ଓଡିଶା

odisha

By

Published : Feb 23, 2021, 1:07 PM IST

Updated : Feb 23, 2021, 2:00 PM IST

ETV Bharat / city

2000 ଦର୍ଶକରେ ଅପେରା ପାଇଁ ଦିଆଯାଉ ଅନୁମତି: ତାରା ବାହିନୀପତି

ବିଧାନସଭାରେ ଯାତ୍ରା କଳାକାରଙ୍କ ପ୍ରସଙ୍ଗ ଉଠାଇଲେ କଂଗ୍ରେସ ବିଧାୟକ । ଦୀର୍ଘ 11 ମାସ ଧରି ଯାତ୍ରା ବନ୍ଦ ଥିବାରୁ ହନ୍ତସନ୍ତ ହେଉଛନ୍ତି କଳାକାର । ଏମାନଙ୍କ ପ୍ରତି ସରକାରଙ୍କ ଅବହେଳା କଥା ମଧ୍ୟ ଉଠାଇଥିଲେ ତାରା ବାହିନୀପତି । ଅଧିକ ପଢନ୍ତୁ...

2000 ଦର୍ଶକରେ ଯାତ୍ରା ପାଇଁ ଦିଆଯାଉ ଅନୁମତି
2000 ଦର୍ଶକରେ ଯାତ୍ରା ପାଇଁ ଦିଆଯାଉ ଅନୁମତି

ଭୁବନେଶ୍ବର : ବିଧାନସଭାରେ ଯାତ୍ରା କଳାକାରଙ୍କ ପ୍ରସଙ୍ଗ ଉଠାଇଲେ କଂଗ୍ରେସ ବିଧାୟକ । ଯାତ୍ରା କଳାକାର ସରକାରଙ୍କ ଅବେହଳାର ଶିକାର ହୋଇଛନ୍ତି ବୋଲି ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି । କାମଧନ୍ଦା ନ ପାଇ କଳାକାର ରାସ୍ତାରେ କାନ୍ଦୁଛି । ଅନେକ ବାଲାଂଦେଶକୁ ଚାଲିଗଲେଣି । ଏନେଇ ରାଜ୍ୟ ସରକାର କେନ୍ଦ୍ରକୁ ଚିଠି ଲେଖିବାକୁ କହିଛନ୍ତି ବାହିନୀପତି ।

ଏହାସହ ସେ ଯାତ୍ରା କଳାକାରଙ୍କୁ ଶାସ୍ତ୍ରୀୟ ମାନ୍ୟତା ଦାବି ଦେବାକୁ ଦାବି କରିଥିଲେ । 2000 ଲୋକଙ୍କ ଉପସ୍ଥିତିରେ ପୁଣି ଥରେ ଯାତ୍ରା କରିବାକୁ ଅନୁମିତ ଦେବାକୁ ବାଚସ୍ପତିଙ୍କ ଜରିଆରେ ସରକାରଙ୍କୁ ଜଣାଇଥିଲେ ବାହିନୀପତି । ସେପଟେ ଏହାକୁ ବାଚସ୍ପତି ସମାଧାନ କରିବାକୁ ରୁଲିଂ ଦେଇଥିଲେ ।

ଦୀର୍ଘ 11 ମାସରୁ ଅଧିକ ସମୟ ଧରି ଯାତ୍ରା ବା ଅପେରା ବନ୍ଦ ରହିଛି । କୋଭିଡ ସଂକ୍ରମଣକୁ ନଜରରେ ରଖି ସରକାର ଯାତ୍ରା କରିବାକୁ ଅନୁମତି ଦେଇନାହାଁନ୍ତି । ଫଳରେ ଯାତ୍ରା କଳାକାରଙ୍କ ଜୀବନ ଦୁର୍ବିଶଃ ହୋଇପଡିଛି । କାମଧନ୍ଦା ନ ଥିବାରୁ ଜୀବନଯାପନ କରିବା କାଠକର ପାଠ ହୋଇପଡିଛି । ସେପଟେ, ସରକାରଙ୍କ ପକ୍ଷରୁ ଏମାନଙ୍କ ପାଇଁ ଆଜି ପର୍ଯ୍ୟନ୍ତ କୌଣସି ସ୍ବତନ୍ତ୍ର ସହାୟତ ମଧ୍ୟ ମିଳିପାରି ନାହିଁ । ଅନ୍ୟପଟେ, କୋଭିଡର ଦ୍ବିତୀୟ ଲହରି ଆରମ୍ଭ ହୋଇଯାଇଥିବାରୁ ଏଭଳି ଆଉ କେତେ ଦିନ ଯାତ୍ରା ବନ୍ଦ ରହିବ ତାହା ମଧ୍ୟ ଅନିଶ୍ଚିତତା ଦେଖାଦେଇଛି ।

ସୂଚନାଯୋଗ୍ୟ, ସୋମବାର ଯାତ୍ରା ପରିବେଷଣ ଅନୁମତି ପାଇଁ ଆମରଣ ଅନଶନ ଦେଇଥିଲେ ଯାତ୍ରା କଳାକାର । ୨ ଦଫା ଦାବିରେ ଭୁବନେଶ୍ୱର ଲୋୟର ପିଏମଜିରେ ଆମରଣ ଅନଶନ ଓ ଗଣଧାରଣା ଦେଇଥିଲେ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Last Updated : Feb 23, 2021, 2:00 PM IST

ABOUT THE AUTHOR

...view details