ଭୁବନେଶ୍ବର: କଂଗ୍ରେସକୁ କ୍ଷମତାକୁ ଆଣିବା ପାଇଁ ଦୁଇ ଦିନ ଧରି ଚାଲିଛି ନବ ସଂକଳ୍ପ ଶିବିର । ହେଲେ ଅସୁସ୍ଥତା କାରଣରୁ ଶିବିରରେ ଯୋଗ ଦେଇଥିନଥିବା ବିଧାୟକ ତାରା ବାହିନୀପତି ମାରିଛନ୍ତି ତେର୍ଛା ବାଣ । ତାରା କହିଛନ୍ତି ସ୍ବାସ୍ଥ୍ୟ ଗତ କାରଣରୁ ମୁଁ ଗତକାଲି କଂଗ୍ରେସର ବୈଠକରେ ଅନୁପସ୍ଥିତ ଥିଲି । ପ୍ରବଳ ଖରାରେ ବ୍ରଜରାଜନଗର ନିର୍ବାଚନରେ ପ୍ରଚାର କରିବା ପରେ ମୋ ଦେହ ଖରାପ ଥିଲା । ତେଣୁ ମୁଁ ଅନୁପସ୍ଥିତ ଥିଲି । ପିସିସି ସଭାପତି ନ ମିଳିବାରୁ ତାରା ବାହିନୀ ପତିଙ୍କ ମନ ଦୁଃଖ ଅଛି କି ପ୍ରଶ୍ନରେ ତାରାଙ୍କ ଉତ୍ତର ମୋର ତ ମନ ନାହିଁ ଦୁଃଖ କେମିତି ହେବ ?
Nav Sankalp Shivir: ସଭାପତିଙ୍କ ପଛରେ ବୁଲିଲେ କିଛି ହେବ ନାହିଁ କହିଲେ ତାରା
କଂଗ୍ରେସକୁ କ୍ଷମତାକୁ ଆଣିବା ପାଇଁ ଦୁଇ ଦିନ ଧରି ଚାଲିଛି ନବ ସଂକଳ୍ପ ଶିବିର । ହେଲେ ଅସୁସ୍ଥତା କାରଣରୁ ଶିବିରରେ ଯୋଗ ଦେଇଥିନଥିବା ବିଧାୟକ ତାରା ବାହିନୀପତି ମାରିଛନ୍ତି ତେର୍ଛା ବାଣ । ଅଧିକ ପଢନ୍ତୁ
ତାରା କହିଛନ୍ତି ଲୋକମାନେ ଚାହିଁଲେ କଂଗ୍ରେସର ସ୍ଥିତି ପରିବର୍ତ୍ତନ ହେବ । ପେଟ କାଢି ପିସିସି ସଭାପତିଙ୍କ ପଛରେ ବୁଲିଲେ କଂଗ୍ରେସ ଆଗକୁ ବଢି ପାରିବନି । ପରିଶ୍ରମ କଲେ ହିଁ କଂଗ୍ରେସ ଆଗକୁ ବଢିବ । କାନ କଥା ଶୁଣିବିନି ବୋଲି ଶରତ ପଟ୍ଟନାୟକ ଯେଉଁ କଥା କହିଛନ୍ତି ମୁଁ ତାକୁ ସ୍ଵାଗତ କରୁଛି । ଶ୍ରୀମନ୍ଦିର ପ୍ରସଙ୍ଗରେ ତାରା କହିଛନ୍ତି ବିକାଶ ହେଉ । କିନ୍ତୁ ଆଇନ ଅନୁଯାୟୀ ହେଉ । ଜଗନ୍ନାଥଙ୍କୁ ନେଇ ରାଜନୀତି ହେଉଛି । କଂଗ୍ରେସ କେବେ ଜଗନ୍ନାଥ ଙ୍କୁ ରାଜନୀତି କରେ ନାହିଁ । କଂଗ୍ରେସର ମତ ବିକାଶ ହେଉ ଯଦି ବିକାଶ ନାଁ ରେ ବିନାଶ ହେବ ତେବେ ଜଗନ୍ନାଥ ତାକୁ ସଫା କରିଦେବେ ବୋଲି କହିଛନ୍ତି ତାରା ।
ଇଟିଭି ଭାରତ, ଭୁବନେଶ୍ବର