ଓଡିଶା

odisha

ETV Bharat / city

ଅସଲି ଚାଷୀଙ୍କ ଫସଲ ଆତ୍ମସାତ କରୁଛନ୍ତି ନକଲି ଚାଷୀ, ସୁର କହିଲେ ଦୁଃଖ ବୁଝ ସରକାର - ସୁର ରାଉତରାୟ କୃଷକଙ୍କ ସମସ୍ୟା

କୃଷକଙ୍କ ସମସ୍ୟାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କଲେ ସୁର । ଚାଷୀଙ୍କ ଦୁଃଖ ବୁଝନ୍ତୁ ନବୀନ ଚାଷୀଙ୍କ ପ୍ରତି ଦୃଷ୍ଟି ଦିଅନ୍ତୁ ନବୀନ ସରକାର ବୋଲି ସୁର କହିଛନ୍ତି । ଅଧିକ ପଢନ୍ତୁ...

congress mla Suro Routaray ask to govt on farmer issue
କୃଷି ଓ କୃଷକ ଦୁଃଖ ବଖାଣିଲେ ସୁର

By

Published : Aug 8, 2021, 4:25 PM IST

ଭୁବନେଶ୍ବର:କୃଷି ଓ କୃଷକ ଦୁଃଖ ବଖାଣିଲେ ସୁର । କୃଷକଙ୍କ ସମସ୍ୟାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି ସୁର । ଚାଷୀଙ୍କ ଦୁଃଖ ବୁଝିବା ସହ ନବୀନ ସରକାର ଚାଷୀଙ୍କ ପ୍ରତି ଦୃଷ୍ଟି ଦିଅନ୍ତୁ ବୋଲି ସୁର କହିଛନ୍ତି ।

କୃଷି ଓ କୃଷକ ଦୁଃଖ ବଖାଣିଲେ ସୁର

ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଚାଷୀ ମାନେ ଉପକୃତ ନହୋଇ ମାଫିଆ ମାନେ ଉପକୃତ ହେଉଛନ୍ତି। ଅସଲ ଚାଷୀଙ୍କ ଲକ୍ଷ ଲକ୍ଷ ଟଙ୍କାର ଫସଲ ନକଲି ଚାଷୀ ଆତ୍ମସାତ କରୁଛନ୍ତି। ଚାଷୀଙ୍କ ଝାଳ ବୁହା ଫସଲ ମାଫିଆ ଗୋଷ୍ଠୀ ହାତରେ ଲାଗିଛି।ବୀମା କମ୍ପାନୀ ଦଲାଲ ଓ ବ୍ୟାଙ୍କ ଅଧିକାରୀଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁଁ ଚାଷୀ ହତାଶ ହେଉଛନ୍ତି। ତେଣୁ ନବୀନଙ୍କୁ ତୁରନ୍ତ ହସ୍ତକ୍ଷେପ କରିବାକୁ ଦାବି କଲେ ବରିଷ୍ଠ ନେତା ସୁର ରାଉତରାୟ। ରାଜ୍ୟରେ ମରୁଡି ପଡିଛି। ଚାଷ ପାଇଁ ଅବ୍ୟବସ୍ଥା ଲାଗି ରହୁଛି। ନିରୀହ ଚାଷୀ ତଳି ତଳାନ୍ତ ହେଉଛନ୍ତି । ତେଣୁ ଏହାର ସ୍ଥାୟୀ ପ୍ରତିକାର କରନ୍ତୁ ରାଜ୍ୟ ସରକାର।

ବିଭିନ୍ନ ଜିଲ୍ଲାରେ ନକଲି ଚାଷୀ ଫାଇଦା ଉଠାଉଛନ୍ତି, ଏପରିକି ଠକେଇ ଅଭିଯୋଗରେ ନକଲି ଚାଷୀ ଗିରଫ ମଧ୍ୟ ହୋଇଛନ୍ତି। ଗାଁ ଗାଁରେ ଅନଲାଇନ ମାଧ୍ୟମରେ ଫାଇଦା ଉଠାଉଛନ୍ତି ସାଇବର ଅପରାଧୀ। ତୁରନ୍ତ ଏହାର ସ୍ଥାୟୀ ସମାଧାନ କରାଯାଉ। ଚାଷୀ ଓ ଚାଷ ପ୍ରତି ସରକାର ଅନୁକୂଳ ମନୋଭାବ ପୋଷଣ କରନ୍ତୁ।

ଭୁବନେଶ୍ବରରୁ ସଞ୍ଜୀବ ରାୟ,ଇଟିଭି ଭାରତ

ABOUT THE AUTHOR

...view details