ଓଡିଶା

odisha

ETV Bharat / city

ରେଲଓ୍ଵେ ଅନୁଦାନ ପ୍ରସଙ୍ଗ: ତାରା କହିଲେ ମୁଁ ବି ବିତର୍କକୁ ଯିବି

ରେଲଓ୍ଵେ ଅନୁଦାନ ପ୍ରସଙ୍ଗ ନେଇ ବିଜେପିର ସାମ୍ବାଦିକ ସମ୍ମିଳନୀ । ଏନେଇ ପ୍ରତିକ୍ରିୟା ରଖିଲେ କଂଗ୍ରସେ ବିଧାୟକ । ଅଧିକ ପଢନ୍ତୁ...

By

Published : Feb 6, 2021, 4:01 PM IST

congress mla reaction on bjp press meet
ରେଲଓ୍ଵେ ଅନୁଦାନ ପ୍ରସଙ୍ଗ :ତାରା କହିଲେ ମୁଁ ବି ବିତର୍କକୁ ଯିବି

ଭୁବନେଶ୍ବର : ରେଲଓ୍ଵେ ଉପରେ ବିଜେପିର ସାମ୍ବାଦିକ ସମ୍ମିଳନୀ ଉପରେ ପ୍ରତିକ୍ରିୟା ରଖିଲେ କଂଗ୍ରେସ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି । ସେ କହିଛନ୍ତି ଯେ ଯେଉଁଠି ଖଣି ଅଛି, ଯେଉଁଠି ଅମ୍ବାନୀ ଆଦାନୀକୁ ଫାଇଦା ହେବ । ବିଜେପି ସରକାର ସେ ଜାଗାକୁ ରେଳ ବଜେଟରେ ଅଧିକ ଟଙ୍କା ଦେଇଛି ।

ରେଲଓ୍ଵେ ଅନୁଦାନ ପ୍ରସଙ୍ଗ :ତାରା କହିଲେ ମୁଁ ବି ବିତର୍କକୁ ଯିବି

କୋରାପୁଟ ଭଳି ଅନୁନ୍ନତ ଜାଗାରେ କେନ୍ଦ୍ର ସରକାର ଦୃଷ୍ଟି ଦେଉନାହାଁନ୍ତି ଅବହେଳା କରୁଛନ୍ତି । ବିଜେଡି ବିଜେପି ଦୁଇ ସଉତୁଣୀ କଳିରେ ବଳି ପଡୁଛି ବୋଲି କହିଛନ୍ତି ତାରା । ଯଦି ବିଜେଡି ବିଜେପି ଖୋଲା ବିତର୍କକୁ ଡାକନ୍ତି ତାହେଲେ ସେ ଯିବାକୁ ପ୍ରସ୍ତୁତ ବୋଲି ପ୍ରତିକ୍ରିୟାରେ କହିଛନ୍ତି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ABOUT THE AUTHOR

...view details