ଓଡିଶା

odisha

ETV Bharat / city

Sri Jagannath Temple Act-1954: ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ସୁର

ଶ୍ରୀଜଗନ୍ନାଥ ମନ୍ଦିର ଅଧିନିୟମ 1954 ସଂଶୋଧନ ସମ୍ପର୍କୀତ କ୍ୟାବିନେଟ ନିଷ୍ପତ୍ତି ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଂଗ୍ରେସ ବିଧାୟକ ସୁରେଶ ରାଉତରାୟଙ୍କ ପ୍ରଶଂସା କରିଛନ୍ତି । ଅଧିକ ପଢନ୍ତୁ

Sri Jagannath temple act 1954: ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ସୁର
Sri Jagannath temple act 1954: ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ସୁର

By

Published : Jan 5, 2022, 10:22 PM IST

ଭୁବନେଶ୍ବର:ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ସୁର। ଶ୍ରୀଜଗନ୍ନାଥ ମନ୍ଦିର ଅଧିନିୟମ 1954 ସଂଶୋଧନ ସମ୍ପର୍କୀତ କ୍ୟାବିନେଟ ନିଷ୍ପତ୍ତି ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଂଗ୍ରେସ ବିଧାୟକ ସୁରେଶ ରାଉତରାୟଙ୍କ ପ୍ରଶଂସା କରିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ସମେତ 5 ଟି ସଚିବଙ୍କୁ ଧନ୍ୟବାଦ ଦେଲେ ସୁର । ଖୁସିରେ ମିଠା ବାଣ୍ଟିଲେ ସୁର । ଏ ନିଷ୍ପତ୍ତି ଯୋଗୁଁ ମୁଖ୍ୟମନ୍ତ୍ରୀଙ୍କୁ ଆଗାମୀ ଏପ୍ରିଲ 1 ତାରିଖରେ ସମ୍ବର୍ଦ୍ଧିତ କରିବେ ବୋଲି କହିଲେ କଂଗ୍ରେସ ବିଧାୟକ ସୁର ରାଉତରାୟ । ଦୀର୍ଘଦିନ ହେଲା ସେ ଏ ପ୍ରସଙ୍ଗରେ ଦାବି କରି ଆସୁଥିଲେ । ଏହି ନିଷ୍ପତ୍ତି ଦ୍ବାରା ଜଟଣୀ ଖୋର୍ଦ୍ଧା ପୁରୀ ଅଞ୍ଚଳର 10 ଲକ୍ଷରୁ ଅଧିକ ଲୋକ ଉପକୃତ ହେବେ ବୋଲି ସୁର ରାଉତରାୟ କହିଛନ୍ତି । ହାରାହାରୀ ୧୦ ଲକ୍ଷ ଲୋକଙ୍କ ଜୀବନକୁ ବଞ୍ଚାଇଛନ୍ତି ବୋଲି ସୁର କହିଛନ୍ତି ।

Sri Jagannath temple act 1954: ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ସୁର

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ ଶ୍ରୀ ଜଗନ୍ନାଥ ମନ୍ଦିର ଅଧିନିୟମ 1954କୁ (Sri jagannath temple act-1954)ସଂଶୋଧନ କରିବା ପାଇଁ ନିଷ୍ପତ୍ତି ହୋଇଛି । ଏବେ ଶ୍ରୀମନ୍ଦିର ଜମି ମାମଲାର ହେବ ତୁରନ୍ତ ଫଇସଲା । ଏବେ ଜମି ବିକ୍ରି କିମ୍ବା ଲିଜ ପାଇଁ ଦରକାର ନାହିଁ ସରକାରଙ୍କ ଅନୁମତି ।

ଶ୍ରୀମନ୍ଦିର ଜମି ମାମଲାର ହେବ ତୁରନ୍ତ ଫଇସଲା, କ୍ୟାବିନେଟରେ ସଂଶୋଧନ ଶ୍ରୀ ଜଗନ୍ନାଥ ମନ୍ଦିର, ମନ୍ଦିର ପରିଚାଳନା କମିଟି ଅଧୀନରେ ଥିବା ସ୍ଥାବର ଅସ୍ଥାବର ସମ୍ପତି, ଜମିବାଡି ପ୍ରଭୁତିର ମାଲିକାନା ସ୍ଵତ୍ଵ ପରିବର୍ତ୍ତନ ସହ ସମ୍ପୃକ୍ତ ମାମଲା ଗୁଡିକର ତୁରନ୍ତ ଫଇସଲା ତଥା କଟକଣାକୁ ପ୍ରତିହତ କରିବା ପାଇଁ ବିଭିନ୍ନ ଅଧିକାରୀଙ୍କୁ କ୍ଷମତାପନ୍ନ କରିବା ନିମନ୍ତେ ରାଜ୍ୟ ସରକାର ଶ୍ରୀ ଜଗନ୍ନାଥ ମନ୍ଦିର ଅଧିନିୟମ 1954 କୁ ସଂଶୋଧନ କରିବା ପାଇଁ ସ୍ଥିର କରିଛନ୍ତି ।

ତେବେ ଶ୍ରୀ ଜଗନ୍ନାଥ ମନ୍ଦିର ଅଧିନିୟମ1954 ଧାରା 16 ( 2 ) ଅନୁସାରେ ଶ୍ରୀ ଜଗନ୍ନାଥ ମନ୍ଦିରର ସ୍ଥାବର ଅସ୍ଥାବର ସମ୍ପତ୍ତିକୁ ପ୍ରଜାମାନଙ୍କୁ କିମ୍ବା ଅନ୍ୟ ପ୍ରଜାମାନଙ୍କୁ ବିକ୍ରୟ , ଲିଜ କିମ୍ବା ମଡଗେଜ ଆକାରରେ ହସ୍ତାନ୍ତର କରିବା ପାଇଁ ସରକାରଙ୍କର ପୂର୍ବ ଅନୁମୋଦନ ଦରକାର ପଡ଼ୁଥିଲା । କିନ୍ତୁ ଏହି ଅଧ୍ୟାଦେଶ ବଳରେ ସମସ୍ତ କ୍ଷେତ୍ରରେ ସରକାରଙ୍କର ଏବେ ଅନୁମୋଦନ ଦରକାର ପଡିବ ନାହିଁ ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details