ଓଡିଶା

odisha

ETV Bharat / city

'ବନ୍ୟା ଘେରରେ ଲୋକେ, ନବୀନ ହେଲିକପ୍ଟରରେ ନବୁଲି ଗ୍ରାଉଣ୍ଡକୁ ଆସନ୍ତୁ' - Flood in odisha

ରାଜ୍ୟ ସରକାରଙ୍କ ଏପରି ବନ୍ୟା ସ୍ଥିତି ପରିଚାଳନାକୁ ନେଇ ପ୍ରଶ୍ନ ଉଠାଇଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ । ମୁଖ୍ୟମନ୍ତ୍ରୀ ଖାଲି ହେଲିକ୍ୟାପ୍ଟରରେ ଘେରାଏ ବୁଲି ଆସିଲେ । ଦିନେ ଗ୍ରାଉଣ୍ଡ ଯାଅନ୍ତୁ, ଲୋକ ବନ୍ୟାରେ ଘେରରେ ଅଛିନ୍ତି ବୋଲି କହିଲେ ସୁର । ଅଧିକ ପଢନ୍ତୁ..

'ବନ୍ୟା ଘେରରେ ଲୋକେ, ନବୀନ ହେଲିକପ୍ଟରରେ ନବୁଲି ଗ୍ରାଉଣ୍ଡକୁ ଆସନ୍ତୁ'
'ବନ୍ୟା ଘେରରେ ଲୋକେ, ନବୀନ ହେଲିକପ୍ଟରରେ ନବୁଲି ଗ୍ରାଉଣ୍ଡକୁ ଆସନ୍ତୁ'

By

Published : Sep 2, 2020, 3:53 PM IST

ଭୁବନେଶ୍ବର: ରାଜ୍ୟରେ ବନ୍ୟାସ୍ଥିତି ଉତ୍କଟ ରହିଥିବା ବେଳେ ପାଣି ଘେରରେ ହନ୍ତସନ୍ତ ହେଉଛନ୍ତି ଜନସାଧାରଣ । କାଁଭାଁ କେଉଁଠି ରିଲିଫ ପହଞ୍ଚିଛି ତ ଆଉ କେଉଁଠି ସରକାର ଓ ପ୍ରଶାସନର ସାହାଯ୍ୟକୁ ଅପେକ୍ଷା କରି ଭୋକ ଓପାସରେ ଦିନ କାଟୁଛନ୍ତି ଲୋକେ । ରାଜ୍ୟ ସରକାରଙ୍କ ଏପରି ବନ୍ୟା ସ୍ଥିତି ପରିଚାଳନାକୁ ନେଇ ପ୍ରଶ୍ନ ଉଠାଇଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ ।

'ବନ୍ୟା ଘେରରେ ଲୋକେ, ନବୀନ ହେଲିକପ୍ଟରରେ ନବୁଲି ଗ୍ରାଉଣ୍ଡକୁ ଆସନ୍ତୁ'

ସୁର କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଖାଲି ହେଲିକ୍ୟାପ୍ଟରରେ ଘେରାଏ ବୁଲି ଆସିଲେ । ଦିନେ ଗ୍ରାଉଣ୍ଡ ଯାଅନ୍ତୁ, ଲୋକ ବନ୍ୟାଘେରରେ ଅଛନ୍ତି । ନବୀନ ବାବୁ ରିଲିଫ ଘୋଷଣା କଲେ, ହେଲେ ଏଯାଏଁ କେହି ପାଇ ନାହାଁନ୍ତି । କେବଳ ଘୋଷଣା କରି ମୁଖ୍ୟମନ୍ତ୍ରୀ ଶୋଇଯାଇଛନ୍ତି ବୋଲି ଅଭିଯୋଗ କରିଛନ୍ତି ସୁର ।

କଂଗ୍ରେସ ବିଧାୟକ ଆହୁରି ମଧ୍ୟ ଗାଈଗୋରୁଙ୍କ ପାଇଁ ମଧ୍ୟ ଖାଇବା ପାଇଁ ନାହିଁ । ସମସ୍ତ ଜିଲ୍ଲାରେ ଅବ୍ୟବସ୍ଥା । ସମସ୍ତଙ୍କ ଘର ଭାଙ୍ଗିଛି । ଶହଶହ ଘାଇ ହୋଇଛି । ୨୧ ବର୍ଷ ହେଲା ନଦୀବନ୍ଧ ତିଆରି କରିନାହାନ୍ତି ସରକାର । ତେଣୁ ରାଜ୍ୟ ସରକାର ତୁରନ୍ତ ୫୦ କେଜି ଚାଉଳ ଓ ୫୦୦ ଟଙ୍କା ଦିଅନ୍ତୁ ବୋଲି ସୁର ଦାବି କରିଛନ୍ତି ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details