ଭୁବନେଶ୍ବର:ରାଜଧାନୀର ଯୁବ ବିଜେଡି କାର୍ଯ୍ୟାଳୟରେ ଏକ ମିଶ୍ରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ଜଟଣୀ ପୌର ପରିଷଦର ୩ ଜଣ କାଉନ୍ସିଲର ବିଜେଡିରେ ମିଶିଛନ୍ତି । ଏହି ତିନି ଜଣ କାଉନସିଲର୍ ସ୍ୱାଧୀନ ଭାବେ ନିର୍ବାଚନରେ ବିଜୟୀ ହୋଇଛନ୍ତି । ଏହି ଅବସରରେ ଏକ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ବିଜେଡି ମହିଳା ଉପ ସଭାନେତ୍ରୀ ପ୍ରମିଳା ମଲ୍ଲିକ । ୨୦୨୪ ସାଧାରଣ ନିର୍ବାଚନରେ ଜଟଣୀକୁ କଂଗ୍ରେସ ମୁକ୍ତ କରି ବିଜେଡି ୫୦ ହଜାର ଭୋଟରେ ବିଜୟୀ ହେବ ବୋଲି କହିଛନ୍ତି ।
ରବିବାର ଆୟୋଜିତ ଏହି ମିଶ୍ରଣ ପର୍ବରେ ଜଟଣୀ ୪ ନମ୍ବର ୱାର୍ଡର କାଉନସିଲର, ୬ ନମ୍ବର ୱାର୍ଡର କାଉନସିଲର ଓ ୧୨ ନମ୍ବର ୱାର୍ଡର କାଉନସିଲର ବିଜେଡିରେ ଯୋଗ ଦେଇଛନ୍ତି । ବିଜେଡି ପର୍ଯ୍ୟବେକ୍ଷକ ମୁନା ଖାଁ ଓ ବିଜେଡି ଉପସଭାନେତ୍ରୀ ପ୍ରମିଳା ମଲ୍ଲିକଙ୍କ ନେତୃତ୍ବରେ ନୀଳିମା ସ୍ୱାଇଁ, ବିଷ୍ଣୁ ସାହୁ ଓ ଫେମିନା ବେଗମ ବିଧିବଦ୍ଧ ଭାବରେ ବିଜେଡିରେ ଯୋଗ ଦେଇଛନ୍ତି ।