ଓଡିଶା

odisha

ETV Bharat / city

Municipal Election: ଶିକ୍ଷିତ ଲୋକ ପରିବର୍ତ୍ତନ ଆଣିବେ କହିଲେ ତାରା

ଆଉ କିଛି ଦିନ ପରେ ରାଜ୍ୟରେ ଅନୁଷ୍ଠିତ ହେବ ପୌର ନିର୍ବାଚନ । ପୌର ନିର୍ବାଚନରେ ଶିକ୍ଷିତ ଭୋଟର ପରିବର୍ତ୍ତନ ଆଣିବେ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀ ପତି। ପଞ୍ଚାୟତ ନିର୍ବାଚନର ଶାସକ ଦଳ ସପକ୍ଷରେ ଏକ ତରଫା ଫଳାଫଳ ଆସିବା ପରେ ବିଜେଡି ଶିବିରରେ ଉତ୍ସାହ ରହିଛି ,ତାର ସମ୍ପୂର୍ଣ ଫାଇଦା ଉଠାଇବାକୁ ଶାସକ ବିଜେଡି ଫୁଲ ପ୍ରସ୍ତୁତ ହୋଇଥିବା ବେଳେ ପୌର ନିର୍ବାଚନରେ ଶିକ୍ଷିତ ଭୋଟରଙ୍କ ମତ ଏକ ନିର୍ଣ୍ଣାୟକ ଭୂମିକା ନେବ ଆଉ ତାର ଫଳ ସୂରୁପ ବଡ଼ ଧରଣର ପରିବର୍ତ୍ତନ ଆସିବ ବୋଲି ଆକଳନ କରିଛି କଂଗ୍ରେସ । ଅଧିକ ପଢନ୍ତୁ

ଶିକ୍ଷିତ ଲୋକ ପରିବର୍ତ୍ତନ ଆଣିବେ କହିଲେ ତାରା
ଶିକ୍ଷିତ ଲୋକ ପରିବର୍ତ୍ତନ ଆଣିବେ କହିଲେ ତାରା

By

Published : Mar 10, 2022, 10:02 AM IST

ଭୁବନେଶ୍ବର: ସରିଛି ପଞ୍ଚାୟତ ନିର୍ବାଚନ । ଆଉ କିଛି ଦିନ ପରେ ରାଜ୍ୟରେ ଅନୁଷ୍ଠିତ ହେବ ପୌର ନିର୍ବାଚନ । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରେ ଏବେ ସରଗରମ ପୌର ନିର୍ବାଚନ । ପୌର ନିର୍ବାଚନରେ ଶିକ୍ଷିତ ଭୋଟର ପରିବର୍ତ୍ତନ ଆଣିବେ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀ ପତି। ପଞ୍ଚାୟତ ନିର୍ବାଚନର ଶାସକ ଦଳ ସପକ୍ଷରେ ଏକ ତରଫା ଫଳାଫଳ ଆସିବା ପରେ ବିଜେଡି ଶିବିରରେ ଉତ୍ସାହ ରହିଛି ,ତାର ସମ୍ପୂର୍ଣ ଫାଇଦା ଉଠାଇବାକୁ ଶାସକ ବିଜେଡି ଫୁଲ ପ୍ରସ୍ତୁତ ହୋଇଥିବା ବେଳେ ପୌର ନିର୍ବାଚନରେ ଶିକ୍ଷିତ ଭୋଟରଙ୍କ ମତ ଏକ ନିର୍ଣ୍ଣାୟକ ଭୂମିକା ନେବ ଆଉ ତାର ଫଳ ସୂରୁପ ବଡ଼ ଧରଣର ପରିବର୍ତ୍ତନ ଆସିବ ବୋଲି ଆକଳନ କରିଛି କଂଗ୍ରେସ ।

ଶିକ୍ଷିତ ଲୋକ ପରିବର୍ତ୍ତନ ଆଣିବେ କହିଲେ ତାରା

ବିଜେଡି ବିଜେପି ଅପେକ୍ଷା କଂଗ୍ରେସକୁ ଅଧିକ ସମର୍ଥନ ମିଳିବ ବୋଲି ଆଶା ପ୍ରକାଶ କରିଛନ୍ତି ତାରା। ଶାସକ ବିଜେଡିର ବହୁ ଅସନ୍ତୁଷ୍ଟ ନେତା ରହିଛନ୍ତି ସେମାନଙ୍କ ମତାମତ ବିଜେଡି ବିରୋଧରେ ଯିବ । ଉଭୟ ବିଜେଡି ଓ ବିଜେପି ଠାରୁ ଲୋକେ ଦୂରେଇବେ। ଶିକ୍ଷିତ ଭୋଟର କଂଗ୍ରେସ ଉପରେ ବିଶ୍ବାସ କରିବେ ଏବଂ ଏକ ବଡ଼ ଧରଣର ପରିବର୍ତ୍ତନ ଆସିବ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ତାରା ।

ସେ ଆହୁରି କହିଛନ୍ତି ବ୍ଲକ ଅଧ୍ୟକ୍ଷ ଚୟନ ଏକ ଘୋଡା ବ୍ୟାପାର । ସାମ୍ପ୍ରତିକ ରାଜନୈତିକ ଦୃଶ୍ୟ ପଟରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ଚୟନ ପଦ୍ଧତି ଏବେ ସମୟର ସବୁଠୁ ବଡ଼ ଆହ୍ବାନ, କାରଣ ଅଧ୍ୟକ୍ଷ ପଦ ପାଇଁ ଜଣେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି । ଶାସକ ଦଳ ଠାରୁ ଆରମ୍ଭ କରି ବିରୋଧୀ ସମସ୍ତେ ବଡ଼ ଅର୍ଥ ବ୍ୟୟ କରିବା ଦେଖିବାକୁ ମିଳୁଛି ଯାହା ପରୋକ୍ଷରେ ଘୋଡା ବ୍ୟାପାର ସହ ତୁଳନା କରାଯାଉଛି । ତେବେ ଘୋଡା ବେପାରର ନିଚ୍ଛକ କଥା ମାନିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ।

କୋରାପୁଟ ଜିଲ୍ଲାରେ କଂଗ୍ରେସ କିଛି ପଞ୍ଚାୟତ ସମିତି ଗଠନ ମଧ୍ୟ କରିବା ନେଇ ତାରାଙ୍କ ଦୃଢୋକ୍ତି ରହିଛି । ଏବେ ବ୍ଲକ ଅଧ୍ୟକ୍ଷ ଚୟନ ଘୋଡା ବେପାର ହୋଇଯାଇଛି ଯିଏ ଯେତିକି ଟଙ୍କା ଖର୍ଚ୍ଚ କରି ପାରିବ ସେ ସେତେ ସିଟ ପାଇବ ଆଉ ଅଧ୍ୟକ୍ଷ ହେବ ବୋଲି କହିଛନ୍ତି ତାରା । କଂଗ୍ରେସକୁ ଭଲ ସିଟ ମିଳିଛି। ପଞ୍ଚାୟତ ସମିତି ଗୁଡ଼ିକରେ କଂଗ୍ରେସ ଏକାଧିକ ବ୍ଲକରେ ଅଧ୍ୟକ୍ଷ ପଦ ଗଠନ କରିବ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀ ପତି।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details