ଓଡିଶା

odisha

ETV Bharat / city

Pcc Committee: ପିସିସି ନୂଆ ଟିମ କେବେ ? - କେବେ ସୁଦ୍ଧା ଟିମ ଗଠନ କରିବେ ପିସିସି ସଭାପତି

ଓଡିଶାରେ କଂଗ୍ରେସର ନବ ନିଯୁକ୍ତ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ କାର୍ଯ୍ୟକାଳ 4 ମାସ ବିତିଯାଇଥିଲେ ବି ଏପର୍ଯ୍ୟନ୍ତ ଚୂଡାନ୍ତ ପିସିସି କମିଟି ଗଠନ ହୋଇପାରିନାହିଁ । ସଂଗଠନ ଦାୟିତ୍ୱ କାହାକୁ ଦିଆଯିବ ସେନେଇ ଏକ ଦ୍ଵନ୍ଦ ଲାଗିରହିଛି । ଯଦିଓ କ୍ୟାମେରା ସାମ୍ନାରେ ନେତା କି କର୍ମୀ କିଛି କହିବାକୁ ଇଚ୍ଛା ପ୍ରକାଶ କରିନାହାନ୍ତି ତଥାପି ଭିତରି ଅସନ୍ତୋଷର ନିଆଁ ଜଳୁଛି । ଅଧିକ ପଢନ୍ତୁ

Etv Bharat
Etv Bharat

By

Published : Sep 14, 2022, 9:57 PM IST

ଭୁବନେଶ୍ବର: ଆସନ୍ତା 2024 ନିର୍ବାଚନ ପାଇଁ ଅଣ୍ଟା ଭିଡିଲେଣି ପ୍ରମୁଖ ରାଜନୈତିକ ଦଳ । ବିଜେଡି ସାଙ୍ଗଠନିକ କ୍ଷେତ୍ରରେ ବୈଠକ ଉପରେ ବୈଠକ କରୁଛି। ଛାମୁଆ ସଂଗଠନ ଗୁଡିକୁ ସଶକ୍ତ କରିବା ପାଇଁ ଦାୟିତ୍ୱ ଦିଆଯାଇଛି। ବିରୋଧୀ ବିଜେପି ମଧ୍ୟ ଅନୁରୂପ ଭାବରେ ପୁରୀରେ 3 ଦିନିଆ ପ୍ରଶିକ୍ଷଣ ଶିବିର ଆୟୋଜନ କରିଛି। ସଂଗଠନ ସଜାଡିବା ସହ ବୁଥ ଉପରେ ଗୁରୁତ୍ୱ ଦେଉଛି ବିଜେପି । କଂଗ୍ରେସ ବି ସଂଗଠନ ସୁଦୃଢ ପାଇଁ ଦେଶବ୍ୟାପୀ ଭାରତ ଯୋଡ ପଦଯାତ୍ରା ଆରମ୍ଭ କରିଛି ।

Pcc Committee: କେବେ ସୁଦ୍ଧା ନିଜ ଟିମ ଗଠନ କରିବେ ପିସିସି ସଭାପତି?

ହେଲେ ଓଡିଶାରେ କଂଗ୍ରେସର ନବ ନିଯୁକ୍ତ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ କାର୍ଯ୍ୟକାଳ 4 ମାସ ବିତିଯାଇଥିଲେ ବି ଏପର୍ଯ୍ୟନ୍ତ ଚୂଡାନ୍ତ ପିସିସି କମିଟି ଗଠନ ହୋଇପାରିନାହିଁ। ସଂଗଠନ ଦାୟିତ୍ୱ କାହାକୁ ଦିଆଯିବ ସେନେଇ ଏକ ଦ୍ଵନ୍ଦ ଲାଗିରହିଛି। ଯଦିଓ କ୍ୟାମେରା ସାମ୍ନାରେ ନେତା କି କର୍ମୀ କିଛି କହିବାକୁ ଇଚ୍ଛା ପ୍ରକାଶ କରିନାହାନ୍ତି ତଥାପି ଭିତରି ଅସନ୍ତୋଷର ନିଆଁ ଜଳୁଛି। କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ ଦଳ ନିଷ୍ପତ୍ତି ବିରୋଧ ରେ ଯାଇ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଇ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ଦଳ ପକ୍ଷରୁ ତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ଏହା ଭିତରେ ପିସିସି ପୁନର୍ଗଠନ ନେଇ ପ୍ରଶ୍ନ ଉଠିଛି। ଶରତ ଦାୟିତ୍ୱ ନେବା ପରେ ସମସ୍ତଙ୍କ ନଜର ରହିଛି ତାଙ୍କ ନୂଆ ଟିମ ଉପରେ କାହାକୁ ରଖିବେ, କିଏ ପଡିବେ ବାଦ । ସେନେଇ ଦଳ ଭିତରେ ଆଲୋଚନା ଜୋର ଧରିଛି ।

ଏପରିକି ନିରଞ୍ଜନଙ୍କ ଟିମରେ ଥିବା ନେତା ମାନଙ୍କୁ ଶରତ ଗୁରୁତ୍ୱ ଦେବେ ନା ନାହିଁ ସେ ନେଇ କିଛି ବରିଷ୍ଠ ନେତା ମଧ୍ୟ ଆଶା ଆଉ ଆଶଙ୍କାରେ । ତେବେ ଏନେଇ ବରିଷ୍ଠ ବିଧାୟକ ସୁରେଶ ରାଉତରାୟ ଭାରତ ଯୋଡ ପଦଯାତ୍ରା ପାଇଁ ପିସିସି ପୁନର୍ଗଠନ ତାଲିକାରେ ବିଳମ୍ବ ହେଉଛି ବୋଲି କହିଛନ୍ତି । ଯେହେତୁ ରାହୁଲ ଗାନ୍ଧୀ ଭାରତ ଯୋଡ ପଦଯାତ୍ରାରେ ରହିଛନ୍ତି ସେଥିପାଇଁ ଚୂଡାନ୍ତ ତାଲିକା ଆସିପାରିନାହିଁ । ତେବେ ଶରତ ପଟ୍ଟନାୟକ ଏକ ଭଲ ଟିମ ଗଠନ କରିବା ପାଇଁ ଚିଠା ପ୍ରସ୍ତୁତ କରିଥିବା ସୁର ମାନିଛନ୍ତି (congress MLA Sura Routray on pcc committee ) । ପ୍ରାୟତଃ ମାର୍ଚ୍ଚ ଶେଷ ସୁଦ୍ଧା ଚୂଡାନ୍ତ ପିସିସି ତାଲିକା ପ୍ରକାଶ ପାଇବ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details