ଓଡିଶା

odisha

By

Published : Jun 28, 2022, 1:48 PM IST

ETV Bharat / city

ସୁର କହିଲେ ମୋର ବିଶ୍ବାସ ଚିରଞ୍ଜୀବୀ କଂଗ୍ରେସ ଛାଡିବେନି

କଂଗ୍ରେସର କାର୍ଯ୍ୟକାରୀ ସଭାପତି ଥିବା ଚିରଞ୍ଜୀବ ବିଶ୍ବାଳ ହାତ ଛାଡିବା ଖବର ଉପରେ ପ୍ରତିକ୍ରିୟା ରଖିଛନ୍ତି ବିଧାୟକ ସୁର ରାଉତରାୟ । ଅଧିକ ପଢନ୍ତୁ

ହାତ ଛାଡିବେ ଚିରଞ୍ଜୀବ ! ଏମିତି କହିଲେ ସୁର
ହାତ ଛାଡିବେ ଚିରଞ୍ଜୀବ ! ଏମିତି କହିଲେ ସୁର

ଭୁବନେଶ୍ବର:ରାଜ୍ୟ କଂଗ୍ରେସକୁ ଲାଗିପାରେ ପୁଣି ଏକ ବଡ ଝଟ୍‌କା । କାର୍ଯ୍ୟକାରୀ ସଭାପତି ତଥା ଉପକୂଳ ଓଡିଶାର ଟାଣୁଆ ନେତା ଚିରଞ୍ଜୀବୀ ବିଶ୍ବାଳ ଦଳ ଛାଡିବା ଚର୍ଚ୍ଚା ଜୋର ଧରିଛି । ନିଜେ ପୂର୍ବତନ ଜଗତସିଂହପୁର ବିଧାୟକ ଏନେଇ କୌଣସି ପ୍ରତିକ୍ରିୟା ରଖିନଥିଲେ ମଧ୍ୟ ତାଙ୍କର ନିକଟତମ ମହଲରୁ ଏହି ଖବର ମିଳିଥିବା କୁହାଯାଉଛି । ତେବେ ରାଜ୍ୟରେ କଂଗ୍ରେସ ନେତା ଦଳ ଛାଡିବା କୌଣସି ନୂଆକଥା ନୁହେଁ ।

ହାତ ଛାଡିବେ ଚିରଞ୍ଜୀବ ! ଏମିତି କହିଲେ ସୁର

ଡଜନେରୁ ଅଧିକ କଂଗ୍ରେସ ନେତା ହାତ ଛାଡି ସବୁଜ କ୍ୟାମ୍ପ୍‌ରେ ସାମିଲ ହେବାପରେ ସୁପ୍ରିମୋଙ୍କ ଠାରୁ ଗୁରୁତ୍ବପୂର୍ଣ୍ଣ ପଦ ଆକାରରେ ପୁରସ୍କାର ମଧ୍ୟ ମିଳିଛି । ମାତ୍ର ଚିରଞ୍ଜୀବୀଙ୍କ କଥା ଅଲଗା । ସେ ହେଉଛନ୍ତି ଓଡିଶାର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ବସନ୍ତ ବିଶ୍ବାଳଙ୍କ ପୁତ୍ର । ଏପରିକି ରାଜ୍ୟ କଂଗ୍ରେସର ଜଣେ ଆଗ ଧାଡିର ନେତା । ପୂର୍ବରୁ କାର୍ଯ୍ୟକାରୀ ସଭାପତି ରହିଥିବା ପ୍ରଦୀପ ମାଝି ମଧ୍ୟ ହାତକୁ ବାଏ ବାଏ କରି ଶଙ୍ଖ ଶିବିରରେ ଶରଣ ନେଇଥିଲେ । ତେବେ ଚିରଞ୍ଜୀବୀ ଦଳ ଛାଡିବା ଖବର ଉପରେ ପ୍ରତିକ୍ରିୟା ରଖିଛନ୍ତି ବିଧାୟକ ସୁର ରାଉତରାୟ ।

ସେ କହିଛନ୍ତି, "ମୋର ବିଶ୍ବାସ ଅଛି ସେ ଦଳ ଛାଡିବେ ନାହିଁ । ଦଳକୁ ବିରାଟ ଦଳ କହିବା ସହ ହିମାଳୟରୁ କନ୍ୟାକୁମାରୀ ଦଳ କଂଗ୍ରେସ ବୋଲି କହିଛନ୍ତି ସୁର ରାଉତରାୟ । କିଏ ଗଲେ କି କିଏ ଆସିଲେ ଦଳକୁ ଫରକ ପଡିବନାହିଁ ବୋଲି କହିଛନ୍ତି ସୁର ।"

ଗତ 2019 ବିଧାନସଭା ନିର୍ବାଚନରେ ଜଗତସିଂହପୁରରୁ ବିଜେଡି ପ୍ରାର୍ଥୀ ପ୍ରଶାନ୍ତ ମୁଦୁଲିଙ୍କଠାରୁ ହାରିଥିଲେ ଚିରଞ୍ଜୀବୀ । ସେତେବେଳେ ପ୍ରଶାନ୍ତଙ୍କ ସହିତ ତାଙ୍କର ଭିତିରିଆ ସଂପର୍କ ତାଙ୍କୁ ମହଙ୍ଗା ପଡିଥିଲା ବୋଲି ନିର୍ବାଚନ ମଣ୍ଡଳୀରେ ଚର୍ଚ୍ଚା ହୋଇଥିଲା । ତେବେ ଚିରଞ୍ଜୀବୀ କଂଗ୍ରେସ ଛାଡିବା ଖବର ହାୱା ନା ବାସ୍ତବ ତାହା ସମୟ କହିବ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details