ଭୁବନେଶ୍ବର: ଗତକାଲି(ଶନିବାର) କୁଖ୍ୟାତ କ୍ରିମିନାଲ ହାଇଦର ଏନକାଉଣ୍ଟରରେ ମୃତ୍ୟୁବରଣ କରିଛି । ଏହି ଏନକାଉଣ୍ଟରକୁ କଂଗ୍ରେସ ବିଧାୟକ ସୁର ରାଉତରାୟ ସମର୍ଥନ କରିଛନ୍ତି । ସେ କହିଛନ୍ତି, ‘‘ମୁଁ ଅତ୍ୟନ୍ତ ମର୍ମାହତ, କିନ୍ତୁ ସମାଜରେ ଆଇନ ଶୃଙ୍ଖଳା ବଜାୟ ରଖିବା ସହ ଲୋକଙ୍କ ହିତ ପାଇଁ ପ୍ରଶାସନର ଏପରି ପଦକ୍ଷେପ ନିଶ୍ଚିତ ଭାବେ ସ୍ବାଗତ ଯୋଗ୍ୟ ।’’
ହାଇଦର ଏନକାଉଣ୍ଟରକୁ ସମର୍ଥନ କଲେ ସୁର, କହିଲେ ଯେମିତି କର୍ମ ସେମିତି ଫଳ - ସୁର ରାଉତରାୟ ହାଇଦର ଏନକାଉଣ୍ଟର
ହାଇଦର ଏନକାଉଣ୍ଟରକୁ ନେଇ ସୁର ରାଉତ ରାୟଙ୍କ ପ୍ରତିକ୍ରିୟା । ସେ ଏହାକୁ ସମର୍ଥନ କରିଥିବା ବେଳେ ପ୍ରଶାସନର ପଦକ୍ଷେପକୁ ସ୍ବାଗତ କରିଛନ୍ତି । ଅଧିକ ପଢନ୍ତୁ...
ହାଇଦର ଏନକାଉଣ୍ଟରକୁ ସମର୍ଥନ କଲେ ସୁର
ସେ ଆହୁରି କହିଛନ୍ତି, ଜନ୍ମମୃତ୍ୟୁ ତ ମଣିଷ ଜୀବନର ବାସ୍ତବତା, ଯିଏ ଯେମିତି କର୍ମ କରିବ ସେମିତି ଫଳ ପାଇବ। ଅପରାଧିକରଣକୁ ମୂଳପୋଛ କରିବା ପାଇଁ ସରକାରଙ୍କ ପକ୍ଷରୁ ଏଭଳି ପଦକ୍ଷେପ ସ୍ୱାଗତଯୋଗ୍ୟ। ସମସ୍ତେ ମିଳିମିଶି ଓଡିଶାକୁ ସୁନ୍ଦର ଭାବେ ଗଢିତୋଳିବା ସହିତ ଭୁବନେଶ୍ୱରକୁ ଉନ୍ନତି ପଥରେ ଆଗେଇ ନେବା ବୋଲି ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ କହିଛନ୍ତି।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ