ଓଡିଶା

odisha

ETV Bharat / city

ନକଲି କୋଭିଡ଼ ଔଷଧ କାରବାର; କ୍ରାଇମବ୍ରାଞ୍ଚ ତଦନ୍ତକୁ ସ୍ୱାଗତ, ସରକାରଙ୍କୁ ଟାର୍ଗେଟ

ନକଲି କୋରୋନା ଔଷଧ କାରବାର ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ କ୍ରାଇମବ୍ରାଞ୍ଚ ତଦନ୍ତକୁ ସ୍ବାଗତ କରିଛନ୍ତି କଂଗ୍ରେସର ବରିଷ୍ଠ ବିଧାୟକ ସୁରେଶକୁମାର ରାଉତରାୟ । ଅଧିକ ପଢନ୍ତୁ...

duplicate covid19 medicine issue
ନକଲି କୋଭିଡ଼ ଔଷଧ କାରବାର; କ୍ରାଇମବ୍ରାଞ୍ଚ ତଦନ୍ତକୁ ସ୍ୱାଗତ, ସରକାରଙ୍କୁ ଟାର୍ଗେଟ

By

Published : Jun 15, 2021, 7:27 PM IST

Updated : Jun 15, 2021, 10:16 PM IST

ଭୁବନେଶ୍ବର: ନକଲି କୋରୋନା ଔଷଧ କାରବାର ପ୍ରସଙ୍ଗ । କ୍ରାଇମବ୍ରାଞ୍ଚ ତଦନ୍ତକୁ ସ୍ବାଗତ କଲା କଂଗ୍ରେସ । ଏହା ସହ ରାଜ୍ୟ ସରକାର, ସ୍ବାସ୍ଥ୍ୟ ମନ୍ତ୍ରୀ ଓ ଗୁଇନ୍ଦା ବିଭାଗକୁ ଟାର୍ଗେଟ କଲା କଂଗ୍ରେସ । ରାଜ୍ୟ ଭିତରକୁ କିପରି ନକଲି ଔଷଧ ପଶିଲା ସରକାର ଓ ସ୍ବାସ୍ଥ୍ୟ ବିଭାଗ ଜାଣିପାରିଲା ନାହିଁ ବୋଲି ପ୍ରଶ୍ନ କଲେ କଂଗ୍ରେସର ବରିଷ୍ଠ ବିଧାୟକ ସୁରେଶ କୁମାର ରାଉତରାୟ । ସେହିପରି ବିରୋଧୀଦଳ ଉପନେତା ବିଷ୍ଣୁସେଠୀ ମଧ୍ୟ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ।

ନକଲି କୋଭିଡ଼ ଔଷଧ କାରବାର; କ୍ରାଇମବ୍ରାଞ୍ଚ ତଦନ୍ତକୁ ସ୍ୱାଗତ, ସରକାରଙ୍କୁ ଟାର୍ଗେଟ

ନକଲି ଔଷଧ କାରବାରରେ କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ସ୍ବାଗତ କରିଛନ୍ତି କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ । କୋରୋନା ଭଳି ଭୟଙ୍କର ସ୍ଥିତିରେ ନକଲି ଔଷଧ କାରବାର ଅତ୍ୟନ୍ତ ନିନ୍ଦନୀୟ ବୋଲି ସୁର କହିଛନ୍ତି । କେବଳ ତଦନ୍ତ ନିର୍ଦ୍ଦେଶ ଦେଲେ ହେବନାହିଁ, ତୁରନ୍ତ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସୁର ଦାବି କରିଛନ୍ତି । ଓଡ଼ିଶାର ବିଭିନ୍ନ ଜିଲ୍ଲା ସମେତ ହିମାଚଳ ପ୍ରଦେଶ ଓ ଉତ୍ତରପ୍ରଦେଶ ଭଳି ରାଜ୍ୟରେ ମଧ୍ୟ କ୍ରାଇମବ୍ରାଞ୍ଚ ଖୋଳତାଡ଼ କରି ନକଲି ଔଷଧ କାରବାରର ତୃଣମୂଳ ସ୍ତର ଯାଏ ପହଞ୍ଚିବା ଆବଶ୍ୟକ ବୋଲି ସୁର କହିଛନ୍ତି । ରାଜ୍ୟବ୍ୟାପୀ ନକଲି ଔଷଧ କାରବାରକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ବିଧାୟକ । ରାଜ୍ୟକୁ କିପରି ନକଲି ଔଷଧ ଆସିଲା ଓ କାରବାର ହେଲା ଏ ନେଇ ପ୍ରଶ୍ନ ଉଠାଇଛନ୍ତି ସୁର । ରାଜ୍ୟ ସରକାର, ସ୍ବାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ ଓ ଗୁଇନ୍ଦା ବିଭାଗକୁ ଟାର୍ଗେଟ କରିଛନ୍ତି ସୁର ।

ସେହିପରି ବିରୋଧୀଦଳ ଉପନେତା ବିଷ୍ଣୁ ସେଠୀ ନକଲି ଔଷଧ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ଜୋରଦାର ଟାର୍ଗେଟ କରିଛନ୍ତି । ରାଜ୍ୟ ସାରା ଭେଜାଲ ଔଷଧ କାରବାର ବୃଦ୍ଧି ପାଇଛି ଏବଂ କୋରୋନା ସମୟରେ ଏହା ଅଧିକ ପରିମାଣରେ ବୃଦ୍ଧି ପାଇଛି । ରାଜ୍ୟ ସରକାର ସବୁବେଳେ ଶୋଇରହୁଛନ୍ତି ଯେତେବେଳେ ଚୋର ପଶି ସବୁନେଇ ଯାଉଛି ତାପରେ ସରକାରଙ୍କ ନିଦ ଭାଙ୍ଗୁଛି ବୋଲି ବିଷ୍ଣୁ କହିଛନ୍ତି ।

ଭୁବନେଶ୍ବରର ଭବାନୀଶଙ୍କର ଦାସ,ଇଟିଭି ଭାରତ

Last Updated : Jun 15, 2021, 10:16 PM IST

ABOUT THE AUTHOR

...view details