ଭୁବନେଶ୍ବର:ଟିକାକରଣକୁ ନେଇ କେନ୍ଦ୍ରକୁ ଟାର୍ଗେଟ କଲେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା । କୋଭିଡ ନିୟନ୍ତ୍ରଣ ଓ ଟିକାକରଣ ଠିକ ସମୟରେ କେନ୍ଦ୍ର ସରକାର କରିନଥିବାରୁ ସଂକ୍ରମଣ ବଢିଥିବା ଅଭିଯୋଗ ହୋଇଛି । ତୁରନ୍ତ ଟିକାକରଣ ପାଇଁ କେନ୍ଦ୍ର ସରକାର ଟଙ୍କା ରିଲିଜ କରନ୍ତୁ ବୋଲି ଦାବି କରିଛି କଂଗ୍ରେସ ।
ତୁରନ୍ତ ଟିକାକରଣ ଲାଗି ଟଙ୍କା ରିଲିଜ କରୁ କେନ୍ଦ୍ର ସରକାର କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା । କେନ୍ଦ୍ର ସରକାର ଟିକାକରଣ ଲାଗି 35 ହଜାର କୋଟି ଟଙ୍କା ବ୍ୟବସ୍ଥା କରିଥିବାବେଳେ ମାତ୍ର 4744 କୋଟି ଟଙ୍କା ରିଲିଜ କରିଥିବାରୁ ବିରୋଧୀ ପ୍ରଶ୍ନ କରିଛନ୍ତି ।
ଏନେଇ କଂଗ୍ରେସ ପକ୍ଷରୁ ଉଦବେଗ ପ୍ରକାଶ ପାଇଛି । ଦେଶରେ କୋଭିଡ ସଂକ୍ରମଣ ବଢିଚାଲିଥିବା ବେଳେ ଏହାକୁ ପ୍ରତିହତ କରିବା ଲାଗି ଟିକାକାରଣ ଏକମାତ୍ର ବାଟ ବୋଲି ବିଶେଷଜ୍ଞ ମତ ଦେଉଛନ୍ତି । ହେଲେ କୋଭିଡ ନିୟନ୍ତ୍ରଣ ଓ ଟୀକା ଠିକ ସମୟରେ କେନ୍ଦ୍ର ସରକାର କରିନଥିବାରୁ ସଂକ୍ରମଣ ବଢିଥିବା ଅଭିଯୋଗ ହୋଇଛି । ଏହା ସହ ରାଜ୍ୟଙ୍କୁ ପର୍ଯ୍ୟାପ୍ତ ପରିମାଣର ଟୀକା ଯୋଗାଇବାରେ କେନ୍ଦ୍ର ବିଫଳ ହୋଇଛି । ଠିକ ସମୟରେ ଟୀକା ନିର୍ମାତା କମ୍ପାନୀଙ୍କୁ ଟଙ୍କା ଯୋଗାଇବାରେ ବିଫଳ ହେବାରୁ ଟୀକା ଅଭାବ ସ୍ଥିତି ଉପୁଜିଥିବା କୁହାଯାଉଛି ।
ଟଙ୍କା ଥାଇ ବିଭିନ୍ନ ଟୀକାକରଣ କେନ୍ଦ୍ର ବନ୍ଦ ରହୁଥିବାରୁ ବିଧାୟକ ନିନ୍ଦା କରିଛନ୍ତି । କେନ୍ଦ୍ର ସରକାର ତୁରନ୍ତ ଟଙ୍କା ରିଲିଜ କରି ସମୂହ ଟିକାକରଣ କରିବା ଲାଗି ବ୍ୟବସ୍ଥା କରିବାକୁ କଣ୍ଟାବାଞ୍ଜି ବିଧାୟକ ଦାବି କରିଛନ୍ତି ।
ଭୁବନେଶ୍ବରରୁ ଭବାନୀଶଙ୍କର ଦାସ, ଇଟିଭି ଭାରତ