ତ୍ତନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଏଭଳି ସ୍ଥିତିରେ କଂଗ୍ରେସ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି । ଏବେ ଯଦି ନିର୍ବାଚନ ହୁଏ ତାହେଲେ ବି ଆମେ ପ୍ରସ୍ତୁତ ଅଛୁ ବୋଲି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି । ଏଥିସହ ୨୦୨୪ ପାଇଁ ସଂଗଠନ ପୁନଃର୍ଗଠନ ହେବ ବୋଲି ସୂଚନା ଦେଇଛନ୍ତି ବିଧାୟକ ତାରା ପ୍ରସାଦ ବାହିନୀପତି ।